From Wikipedia, the free encyclopedia
ଶକ୍ କହିଲେ ଶରୀରର ତନ୍ତୁମାନଙ୍କୁ ସ୍ୱଳ୍ପ ପରିମାଣର ରକ୍ତ ସଞ୍ଚାଳନ ଅବସ୍ଥାକୁ ବୁଝାଏ ଯାହା କେତେକ ସଞ୍ଚାଳନ (circulatory system) ସମସ୍ୟା ଯୋଗୁ ଉପୁଜିଥାଏ ।[1][2] ପ୍ରଥମ ଅବସ୍ଥାରେ ଦୁର୍ବଳତା, ଦୃତ ହୃତ୍ପିଣ୍ଡ ଗତି ହାର (fast heart rate), ଦୃତ ଶ୍ୱାସକ୍ରିୟା (fast breathing), ଅଧିକ ଝାଳ ବୋହିବା, ଉତ୍କଣ୍ଠା, ଉତ୍କଣ୍ଠା ଓ ଅଧିକ ଶୋଷ ହୁଏ ।[1] ଏହା ପରେ ଦ୍ୱନ୍ଦ୍ୱ, ଚେତାଶୁନ୍ୟ (unconsciousness), ହୃଦ୍ପାତ ହୋଇପାରେ । [1]
ଶକ୍ (Shock) | |
---|---|
ଶକ୍ ରକ୍ତ ସଞ୍ଚାଳନ (Circulatory shock) | |
ବିଭାଗ | Critical care medicine |
ଲକ୍ଷଣ | ପ୍ରାରମ୍ଭ: ଦୁର୍ବଳତା, ଦୃତ ହୃତ୍ପିଣ୍ଡ ଗତି ହାର, ଦୃତ ଶ୍ୱାସକ୍ରିୟା, ସ୍ୱେଦ, ଉତ୍କଣ୍ଠା, ଅଧିକ ଶୋଷ [1] ପରେ: ଦ୍ୱନ୍ଦ୍ୱ,ଚେତାଶୁନ୍ୟ (unconsciousness), ହୃଦ୍ପାତ [1] |
କାରଣ | ଅଳ୍ପ ଆୟତନ: ରକ୍ତସ୍ରାବ, ବାନ୍ତି, ଅଗ୍ନାଶୟ ପ୍ରଦାହ[1] କାର୍ଡ଼ିଓଜେନିକ: ହୃଦ୍ଘାତ (heart attack), କାର୍ଡ଼ିଆକ କଣ୍ଟ୍ୟୁଜନ (cardiac contusion)[1] ଅବସ୍ଟ୍ରକ୍ଟିଭ: କାର୍ଡ଼ିଆକ ଟାମ୍ପୋନେଡ (Cardiac tamponade), ଟେନସନ ନିମୋଥୋରାକ୍ସ (tension pneumothorax)[1] Distributed: ସେପ୍ସିସ, ମେରୁଦଣ୍ଡ ଆଘାତ (spinal cord injury), ମାତ୍ରାଧିକ ଔଷଧ [1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ, ଶାରୀରିକ ପରୀକ୍ଷା (physical exam) ଓ ଲାବୋରେଟରୀ ପରୀକ୍ଷା [2] |
ଔଷଧ | ଶିରାଭ୍ୟନ୍ତର ତରଲ ପଦାର୍ଥ (Intravenous fluid), ଭାସୋପ୍ରେସର (vasopressors)[2] |
ଚିକିତ୍ସା | କାରଣ ଅନୁସାରେ [2] |
Prognosis | ମୃତ୍ୟୁ ସଙ୍କଟ ୨୦ରୁ ୫୦%[3] |
ପୁନଃପୌନିକ | ବାର୍ଷିକ ୧.୨ ନିୟୁତ (USA)[3] |
ଚାରି ପ୍ରକାର ଶକ୍ ଦେଖାଯାଏ ଯଥା:- ହାଇପୋଭୋଲେମିଆ (Low volume), କାର୍ଡ଼ିଓଜେନିକ ଶକ୍ (cardiogenic), ଅବସ୍ଟ୍ରକ୍ଟିଭ ଶକ୍ (obstructive), ଡିସ୍ଟ୍ରିବ୍ୟୁଟିଭ ଶକ୍ (distributive) ।[2] ରକ୍ତସ୍ରାବ, ବାନ୍ତି, ଅଗ୍ନାଶୟ ପ୍ରଦାହ ଥିଲେ ସ୍ୱଳ୍ପ ଆୟତନ ଶକ୍ ହୁଏ ।[1] ହୃଦ୍ଘାତ (heart attack), କାର୍ଡ଼ିଆକ କଣ୍ଟ୍ୟୁଜନ (cardiac contusion) ଥିଲେ କାର୍ଡ଼ିଓଜେନିକ ଶକ୍ ହୁଏ । [1] କାର୍ଡ଼ିଆକ ଟାମ୍ପୋନେଡ (Cardiac tamponade) ବା ଟେନସନ ନିମୋଥୋରାକ୍ସ (tension pneumothorax) ଥିଲେ ଅବସ୍ଟ୍ରକ୍ଟିଭ ଶକ୍ ହୁଏ । [1] ସେପ୍ସିସ, ମେରୁଦଣ୍ଡ ଆଘାତ (spinal cord injury), ମାତ୍ରାଧିକ ଔଷଧ ଯୋଗୁ ଡିସ୍ଟ୍ରିବ୍ୟୁଟେଡ ଶକ୍ ହୁଏ । [1]
ଲକ୍ଷଣ, ଶାରୀରିକ ପରୀକ୍ଷା (physical exam) ଓ ଲାବୋରେଟରୀ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[2] ପଲ୍ସ ପ୍ରେସର (pulse pressure) (ସିସ୍ଟଲିକ ଚାପ pulse pressure ବିଯୁକ୍ତ ଡାଏସ୍ଟୋଲିକ ଚାପ systolic blood pressure) କମିଗଲେ ବା ହୃଦ୍ ଗତି ହାର ଅଧିକ ହୋଇଗଲେ ଚିନ୍ତାଜନକ ହୋଇଯାଏ ।[1] ଶକ୍ ଇଣ୍ଡେକ୍ସ (ହୃଦ୍ଗତି ହାର/ ସିସ୍ଟୋଲିକ ରକ୍ତଚାପ) ୦.୮ରୁ ଅଧିକ ହେଲେ ଏହି ରୋଗ ନିର୍ଣ୍ଣୟ ଅଧିକ ଶକ୍ତ ହୋଇଯାଏ ଯାହା ସ୍ୱଳ୍ପ ରକ୍ତଚାପ ଓ ଦୃତ ହୃଦ୍ଗତିଠାରୁ ଅଧିକ ନିର୍ଣ୍ଣୟାତ୍ମକ ।[4][5]
ଏହି ରୋଗର ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[2] ଖୋଲା ଶ୍ୱାସପଥ ଓ ଯଥେଷ୍ଟ ଶ୍ୱାସକ୍ରିୟା ନିମନ୍ତେ ଚେଷ୍ଟିତ ହେବା ଆବଶ୍ୟକ ।[2] ରକ୍ତସ୍ରାବ ହେଉଥିଲେ ଅପରେଶନ ବା ଇମ୍ବୋଲାଇଜେସନ (embolization) କରି ବନ୍ଦ କରାଯାଏ ।[2] ଅଧିକାଂଶ ସମୟରେ ରିଙ୍ଗର ଲାକ୍ଟେଟ (Ringer's lactate) ବା ପ୍ୟାକ୍ଡ ଲୌହିତ ରକ୍ତ କଣିକା ଶିରାଭ୍ୟନ୍ତରରେ (Intravenous fluid) ଦିଆଯାଏ ।[2] ସାଧାରଣ ଦେହ ଉତ୍ତାପ (body temperature) ରଖିବାକୁ ଚେଷ୍ଟା କରାଯାଏ ।[2] କେତେକ କେଶ୍ରେ ଭାସୋପ୍ରେସର (Vasopressors) ଦେଲେ ଉପକାର ହୁଏ । [2] ଶକ୍ ଏକ ସାଧାରଣ ଅବସ୍ଥା ଓ ଏହାର ମୃତ୍ୟୁ ସଙ୍କଟ ବହୁତ ଅଧିକ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୨ ନିୟୁତ ଲୋକ ଆଶୁ ଚିକିତ୍ସା ନିମନ୍ତେ ଆସନ୍ତି ଓ ୨୦ରୁ ୫୦% ମୃତ୍ୟୁ ବରଣ କରନ୍ତି । [3]
ସନ ୧୯୭୨ରେ ହିନସ ଓ କକ୍ସ ଦୁହେଁ ଏହି ରୋଗର ବର୍ଗୀକରଣ ବା କ୍ଲାସିଫେକେସନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଚାଲୁରହିଛି ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.