ଲୋସାର୍ଟାନ
ରାସାୟନିକ ଦ୍ରବ୍ୟ ଓ ଔଷଧ / From Wikipedia, the free encyclopedia
ଲୋସାର୍ଟାନ (ଇଂରାଜୀ ଭାଷାରେ Losartan, ଏକ ବିକ୍ରୟ ନାମ କୋଜାର) ଔଷଧ ଉଚ୍ଚ ରକ୍ତଚାପ ଚିକିତ୍ସାରେ ବ୍ୟବହୃତ ହୁଏ ।[1] ମଧୁମେହ ବୃକ୍କ ରୋଗ (diabetic kidney disease), ଲେଫ୍ଟ ଭେଣ୍ଟ୍ରିକୁଲାର ଫେଲ୍ୟୁର (left ventricular enlargement) ଓ ହୃଦ୍ପାତ ରୋଗମାନଙ୍କ ଚିକିତ୍ସାରେ ମଧ୍ୟ ଦିଆଯାଏ ।[1] ଏହି ଔଷଧ ପାଟିରେ ଦିଆଯାଏ ।[1] ଅନ୍ୟାନ୍ୟ ଉଚ୍ଚ ରକ୍ତଚାପ ଔଷଧମାନଙ୍କ (blood pressure medication) ସହିତ ଏହା ଦିଆଯାଇପାରେ ।[1] ସମ୍ପୁର୍ଣ୍ଣ ପ୍ରଭାବ ପଡ଼ିବାକୁ ୬ ସପ୍ତାହ ଲାଗିଯାଇପାରେ । [1]
Clinical data | |
---|---|
Pronunciation | /loʊˈsɑːrtən/ |
Trade names | କୋଜାର ଓ ଅନ୍ୟାନ୍ୟ |
AHFS/Drugs.com | monograph |
MedlinePlus | a695008 |
data |
|
Pregnancy category |
|
Routes of administration | ପାଟିରେ ଦିଆଯାଏ |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ୨୫-୩୫% |
Protein binding | ୯୯.୭% (ପ୍ରାଥମିକ ଆଲବୁମିନ albumin ସହିତ) |
Metabolism | Liver, CYP2C9, CYP3A4 |
Elimination half-life | 1.5–2 ଘଣ୍ଟା |
Excretion | ବୃକ୍କ ୧୩–୨୫%, ବିଲିଆରି (biliary) ୫୦–୬୦% |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.110.555 |
Chemical and physical data | |
Formula | C22H23ClN6O |
Molar mass | 422.91 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ କ୍ରାମ୍ପ, ବନ୍ଦ ନାକ, କାଶ ଓ ହାଇପରକାଲେମିଆ ହୋଇପାରେ ।[1] ସାଂଘାତିକ ପ୍ରତିକ୍ରିୟା ହେଲେ ଆଞ୍ଜିଓଇଡିମା (angioedema), ନିମ୍ନ ରକ୍ତଚାପ (low blood pressure) ଓ ବୃକ୍କ ସମସ୍ୟା (kidney problems) ଦେଖାଯାଇପାରେ । [1] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁ ପ୍ରତି ହାନୀକାରକ ହୋଇପାରେ ।[1] ସ୍ତନ୍ୟପାନ (breastfeeding) ସମୟରେ ମଧ୍ୟ ଏହା ଦେବାକୁ ମନା କରାଯାଏ ।[2] ଏହା ଅଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିଷ୍ଟ (angiotensin II receptor antagonist) ଶ୍ରେଣୀର ଔଷଧ ଓ ଆଞ୍ଜିଓଟେନସିନ ୨କୁ (angiotensin II) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[1]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଲୋସାର୍ଟାନ ସ୍ୱୀକୃତି ପ୍ରାପ୍ତ ହେଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୦.୨୮ରୁ ୩.୪୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[5] ଏହି ଔଷଧ ବାବଦ ଏକ ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୧୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[6] ଏହାର ଏକ ସଂସ୍କରଣରେ ହାଇଡ୍ରୋକ୍ଲୋରୋଥିଆଜାଇଡ ମିଶ୍ରିତ ଭାବରେ ଏହା ମିଳେ । [1]