ଲେସବିଆନ
From Wikipedia, the free encyclopedia
ଲେସବିଆନ ନାମ ସମଲିଙ୍ଗୀ (homosexual) ମହିଳାଙ୍କୁ ଦିଆଯାଏ । [3][4] ଏହି ଲେସବିଆନ ଶବ୍ଦଟି ଯୌନ ଚିହ୍ନଟ ବା ଯୌନ ବ୍ୟବହାର ନିମନ୍ତ ମଧ୍ୟ ବ୍ୟବହାର କରାଯାଏ ଓ ସମଲିଙ୍ଗୀ ଯୌନ ଆକର୍ଷିତ ମହିଳାଙ୍କର ସୂଚନା ଦେବାକୁ ବ୍ୟବହାର କରାଯାଏ । [4][5]
ମହିଳାମାନେ ପରଷ୍ପର ସହିତ ଯୌନ ମିଳନ କରିବା ଚିନ୍ତାଧାରା ବିଂଶ ଶତାବ୍ଦୀରେ ଆରମ୍ଭ ହେଲା । ପୁରୁଷଙ୍କ ଭଳି ମହିଳାମାନଙ୍କର ସମଲିଙ୍ଗୀ ମିଳନର ସ୍ୱାଧୀନତା ଇତିହାସରେ ନଥିଲା ନା ଅନେକ ସମାଜରେ ପୁରୁଷଙ୍କ ଭଳି ନିର୍ଯ୍ୟାତିତ ଓ ଦଣ୍ଡପ୍ରାପ୍ତ ହେଉଥିଲେ । ଅସମଲିଙ୍ଗୀ ମିଳନ ଅପେକ୍ଷା ଅଧିକାଂଶ ସମୟରେ ଲେସବିଆନ ସମ୍ପର୍କକୁ ସମାଜ ଏକ ନିରାପଦ ପ୍ରକ୍ରିୟା ମାନୁଥିଲା ଯଦି କୌଣସି ସାଥୀ କିଛି ବିଶେଷ ଅଧିକାର କାମନା କରୁନଥିଲେ । ଏହି କାରଣରୁ ମହିଳାମାନେ କିପରି ସମଲିଙ୍ଗୀ କାମନା ବ୍ୟକ୍ତ ହେଉଥିଲା, ତାହା ଇତିହାସରେ ଲିଖିତ ନଥିଲା । ଊନବିଂଶ ଶତାବ୍ଦୀରେ ଯୌନବିଶାରଦମାନେ (sexologists) ଓ ସମଲିଙ୍ଗୀ ବ୍ୟବହାରକୁ ବର୍ଗୀକରଣ କଲେ । ଯଥେଷ୍ଟ ସମଲିଙ୍ଗୀ ବ୍ୟବହାରର ଜ୍ଞାନ ଅଭାବରୁ ସେମାନେ ମତ ଦେଲେ ଯେ ନିଜର ସ୍ୱାଭାବିକ ଯୌନ (gender) କର୍ତ୍ତବ୍ୟ ସମ୍ପାଦନ ନ କରୁଥିବା ମହିଳାମାନଙ୍କୁ ଲେସବିଆନ ନାମକରଣ କଲେ ଯାହା ସମୟ ଯିବା ସଙ୍ଗେ ସଙ୍ଗେ ପୃଥିବୀର ବୈଜ୍ଞାନିକ ସମାଜଦ୍ୱାରା ପରିବର୍ତ୍ତୀତ ହୋଇଯାଇଛି ।
ସମଲିଙ୍ଗୀ ମହିଳାମାନେ ଏହି ଲେସବିଆନ ପଦବୀକୁ ଏଡ଼େଇବକୁ ତାଙ୍କର ବ୍ୟକ୍ତିଗତ ଜୀବନକୁ ଲୁଚେଇଲେ ବା ଏହାକୁ ଏକ ନୂଆ ସଂସ୍କୃତି ଭାବରେ ଓ ପରିଚୟ (identity) ଭାବରେ ଗ୍ରହଣ କରିନେଲେ ଯାହା ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବିକାଶ ଲାଭ କଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ସାମାଜିକ ଅବସାଦର ସମୟ ଆସିଲା ଯେତେବେଳେ ସମଲିଙ୍ଗୀଙ୍କ ଉପରେ ସରକାର ଜୁଲୁମ କରିବାରୁ ସେମାନେ ଏକ ନେଟୱର୍କ କରି ପରସ୍ପର ସହିତ ପରିଚିତ ହୋଇ ଶିକ୍ଷିତ ହେଲେ । ସମୟକ୍ରମେ ଅଧିକ ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତା ପାଇବାରୁ ସେମାନେ କିପରି ସମ୍ପର୍କ ଓ ପରିବାର ରଖିବେ, ସେ ବିଷୟ ନିର୍ଦ୍ଧାରଣ କଲେ । ଦ୍ୱତୀୟ ନାରୀବାଦ ଢେଉ ଆସିବା ପରେ ବିଂଶ ଶତାବ୍ଦୀରେ ମହିଳାମାନଙ୍କର ଇତିହାସରେ ଲେସବିଆନର ସଂଜ୍ଞା ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା ।
ମିଡିଆରେ ଲେସବିଆନଙ୍କ ଚର୍ଚ୍ଚାରୁ ଜଣାଯାଏ, କୌତୁହଳପ୍ରାପ୍ତ ଓ ଭୟଭୀତ ହୋଇଥିବା ସମାଜ ଏହି ମହିଳାଙ୍କର ଯୌନ ଭୂମିକା (gender role) ପ୍ରସଙ୍ଗ କଥା ଜାଣି ସମାଜ ଚକିତ ହୋଇଛି । ଲେସବିଆନ ପରିଚୟପ୍ରାପ୍ଟ ମହିଳାମାନେ ଜାତିଭେଦ ଭଳି ଦୃଷ୍ଟିକୋଣ ପାଇବା ଅନୁଭବ କରୁଛନ୍ତି : ଅସମଲିଙ୍ଗୀଙ୍କ (heterosexist) ବାଛବିଚାର, ବନ୍ଧୁ ଓ ପରିବାରର ସଭ୍ୟମାନଙ୍କର ସମ୍ଭାବ୍ୟ ବହିସ୍କାର ଯୋଗୁ ଲେସବିଆନମାନେ ଅଧିକ ସଂଗଠିତ ହେଉଛନ୍ତି । ମହିଳା ଭାବରେ ସେମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଚିନ୍ତାଗ୍ରସ୍ତ ହେଉଛନ୍ତି । ଏହି ଭେଦଭାବ, ସଂଖ୍ୟାଲଘୁ ଚାପ ଓ ପକ୍ଷପାତ ଫଳରେ ଶାରୀରିକ ବା ମାନସିକ ଚିନ୍ତାଗ୍ରସ୍ତ ରହୁଛନ୍ତି । ରାଜନୈତିକ ସ୍ଥିତି ଓ ସାମାଜିକ ମନୋଭାବ ଯୋଗୁ ଲେସବିଆନ ସମ୍ପର୍କ ଓ ଖୋଲା ପରିବାର ସୃଷ୍ଟିରେ ଅନ୍ତରାୟ ହେଉଛି ।