ଲେଭୋମିଲନାସିପ୍ରାନ, ଏକ ବେପାର ନାମ ଫେଟଜିମା, ହେଉଛି ଏକ ଔଷଧ ଯାହା ଅବସାଦବିରୋଧୀ ବା ଆଣ୍ଟିଡେପ୍ରେସାଣ୍ଟ ଭାବରେ ପ୍ରମୁଖ ଅବସାଦ ବେମାରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[4] ଫାଇବ୍ରୋମିଆଲଜିଆ ରୋଗ ନିମନ୍ତ ମିଲନାସିପ୍ରାନ ଦିଆଯାଏ କିନ୍ତୁ ଲେଭୋମିଲନାସିପ୍ରାନ ପାଇଁ ଅନୁମୋଦିତ ହୋଇନଥାଏ ଯଦିଓ ଏହି ଦୁଇ ଔଷଧ ଏକାପରି ଅଟନ୍ତି ।[4] ଏହା ପାଟିରେ ଦିଆଯାଏ ।[4]

Quick Facts Clinical data, Trade names ...
ଲେଭୋମିଲନାସିପ୍ରାନ
Thumb
Clinical data
Trade namesFetzima
SynonymsLevomilnacipran hydrochloride
AHFS/Drugs.commonograph
Routes of
administration
By mouth (capsules)
Legal status
Legal status
  • ℞ (Prescription only)
Pharmacokinetic data
Bioavailability92%[1]
Protein binding22%[2]
MetabolismLiver (primarily by CYP3A4)[3]
Elimination half-life12 hours[3]
ExcretionKidney[3]
Identifiers
IUPAC name
  • (1S,2R)-2-(Aminomethyl)-N,N-diethyl-1-phenylcyclopropanecarboxamide
Chemical and physical data
FormulaC15H22N2O
Molar mass୨୪୬.୩୫ g·mol−1
3D model (JSmol)
SMILES
  • CCN(CC)C(=O)[C@]1(C[C@H]1CN)C2=CC=CC=C2
InChI
  • InChI=1S/C15H22N2O/c1-3-17(4-2)14(18)15(10-13(15)11-16)12-8-6-5-7-9-12/h5-9,13H,3-4,10-11,16H2,1-2H3/t13-,15+/m0/s1 ☒N
  • Key:GJJFMKBJSRMPLA-DZGCQCFKSA-N ☒N
  (verify)
Close

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ବର୍ଦ୍ଧିତ ଝାଳ ବୋହିବା, ଯୌନ‌କ୍ରିୟା ଅସୁବିଧା ଏବଂ ହୃତ୍‌କମ୍ପ ବା ଦୃତ ହୃତ୍‌ସ୍ପନ୍ଦନ ହୋଇପାରେ । [4] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ପ୍ରବଣତା, ସେରୋଟୋନିନ ସିଣ୍ଡ୍ରୋମ, ଉଚ୍ଚ ରକ୍ତଚାପ, ରକ୍ତସ୍ରାବ, ମାନିଆ ଏବଂ ମୂତ୍ର ଧାରଣ ହୋଇପାରେ ।[4] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[5] ଏହା ଏକ ସେରୋଟୋନିନ୍-ନରେଏପିନେଫ୍ରାଇନ ରିଅପଟେକ୍ ଇନହିବିଟର (SNRI) ଏବଂ ମିଲନାସିପ୍ରାନର ଏକ ଏନଆନସିଓମର । [4]

୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ କାନାଡାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲେଭୋମିଲନାସିପ୍ରାନ ଅନୁମୋଦିତ ହୋଇଥିଲା ।[4] [6] ୨୦୧୬ରେ ଅଷ୍ଟ୍ରେଲିଆରେ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ୟୁରୋପରେ ଆଦୌ ଆବେଦନ କରାଯାଇ ନାହିଁ ।[6] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୪୩୦ ଡଲାର ଖର୍ଚ୍ଚ ହେଉଥିଲା ।[7]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.