ପ୍ରଖ୍ୟାତ ଫାଣ୍ଟାସୀ ଲେଖକ,ଗଣିତଜ୍ଞ, ତର୍କବିତ, ଫଟୋଗ୍ରାଫର From Wikipedia, the free encyclopedia
ଲିୱିସ କାରୋଲ ଓରଫ ଚାର୍ଲସ ଲୁଚୱିଜ ଡ଼ଜସନ (/ˈtʃɑːrlz ˈlʌtwɪdʒ ˈdɒdsən/;[୧][୨][୩] (୧୮୩୨/ଜାନୁଆରୀ ୨୭ - (୧୮୯୮/ଜାନୁଆରୀ ୧୪)ଙ୍କୁ ବ୍ରିଟେନର ଜଣେ ପ୍ରଖ୍ୟାତ ଫାଣ୍ଟାସୀ ଲେଖକ ବୋଲି କୁହାଯାଇଥାଏ । କିନ୍ତୁ ସେ ନିଜକୁ କେବଳ ଲେଖକ ଭାବେ ସୀମିତ ରଖି ନ ଥିଲେ । ସେ ଏକାଧାରରେ ଥିଲେ ଜଣେ ଲେଖକ , ଗଣିତଜ୍ଞ , ତର୍କବିତ ଏବଂ ଫଟୋଗ୍ରାଫର । ତାଙ୍କର ରଚନା ବଳି ମଧ୍ୟରେ ରହିଛି - ଆଲାଇସ'ଭେଞ୍ଚର୍ ଇନ୍ ୱଣ୍ଡରଲ୍ୟାଣ୍ଡ , ଥ୍ରୋ ଦି ଲୁକିଂ ଗ୍ଲାସ , ଦି ହଣ୍ଟିଂ ଅଫ୍ ଦି ସ୍ନାର୍କ । ବିଶେଷକରି ଫାଣ୍ଟାସୀ ସୃଷ୍ଟିକରି ସେ ବିଶ୍ୱରେ ନିଜର ନାମକୁ ଏକ ସ୍ୱତନ୍ତ୍ର ପର୍ଯାୟକୁ ନେଇ ପାରିଥିଲେ । ତାଙ୍କର ରଚନାବଳୀ ସବୁର ବିଜ୍ଞାନଠାରୁ ଆରମ୍ଭ କରି ଲୋକକଥା , ଗାଣିତିକ ତତ୍ତ୍ୱ ପୁଣି ତର୍କର ସ୍ପର୍ଶ ଦେଖିବାକୁ ମିଳିଥାଏ ।
ଲିୱିସ କାରୋଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | Charles Lutwidge Dodgson ୨୭ ଜାନୁଆରୀ ୧୮୩୨ Daresbury, Cheshire, England |
ମୃତ୍ୟୁ | ୧୪ ଜାନୁଆରୀ ୧୮୯୮ ୬୫) Guildford, Surrey, England | (ବୟସ
ବୃତ୍ତି | Writer, mathematician, Anglican cleric, photographer, artist |
ଜାତୀୟତା | British |
ଶୈଳୀ | Children's literature, fantasy literature, mathematical logic, poetry, literary nonsense, linear algebra, voting theory |
ସାହିତ୍ୟ କୃତି | Alice's Adventures in Wonderland, Through the Looking-Glass, The Hunting of the Snark, Jabberwocky, Curiosa Mathematica, Part I: A New Theory of Parallels, Curiosa Mathematica, Part II: Pillow Problems, "The Principles of Parliamentary Representation" |
ଦସ୍ତଖତ |
୧୮୩୨ ମସିହା ଜାନୁଆରୀ ୨୭ ତାରିଖରେ ୱାରିଂଟନର ଚେସାୟାରଠାରେ ଲିୱିସ କାରୋଲଙ୍କ ଜନ୍ମ । ସେ ତାଙ୍କ ବାପା-ମା'ଙ୍କର ପ୍ରଥମ ସନ୍ତାନ ଥିଲେ । ମାତ୍ର ପରିବାରରେ ତାଙ୍କର ସ୍ଥାନୀୟମାନ ଥିଲା ତୃତୀୟ । ତାଙ୍କର ଭାଇ ଏବଂ ଭଉଣୀ ମିଶି ଥିଲେ ଆଠ ଜଣ । କାରୋଲଙ୍କୁ ୧୧ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ନର୍ଥ ୟର୍କସାୟରକୁ ସ୍ଥାନାନ୍ତରିତ ହୋଇଯାଇଥିଲା । ଫଳରେ ସେ ପରିବାର ସହିତ ସେଠାକୁ ଚାଲି ଯାଇଥିଲେ ।
କାରୋଲଙ୍କ ବାପା ଥିଲେ ଜଣେ ରକ୍ଷଣଶୀଳ ଧର୍ମାନୁରାଗୀ । ସେ ଚର୍ଚ୍ଚର ସମସ୍ତ ନୀତିନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ସେତିକି ନୁହେଁ , ସେ ତାଙ୍କର ପିଲାମାନଙ୍କୁ ମଧ୍ୟ ଚର୍ଚ୍ଚାନୁରାଗୀ କରାଇଥିଲେ । ସେଥିଲାଗି କାରୋଲଙ୍କ ରଚନା ସବୁରେ ଧର୍ମ ଓ ତତ ସଂକ୍ରାନ୍ତ କାହାଣୀ ମାନ ପରିଦୃଶ୍ୟ ହୋଇଥାଏ । କ୍ରିଟିକମାନଙ୍କ ମତରେ , ଧର୍ମ ପୁସ୍ତକ ସବୁହିଁ କାରୋଲଙ୍କ ଲେଖକ ହେବାପାଇଁ ଅନୁପ୍ରେରିତ କରିଛନ୍ତି । ସେ ଯେଉଁ ଫାଣ୍ଟାସୀ ସୃଷ୍ଟି କରିଛନ୍ତି ସେଥିରେ ବିଭିନ୍ନ ଦେଶର ପୌରାଣିକ ଚରିତ୍ରର ରୂପାନ୍ତର ସ୍ପଷ୍ଟଭାବେ ଜାଣିହୁଏ । ଆଉ ଏ ସବୁ ଘଟିଛି ତାଙ୍କ ବାପାଙ୍କର ଧର୍ମ ପ୍ରତି ରହିଥିବା ଦୁର୍ବଳତା ପାଇଁ । ପିଲାବେଳେ ଖୁବ୍ ପଢାପଢି କରୁଥିଲେ କାରୋଲ । ବାପାଙ୍କ ପରି ତାଙ୍କର ମଧ୍ୟ ଗଣିତ ପ୍ରତି ଅଧିକ ଦୁର୍ବଳତା ରହିଥିଲା । ପୁଣି ସେ ପିଲାଟି ବେଳୁ ତର୍କଶୀଳ ଥିଲେ । କୌଣସି ଗୋଟିଏ ବି ଘଟଣାକୁ ସେ ସହଜରେ ଗ୍ରହଣ କରୁ ନ ଥିଲେ । ତା' ପଛରେ ରହିଥିବା ରହସ୍ୟ ନ ଜାଣିବା ଯାଏ ତାଙ୍କ ମନରେ ଅସନ୍ତୋଷ ଭାବ ଲାଗି ରହୁଥିଲା ।
ଲିୱିସଙ୍କ ପରିବାର ମୁଖ୍ୟତଃ ବ୍ରିଟେନର ଉତ୍ତର ନିବାସୀ । ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୂଳ ଉତ୍ସ ଆୟରଲ୍ୟାଣ୍ଡ ସହିତ ସମ୍ପୃକ୍ତ । ସେମାନଙ୍କର କୌଣସି ନା କୌଣସି ପିଢ଼ି ଆୟରଲ୍ୟାଣ୍ଡରେ ଜନ୍ମିତ ଓ ପାଳିତ । ସେ ଯାହାଭି ହେଉନା କାହିଁକି କାରୋଲଙ୍କ ପରିବାରର ସଦସ୍ୟମାନେ ରକ୍ଷଣଶୀଳ ଏବଂ ଚର୍ଚ୍ଚ ବିଶ୍ୱାସୀ । ପରିବାରର ଅଧିକାଂଶ ପୁରୁଷ ସଦସ୍ୟ ସେନାରେ ସାମିଲ ଓ ଦେଶ ପାଇଁ କାର୍ଯ୍ୟରତ । ଅନ୍ୟମାନେ ଚର୍ଚ୍ଚର କର୍ମଚାରୀ । କାରୋଲଙ୍କ ପରିବାର ବିଷୟରେ କ୍ରିଟିକମାନେ କୁହନ୍ତି ଯେ , ସେମାନେ ଜୀବନରେ ଦୁଇଟି କାମ କରିବାକୁ ବେଶୀ ଭଲପାଆନ୍ତି । ପ୍ରଥମତଃ ଲଢେଇ ଏବଂ ଦ୍ୱିତୀୟରେ ଧର୍ମସେବା । କାରୋଲଙ୍କ ଜଣେ ଜେଜେବାପା ଏକ ଚର୍ଚ୍ଚର ବିଶପ୍ ହୋଇପାରିଥିଲେ । ତାଙ୍କର ଆଉ ଜଣେ ଜେଜେବାପା ବ୍ରିଟେନ ସେନାର କ୍ୟାପ୍ଟେନ ଥିଲେ , ଯିଏ ୧୮୦୩ ମସିହାରେ ଯୁଦ୍ଧ କରିବା ବେଳେ ପ୍ରାଣ ହରାଇଥିଲେ । କାରୋଲଙ୍କ ବାପାଙ୍କ ନାମ ଚାର୍ଲସ ଡଜସନ । ଚାର୍ଲସ ଜନ୍ମରୁ ଜଣେ ଗଣିତଜ୍ଞ ହୋଇ ଜନ୍ମ ହୋଇଥିଲେ । ଖୁବ୍ ପିଲାଟି ବେଳୁ ତାଙ୍କର ଗଣିତ ପ୍ରତିଭା ବିକଶିତ ହୋଇଥିଲା ଓ ସେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିଥିଲେ । ଅକ୍ସଫୋର୍ଡ଼ର ଖ୍ରୀଷ୍ଟଚର୍ଚ୍ଚରେ ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା । ସେ ଜଣେ ପ୍ରଚଣ୍ଡ ଧର୍ମବିଶ୍ୱାସୀ ଥିଲେ । ବାଇବେଲର ବାକ୍ୟକୁ ସେ ଗଭୀର ସମ୍ମାନ ଦେଉଥିଲେ ଓ ଅତି ପବିତ୍ର ମନେକରୁଥିଲେ । ଗଣିତରେ ସେ ଭିନ୍ନଭିନ୍ନ ସ୍ଥାନରୁ ଦୁଇଥର ଡିଗ୍ରୀ ହାସଲ କରିଥିଲେ । ତାଙ୍କର ଏକାଡ଼େମୀକ କ୍ୟାରିଅର ଅତି ଚମତ୍କାର । ୧୮୨୭ ମସିହାରେ ତାଙ୍କର ବିବାହ ହୋଇଥିଲା ଫ୍ରାନସିସ ଜଣେ ଲୁଚୱୀଜଙ୍କ ସହିତ । ଜଣେ ତାଙ୍କର ନିକଟ ସମ୍ପର୍କୀୟ ଭଉଣୀ (କଜିନ ସିଷ୍ଟର) ଥିଲେ ।
ଲେଖିବା ଆଉ ପଢିବାକୁ ବାଦଦେଲେ କାରୋଲଙ୍କ ଥିଲା ଆଉ ଗୋଟେ ସୌକ । ତାହା ହେଉଛି ଫଟୋଗ୍ରାଫି । ପିଲାଟିବେଳୁ ପ୍ରକୃତି ପ୍ରତି ଖୁବ୍ ଦୁର୍ବଳ ଥିବା କାରୋଲ ବଡ଼ ହେବା ପରେ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହୋଇପଡିଥିଲେ । ତେବେ ଫଟୋଗ୍ରାଫି ପ୍ରତି ତାଙ୍କର ମୋହ ସୃଷ୍ଟି ହୋଇଥିଲା ତାଙ୍କ ମାମୁ ଚ୍ମେଫିଙ୍ଗଟନ ଲୁଚୱୀଜଙ୍କୁ ଦେଖି । ପୁଣି ଅକ୍ସଫୋର୍ଡରେ ପଢ଼ିବା ସମୟରେ ରିଜିନାଲ୍ଡ଼ ସାଉଦାଏ ନାମକ ତାଙ୍କର ଜଣେ ସହପାଠୀ ତାଙ୍କୁ ଫଟୋଗ୍ରାଫି କରିବା ପାଇଁ ପରାମର୍ଶ ଦେଇଥିଲେ । ତା' ପରଠାରୁ ସେ ଆରମ୍ଭ କରିଦେଇଥିଲେ ନିଜ ଉଦ୍ୟମ । ବାଣୀ ଯାଇଥିଲେ ଜଣେ ଜେଣ୍ଟଲ ମ୍ୟାନ ଫଟୋଗ୍ରାଫର । ତାଙ୍କର ସମଗ୍ର ସୃଷ୍ଟି ସର୍ଜନା ଉପରେ ଗବେଷଣା କରିଥିବା ରୋଜର ଟେଲର ଏବଂ ଏଡ଼ୱାର୍ଡ଼ ୱାକେଲିଂ ସେମାନଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ କାରୋଲ ମୁଖ୍ୟତଃ ପୁରୁଷ , ନାରୀ , ଶିଶୁ , ପ୍ରାକୃତିକ ପରିବେଶର ଫଟୋ ଉଠାଉଥିଲେ । ସେ ଜଣେ ଲେଖକ , ତର୍କବିତ ଏବଂ ଗଣିତଜ୍ଞ ଥିଲେ । କିନ୍ତୁ ତାଙ୍କର ବେଶୀ ସମୟ ଫଟୋଗ୍ରାଫିରେ ଯାଉଥିଲା । ସମାଲୋଚକ ମାନଙ୍କ ମତରେ , ତାଙ୍କ ଭିତରେ ଏକ ଅଦ୍ଭୁତ କଳାତ୍ମକତା ଲୁଚି ରହିଥିଲା , ଯାହା ଫଟୋଗ୍ରାଫି ବାଟଦେଇ ପ୍ରକଟିତ ହେଉଥିଲା ।
ଜୀବନରେ ମନ , ସମ୍ମାନ , ଖ୍ୟାତି , ପ୍ରତିଷ୍ଠା , ପ୍ରତିପତ୍ତି କିଛିରେ କମ ନ ଥିଲା କରୋଲଙ୍କର । ସେ ଅଧ୍ୟାପନକୁ ନିଜର ଏକ ମାତ୍ର ବ୍ରତ ତଥା ବୃତ୍ତି ବୋଲି ଗ୍ରହଣ କରିନେଇଥିଲେ । ୧୮୮୧ ପର୍ଯ୍ୟନ୍ତ ସେ ଖ୍ରୀଷ୍ଟଚର୍ଚ୍ଚରେ ପାଠ ପଢ଼ାଉଥିଲେ । ତାଙ୍କର ଶେଷ ଦୁଇଟି ଉପନ୍ୟାସ ଯଥାକ୍ରମେ ୧୮୮୯ ଏବଂ ୧୮୯୩ ମସିହାରେ ପ୍ରକାଶିତ ହୋଇଥିଲା । ଅବଶ୍ୟ ଏହା ତାଙ୍କର ପୂର୍ବ ଉପନ୍ୟାସ ଭଳି ସେତେ ବେଶୀ ପାଠକୀୟତା ପାଇ ନ ଥିଲା କିମ୍ବା ବିକ୍ରି ମଧ୍ୟ ଆଶାନୁରୂପ ନ ଥିଲା । ଅବଶ୍ୟ ତାହାକୁ ନେଇ ତାଙ୍କର କୌଣସି ମଧ୍ୟ ଅନୁଶୋଚନା ନ ଥିଲା । ୧୮୯୮ ମସିହା ଜାନୁଆରୀ ମାସ , ସେ ତାଙ୍କ ଭଉଣୀ ଘରେ ଥିବା ଅବସ୍ଥାରେ ନିମୁନିଆରେ ଆକ୍ରାନ୍ତ ହୋଇପଡିଥିଲେ । ସେହି ମାସ ୧୪ ତାରିଖରେ ତାଙ୍କର ଦେହାନ୍ତ ଘଟିଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.