ଲିମ୍ଫାଡେନୋପାଥି ରୋଗରେ ଲସିକା ଗ୍ରନ୍ଥି ଆକାର ବଢ଼ିଯାଏ । From Wikipedia, the free encyclopedia
ଲିମ୍ଫାଡେନୋପାଥି, ଅନ୍ୟ ନାମ ଆଡେନୋପାଥି, ରୋଗରେ ଲସିକା ଗ୍ରନ୍ଥି ଆକାର ବଢ଼ିଯାଏ ।[1] ଏହା ଶରୀରର ଗୋଟିଏ ଅଂଶରେ ହୋଇପାରେ କିମ୍ବା ବିସ୍ତୃତ ଭାବରେ ହୋଇପାରେ | [1] ଯଦି ଲସିକା ଗ୍ରନ୍ଥି କୋମଳ ଥିଲେ ସଂକ୍ରମଣ ସମ୍ଭାବନା ଅଧିକ ଥାଏ ଓ କର୍କଟ ରୋଗ ହେବାର କମ୍ ସମ୍ଭାବନା ଥାଏ | [1] ୩ କିମ୍ବା ୪ ସପ୍ତାହରୁ ଅଧିକ ସମୟର ବୃଦ୍ଧି ଥିଲେ ଚିନ୍ତାଜନକ ହୁଏ । [1] [2]
ଏହାର କାରଣ ମଧ୍ୟରେ ସଂକ୍ରମଣ, ଅଟୋଇମ୍ମ୍ୟୁନ ରୋଗ, କର୍କଟ, ଔଷଧ ପ୍ରତିକ୍ରିୟା ଏବଂ ଲିମ୍ଫୋପ୍ରୋଲିଫରେଟିଭ ବେମାରୀ ହୋଇପାରେ । [1] [2] ସଂକ୍ରମଣର କାରଣ ଜୀବାଣୁ, କବକ, ଭୂତାଣୁ,ସ୍ପାଇରୋକେଟାଲ କିମ୍ବା ପ୍ରୋଟୋଜୋଆ ହୋଇପାରେ । [1] ଅଟୋମ୍ୟୁମ୍ୟୁନ ରୋଗରେ ଆମିଲଏଡୋସିସ୍, ସିସ୍ଟେମିକ ଲୁପସ୍ ଏରିଦେମାଟୋସସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ। [1] କର୍କଟ ରୋଗ ମଧ୍ୟରେ ଲିମ୍ଫୋମା, ଲିଉକେମିଆ ଏବଂ ମେଟାଷ୍ଟାସିସ ଅନ୍ତର୍ଭୁକ୍ତ ହୋଇପାରେ। [1] ସେମାନଙ୍କର ମଧ୍ୟ ଅଜଣା ରହିପାରନ୍ତି | [1] ସାଧାରଣତଃ ବୟସ୍କମାନଙ୍କ ଲସିକା ଗ୍ରନ୍ଥିଗୁଡ଼ିକ ୧ ସେମିରୁ ଛୋଟ | [1] ଲସିକା ଗ୍ରନ୍ଥି ବାୟୋପ୍ସି କରି ରୋଗ ନିର୍ଣ୍ଣୟ ସମର୍ଥିତ କରାଯାଇପାରେ | [1]
ମୂଳ କାରଣ ଉପରେ ଏହାର ଚିକିତ୍ସା ନିର୍ଭର କରେ | [1] ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଶେଷ ଚିନ୍ତାଜନକ ନୁହେଁ ବିଶେଷତଃ ପିଲାମାନଙ୍କ କ୍ଷେତ୍ରରେ ଅଧିକାଂଶ ମାମଲା ଗମ୍ଭୀର ନୁହେଁ। [1] ଏହି ରୋଗ ଅପେକ୍ଷାକୃତ ସାଧାରଣ ଅଟେ | [2] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [2] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି | [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.