From Wikipedia, the free encyclopedia
ଲଳିତ ମାନସିଂହ, ଜଣେ ସେବା ନିବୃତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଭାରତର ପ୍ରାକ୍ତନ ବୈଦେଶିକ ସଚିବ ଅଟନ୍ତି। ସେ, ଇଂଲଣ୍ଡ ଓ ଆମେରିକାରେ ଭାରତର ରାଷ୍ଟ୍ରଦୂତ ହିସାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।
ଲଳିତ ମାନସିଂହ | |
---|---|
ଜନ୍ମ | ଲଳିତେନ୍ଦୁ ମାନସିଂହ ୨୯ ଅପ୍ରେଲ ୧୯୪୧ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଭାରତୀୟ ପ୍ରଶାସନିକ ଅଧିକାରୀ, ବୈଦେଶିକ ସଚିବ |
ବୈବାହିକ-ସାଥୀ(s) | ସୋନାଲ ମାନସିଂହ(ବିବାହ ବିଚ୍ଛେଦ)[1], ଇନ୍ଦିରା ମାନସିଂହ |
ପିତାମାତା(s) | ମାୟାଧର ମାନସିଂହ, ହେମଲତା ମାନସିଂହ[2] |
ପ୍ରଖ୍ୟାତ କବି ଓ ଲେଖକ ମାୟାଧର ମାନସିଂହଙ୍କର ଜ୍ଯେଷ୍ଠ ପୁତ୍ର[3], ଲଳିତ ମାନସିଂହ ଜଣେ ମେଧାବୀ ଛାତ୍ର ଥିଲେ । ସେ ପିଲାଦିନେ ଡାକ୍ତର ହେବାକୁ ଇଚ୍ଛୁକ ଥିଲେ, କିନ୍ତୁ ଗଣିତ ଭଲ ହେଉନଥିବାରୁ, ସେ ଡାକ୍ତରୀ ପାଠ ପଢ଼ି ନଥିଲେ । ସେ ପୁଣି ସଂଗୀତକୁ ନିଜର ବୃତ୍ତି କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ମା' ଏହା ଚାହୁଁନଥିବାରୁ, ସେ ସଂଗୀତ ଦିଗରେ ମଧ୍ୟ ଅଗ୍ରସର ହୋଇନଥିଲେ । ମା'ଙ୍କର ଇଛା ଅନୁସାରେ, ସେ ପରବର୍ତ୍ତୀ ସମୟରେ ଭାରତୀୟ ପ୍ରଶାସନିକ ସେବା ପ୍ରତି ଆକର୍ଷିତ ହୋଇଥିଲେ । ଲଳିତଙ୍କର ଦୁଇ ଜଣ ଭାଇ ଓ ଦୁଇ ଜଣ ଭଉଣୀ ଅଛନ୍ତି । ଲଳିତ ମାନସିଂହ,ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭକରିଛନ୍ତି । ଉଭୟ ପାଠ୍ଯକ୍ରମରେ ଉତ୍କୃଷ୍ଠତା ଲାଭକରି, ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସେ ଜଣେ ରିସର୍ଚ୍ଚ ସ୍କଲାର ଓ ଶିକ୍ଷକ ଭାବରେ କିଛି ଦିନ କାମ କରିଥିଲେ । ସେ, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ବିବାହ କରିଥିଲେ ଓ ପରେ ସେମାନଙ୍କର ବିବାହ ବିଚ୍ଛେଦ ମଧ୍ୟ ଘଟିଥିଲା । ପରବର୍ତ୍ତୀ ସମୟରେ ସେ ଇନ୍ଦିରାଙ୍କୁ ବିବାହ କରିଛନ୍ତି ଓ ଇନ୍ଦିରାଙ୍କଠାରୁ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।[4]
ଲଳିତ ମାନସିଂହ, ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଜଣେ ଅଧ୍ୟାପକ ରୂପରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ୧୯୬୩ ମସିହାରେ ସେ ଭାରତୀୟ ପ୍ରଶାସନିକ ସେବା ଅନ୍ତର୍ଗତ, ଭାରତୀୟ ବୈଦେଶିକ ସେବାରେ ଯୋଗଦାନ କଲେ । ୧୯୬୩ ମସିହାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସେ ସର୍ବଭାରତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜେନିଭା, ତାଙ୍କର ପ୍ରଥମ ଅଭିଯାନ ଥିଲା । ପରବର୍ତ୍ତୀ ସମୟରେ ସେ, ଅର୍ଥବିଭାଗରେ କାମ କରିଥିଲେ । ତାଙ୍କୁ କିଛି ବର୍ଷ ପାଇଁ କାବୁଲ ମଧ୍ୟ ଯିବାକୁ ପଡ଼ିଥିଲା । ୧୯୮୦-୮୩ ପର୍ଯ୍ୟନ୍ତ ସେ ୟୁ.ଏ.ଇର ରାଷ୍ଟ୍ରଦୂତ ହିସାବରେ ନିଯୁକ୍ତ ହୋଇଥିଲେ। ଏହା ରାଷ୍ଟ୍ରଦୂତ ଭାବରେ ତାଙ୍କର ପ୍ରଥମ ନିଯୁକ୍ତି ଥିଲା । ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେବାରେ, ସେ ହେଉଛନ୍ତି, ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୯୯୩-୯୫ ମସିହା ଯାଏଁ ସେ ନାଇଜେରିଆର ରାଷ୍ଟ୍ରଦୂତ ଭାବରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଇଂଲଣ୍ଡରେ ଭାରତର ରାଷ୍ଟ୍ରଦୂତ ରୂପରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୯-୨୦୦୧ ମସିହା ଯାଏଁ, ସେ ଭାରତର ବୈଦେଶିକ ସଚିବ ଭାବରେ କାମ କରିଥିଲେ । ସେ ଆଇ.ସି.ସି.ଆର ଓ ଏଫ.ଏସ.ଆଇର ଅଧ୍ଯକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ୨୦୦୧ ମସିହାରେ, ସେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ । [5]
ସେବା ନିବୃତି ପରେ ମଧ୍ୟ, ସେ ବର୍ତ୍ତମାନ ବିଭିନ୍ନ ଆନ୍ତର୍ଜାତୀକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି । [6] [7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.