ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
ରାମସ୍ୱାମୀ ଭେଙ୍ଗଟରମଣ (୪ ଡିସେମ୍ବର ୧୯୧୦ - ୨୭ ଜାନୁଆରୀ ୨୦୦୯) ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଓ ରାଜନେତା ଥିଲେ । ସେ ଭାରତର କେନ୍ଦ୍ରମନ୍ତ୍ରୀ ତଥା ଅଷ୍ଟମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ସେ ୧୯୧୦ ଡିସେମ୍ବର ୪ ତାରିଖରେ ତାମିଲନାଡୁର ତାଞ୍ଜୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାଡ୍ରାସର ଲୋୟଲା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଓ ଆଇନରେ ଡିଗ୍ରୀ ହାସଲ କରିବା ପରେ ଉଚ୍ଚନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଦୁଇବର୍ଷ କାରାବରଣ କରିଥିଲେ । ୧୯୪୪ରେ ଜେଲରୁ ବାହାରିବା ପରେ ତାମିଲନାଡୁ ପ୍ରାଦେଶିକ କଂଗ୍ରେସ କମିଟିର ଶ୍ରମିକ ସଂଗଠନର ନେତୃତ୍ୱ ନେଇଥିଲେ । ୧୯୫୨ରେ ସେ ପ୍ରଥମେ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । ୧୯୫୭ରେ ଦ୍ୱିତୀୟ ଥର ନିର୍ବାଚିତ ହୋଇ ପରେ ଇସ୍ତଫା ଦେଇଥିଲେ । କେ କାମରାଜଙ୍କ ଆମନ୍ତ୍ରଣ କ୍ରମେ ସେ ମାଡ୍ରାସ ରାଜ୍ୟ ସରକାରରେ ଶ୍ରମ, ସମବାୟ, ଶିଳ୍ପ, ଶକ୍ତି ଓ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୬୭ରେ ସେ ଯୋଜନା କମିଶନର ସଦସ୍ୟ ହେବା ସହ କେନ୍ଦ୍ରମନ୍ତ୍ରୀମଣ୍ଡଳର ଶିଳ୍ପ, ଶ୍ରମିକ, ଶକ୍ତି, ପରିବହନ, ଯୋଗାଯୋଗ ଓ ରେଳ ବିଭାଗ ମନ୍ତ୍ରୀ ଭାବେ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୭ରେ ମାଡ୍ରାସ (ଦକ୍ଷିଣ) ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୩ରେ ସେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ମିଶାଇଲ ମ୍ୟାନ ଭାବେ ପରିଚିତ ଅବଦୁଲ କଲାମଙ୍କୁ ସେ ମହାକାଶ କାର୍ଯ୍ୟକ୍ରମରୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଆଣିଥିଲେ । ୧୯୮୪ରେ ଉପରାଷ୍ଟ୍ରପତି ଓ ୧୯୮୭ରେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଜାନୁଆରୀ ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
ରାମସ୍ୱାମୀ ଭେଙ୍କଟରମଣ | |
---|---|
ଭାରତର ୮ମ ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୫ ଜୁଲାଇ ୧୯୮୭ – ୨୫ ଜୁଲାଇ ୧୯୯୨ | |
ପ୍ରଧାନ ମନ୍ତ୍ରୀ | ରାଜିବ ଗାନ୍ଧୀ ବିଶ୍ୱନାଥ ପ୍ରତାପ ସିଂହ ଚନ୍ଦ୍ର ଶେଖର ପି.ଭି. ନରସିଂହ ରାଓ |
Vice President | ଶଙ୍କର ଦୟାଲ ଶର୍ମା |
ପୂର୍ବ ଅଧିକାରୀ | ଜୈଲ ସିଂହ |
ପର ଅଧିକାରୀ | ଶଙ୍କର ଦୟାଲ ଶର୍ମା |
ଉପ-ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୦ ଅଗଷ୍ଟ ୧୯୮୨ – ୨୭ ଜୁଲାଇ ୧୯୮୭ | |
ରାଷ୍ଟ୍ରପତି | ଜୈଲ ସିଂହ |
ପୂର୍ବ ଅଧିକାରୀ | ମହମ୍ମଦ ହିଦାୟତୁଲ୍ଲା |
ପର ଅଧିକାରୀ | ଶଙ୍କର ଦୟାଲ ଶର୍ମା |
ଗୃହ ମନ୍ତ୍ରୀ | |
କାର୍ଯ୍ୟକାଳ ୨୨ଜୁନ ୧୯୮୨ – ୨ ସେପ୍ଟେମ୍ବର ୧୯୮୨ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ଜୈଲ ସିଂହ |
ପର ଅଧିକାରୀ | ପ୍ରକାଶ ଚନ୍ଦ୍ର ସେଠୀ |
ରକ୍ଷା ମନ୍ତ୍ରୀ | |
କାର୍ଯ୍ୟକାଳ ୧୫ ଜାନୁଆରୀ ୧୯୮୨ – ୨ ଅଗଷ୍ଟ ୧୯୮୪ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ଇନ୍ଦିରା ଗାନ୍ଧୀ |
ପର ଅଧିକାରୀ | ଶଙ୍କରରାଓ ଚଭନ |
ବିତ୍ତ ମନ୍ତ୍ରୀ | |
କାର୍ଯ୍ୟକାଳ ୧୪ ଜାନୁଆରୀ ୧୯୮୦ – ୧୫ ଜାନୁଆରୀ ୧୯୮୨ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ହେମବତୀ ନନ୍ଦନ ବହୁଗୁଣା |
ପର ଅଧିକାରୀ | ପ୍ରଣବ ମୁଖାର୍ଜୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ରାଜମଦମ, ତାମିଲନାଡୁ, ଭାରତ | ୪ ଡିସେମ୍ବର ୧୯୧୦
ମୃତ୍ୟୁ | ୨୭ ଜାନୁଆରୀ ୨୦୦୯ ୯୮) ନୂଆ ଦିଲ୍ଲୀ, ଭାରତ | (ବୟସ
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଜାନକୀ ଭେଙ୍କଟରମଣ |
ଶିକ୍ଷାନୁଷ୍ଠାନ | ଲୋୟଲା କଲେଜ, ମାଡ୍ରାସ ଲ କଲେଜ |
ପେଷା | ଓକିଲାତି |
ସନ୍ତକ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.