From Wikipedia, the free encyclopedia
ମହାରାଷ୍ଟ୍ରର ବନ୍ଦର ନିକଟରେ ଥିବା ସହର ପାଇଁ ରତ୍ନଗିରି (ମହାରାଷ୍ଟ୍ର) ଦେଖନ୍ତୁ ।
ବୌଦ୍ଧବାଦ |
ଇତିହାସ |
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ନିବାଣ |
ପରମ୍ପରା ·
ଧର୍ମଗ୍ରନ୍ଥ |
ରତ୍ନଗିରି ବୌଦ୍ଧ ବାଦର ମୂଳ ବିହାର ମହାବିହାରର ଏକ ପ୍ରଧାନ ଭାଗ ଥିଲା । ଏହା ଓଡ଼ିଶାର ଯାଜପୁର ଜିଲ୍ଲାର ବ୍ରାହ୍ମଣୀ ଓ ବିରୂପା ନଦୀର ଉପତ୍ୟକାରେ ଅବସ୍ଥିତ । ଏହା ଲଳିତଗିରି ଓ ଉଦୟଗିରି ସହିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ ।
୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତ ନରପତି ନରସିଂହ ବଳାଦିତ୍ୟଙ୍କର ଶାସନ କାଳରେ ରତ୍ନଗିରି ପ୍ରତିଷ୍ଠା ହୋଇ ୧୨ଶ ଶତାବ୍ଦୀ ଯାଏଁ ଚରମ ଉନ୍ନତିର ପୁରୋଭାଗରେ ପହଞ୍ଚିଥିଲା । ତିବତର ଇତିହାସର ପାଗ ସାମ ଜନ ଜାଙ୍ଗ ଅନୁସାରେ ରତ୍ନଗିରି ୧୦ମ ଶତକର କାଳଚକ୍ରତନ୍ତ୍ରର ଉନ୍ନତିର ଏକ ପ୍ରଧାନ ଭାଗ ଥିଲା ଯାହା ସେକାଳରେ ଅନେକ ଗୁଡ଼ିଏ ସ୍ତୂପ, ଧାତବ ଅନୁଶାସନ ଓ ଅନ୍ୟାନ୍ୟ କାଳଚକ୍ରର ସଂକେତ ଥିବା କୀର୍ତ୍ତିରାଜିର ଆବିଷ୍କାର ହୋଇଥିବାର ପ୍ରମାଣ ଦେଇଥାଏ ।[୧]
ସନ ୧୯୫୮ ଓ ୧୯୬୧ରେ ଏକ ବଡ଼ ଧରଣର ଖନନ କରାଯାଇଥିଲା [୨], ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା ଗୁପ୍ତ ଯୁଗର ଥିଲା । ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ ନାମରେ ଥିବା ସେତେବେଲର ମୁଦ୍ରା ଏହାକୁ ଚିହ୍ନିବାରେ ସାହାଯ୍ୟ କରିଥାଏ ।
ଅଧୁନା ସେଠାରେ ଏକ ମୂର୍ତ୍ତିସମୂହ ତାରା, ଅବଲୋକିତେଶ୍ୱର, ଅପରାଜିତା ଓ ହରିତି ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.