ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
ମହନ୍ତ ଯୋଗୀ ଆଦିତ୍ୟନାଥ (ବାଲ୍ୟନାମ: ଅଜୟ ସିଂହ ବିଷ୍ଟ ଜନ୍ମ: ୫ ଜୁନ ୧୯୭୨) ଜଣେ ଭାରତୀୟ ବାବା ଓ ହିନ୍ଦୁ ରାଷ୍ଟ୍ରବାଦୀ ରାଜନେତା । ମାର୍ଚ୍ଚ ୨୦୧୭ରେ ଉତ୍ତର ପ୍ରଦେଶର ଏକବିଂଶତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[1] ଉତ୍ତର ପ୍ରଦେଶର ଗୋରଖପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ମସିହାରୁ ଭାରତୀୟ ଜନତା ପାର୍ଟି ତରଫରୁ ଲୋକ ସଭାକୁ ସାଂସଦ ନିର୍ବାଚିତ ହୋଇଆସୁଛନ୍ତି । ଆଦିତ୍ୟନାଥ ଗୋରଖପୁରଠାରେ ଥିବା ଏକ ହିନ୍ଦୁ ଧାର୍ମିକ ସ୍ଥଳ ଗୋରଖନାଥ ମଠର ମହନ୍ତ । ସେ ସେଠାରେ ତାଙ୍କ ଧାର୍ମିକ ପିତା ମହନ୍ତ ଅବୈଦ୍ୟନାଥଙ୍କ ଅନ୍ତେ ସେପ୍ଟେମ୍ବର ୨୦୧୪ରୁ ସେ ମହନ୍ତ ଅବସ୍ଥାପିତ ହୋଇଛନ୍ତି । ସେ ସାମ୍ପ୍ରଦାୟିକ ହିଂସାରେ ନିୟୋଜିତ ଯୁବ ଦଳ ହିନ୍ଦୁ ଯୁବ ବାହିନୀର ପ୍ରତିଷ୍ଠାତା ।[2][3] ସେ ଜଣେ ଦକ୍ଷିଣପନ୍ଥୀ ହିନ୍ଦୁତ୍ୱ ଅଗ୍ନୀବର୍ଷୀ-କର୍ମୀ ।[4][5][6][7]
ଯୋଗୀ ଆଦିତ୍ୟନାଥ | |
---|---|
ଉତ୍ତର ପ୍ରଦେଶର ୨୧ଶ ମୁଖ୍ୟମନ୍ତ୍ରୀ | |
Incumbent | |
Assumed office ୧୯ ମାର୍ଚ୍ଚ ୨୦୦୧୭ | |
ରାଜ୍ୟପାଳ | ରାମ ନାଏକ |
Deputy | କେଶବ ପ୍ରସାଦ ମୌର୍ଯ୍ୟ ଦିନେଶ ଶର୍ମା |
ପୂର୍ବ ଅଧିକାରୀ | ଅଖିଳେଶ ଯାଦବ |
ଗୋରଖପୁରରୁ ଲୋକ ସଭାରେ ସାଂସଦ | |
Incumbent | |
Assumed office ୧୯୯୮ | |
ପୂର୍ବ ଅଧିକାରୀ | ମହନ୍ତ ଅବୈଦ୍ୟନାଥ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପଞ୍ଚୁର, ପୌରି ଗଡ଼ବାଲ, ଉତ୍ତରାଖଣ୍ଡ | ୫ ଜୁନ ୧୯୭୨
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ୱେବସାଇଟ | yogiadityanath.in |
26 May, 2014 ସୁଦ୍ଧା ଆଧାର: |
ସେ ଉତ୍ତରାଖଣ୍ଡର ପୌଡ଼ି ଗଡ଼ବାଲ ଅନ୍ତର୍ଗତ ପଞ୍ଚୁର ଗାଁର ଏକ ଗଡ଼ବାଲି ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।[8][9] ସେ ଉତ୍ତରାଖଣ୍ଡର ଏଚ ଏନ ବି ଗଡ଼ବାଲ ବିଶ୍ୱବିଦ୍ୟାଳୟ, ଶ୍ରୀନଗର (ଗଡ଼ବାଲ)ରୁ ଗଣିତରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ ।[10]
ଦ୍ୱାଦଶ ଲୋକ ସଭାରେ ୨୬ ବର୍ଷୀୟ ଆଦିତ୍ୟ ସର୍ବ କନିଷ୍ଠ ସାଂସଦ ଥିଲେ । ସେ ଗୋରଖପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ ମସିହାର ନିର୍ବାଚନରେ ବିଜୟୀ ହୋଇ ଲୋକ ସଭା ସାଂସଦ ହୋଇଥିଲେ ।[11][11][12]
୩ ଜାନୁଆରୀ ୨୦୧୬ରେ ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କଦ୍ୱାରା ହୋଇଥିବା ପଠାନକୋଟର ଭାରତୀୟ ବାୟୁସେନା ଉପରେ ହୋଇଥିବା ଆକ୍ରମଣ ପରେ, ଆଦିତ୍ୟନାଥ ପାକିସ୍ତାନକୁ ଶଇତାନ ସହ ତୁଳନା କରିଥିଲେ ।[13]
ଆଦିତ୍ୟନାଥ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୭ଟି ମୁସଲିମ-ଅଧିକ ଦେଶର ନାଗରିକମାନଙ୍କୁ ଆମେରିକାରେ ପଶିବାକୁ ବାରଣ ସିଦ୍ଧାନ୍ତକୁ ପ୍ରଶଂସା କରିଥିଲେ ଓ ଆତଙ୍କବାଦକୁ ରୋକିବା ପାଇଁ ଭାରତକୁ ମଧ୍ୟ ସମାନ ଧରଣର ନୀତି ଆପଣାଇବା ପାଇଁ ଆହ୍ୱାନ ଦେଇଥିଲେ ।[14]
୧୨ ସେପ୍ଟେମ୍ବର ୨୦୧୪ରୁ ମହନ୍ତ ଅବୈଦନାଥଙ୍କ ମୃତ୍ୟୁ ପରେ ଗୁରୁ ଗୋରଖନାଥ ମନ୍ଦିରରେ ମହନ୍ତ ହୋଇଥିଲେ । ୧୪ ସେପ୍ଟେମ୍ବର ୨୦୧୪ରେ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ପିଠାଧିଶ୍ୱର ହେବା ପରେ ରୀତି ଅନୁସାରେ ନାଥ ଉପାଧିରେ ଭୂଷିତ ହୋଇଥିଲେ ।[ଆଧାର ଲୋଡ଼ା]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.