ଏହା ଏକ କୋଭିଡ଼-୧୯ ଟିକା । From Wikipedia, the free encyclopedia
ମୋଡର୍ନା କୋଭିଡ଼-୧୯ ଟିକା (ଇଂରାଜୀ ଭାଷାରେ ModernaCOVID-19 vaccine ), ଜେନେରିକ୍ ନାମ ଏଲାସୋମେରାନ ଏବଂ ବେପାର ନାମ ସ୍ପାଇକେଭାକ୍ସଦ୍ୱାରା ଜଣାଶୁଣା, ଏକ କୋଭିଡ଼-୧୯ ଟିକା ।[2] [24] କୋଭିଡ-୧୯ ବିରୋଧରେ ସୁରକ୍ଷା ଯୋଗାଇବା ପାଇଁ ସ୍ଥାନ ବିଶେଷରେ ଏହା ଏକାଦଶ କିମ୍ବା ସତର ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ବ୍ୟବହୃତ ହୁଏ ।[25] [2] [26] ଏହା ପ୍ରାରମ୍ଭରେ ୯୪% ପ୍ରଭାବଶାଳୀ ବୋଲି ଜଣାପଡିଛି ।[26] ଅତି କମରେ ୨୮ଦିନ ବ୍ୟବଧାନରେ ମାଂସପେଶୀରେ ଏହା ଇଂଜେକସନ ଆକାରରେ ଦୁଇ କିମ୍ବା ତିନି ଥର ୦.୫ ମିଲି ମାତ୍ରାରେ ଦିଆଯାଏ | [25]
Vaccine description | |
---|---|
Target disease | SARS-CoV-2 |
Type | ? |
Clinical data | |
Pronunciation | /məˈdɜːrnə/ mə-DUR-nə[1] |
Trade names | Spikevax[2] |
Synonyms | mRNA-1273, CX-024414, COVID-19 mRNA vaccine Moderna, TAK-919, COVID-19 vaccine moderna intramuscular injection[3] |
AHFS/Drugs.com | monograph |
MedlinePlus | a621002 |
data |
|
Pregnancy category | |
Routes of administration | Intramuscular |
Legal status | |
Legal status |
|
ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟରୁ ମଧ୍ୟମ ହୁଏ ଏବଂ କିଛି ଦିନ ମଧ୍ୟରେ ଉପଶମ ହୋଇଯାଏ ।[2] ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ଥକ୍କା, ଜ୍ୱର, ଲସିକା ଗ୍ରନ୍ଥି ଫୁଲିବା, ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[2] ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ଫେସିଆଲ୍ ପାଲସି, ପେରିକାର୍ଡ଼ାଇଟିସ ଏବଂ
ମାୟୋକାର୍ଡ଼ାଇଟିସ ହୋଇପାରେ ।[2] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତିର କୌଣସି ପ୍ରମାଣ ମିଳିନାହିଁ । [4] ଏହା ଏକ ଏମଆରଏନଏ ଟିକା, ଯେଉଁଥିରେ ନ୍ୟୁକ୍ଲିଓସାଇଡ୍-ରୂପାନ୍ତରିତ ଏମଆରଏନଏ (modRNA) ଯାହା ଏସଏଆରଏସ-ସିଓଭି-୨ର ସ୍ପାଇକ୍ ପ୍ରୋଟିନ୍ ଏନକୋଡିଂକୁ ନେଇ ଗଠିତ, ଯାହା ଲିପିଡ ନାନୋ-ପାର୍ଟିକଲ୍ସରେ ଆବଦ୍ଧ ।[27]
ଏହି ଟିକା ଡିସେମ୍ବର ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଗ୍ରହଣ କରିଥିଲା ଏବଂ ଜାନୁୟାରୀ ୨୦୨୧ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[25] [2] ୨୦୨୨ସୁଦ୍ଧା ଅତି କମରେ ୮୬ଟି ଦେଶରେ ଏହା କିଛି ସ୍ତରରେ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ ହୋଇଛି ।[28] [29] ୨୦୨୦ରେ ଏହା ସରକାରଙ୍କୁ ପ୍ରାୟ ୩୫ଡଲାରରେ ବିକ୍ରି ହେଉଥିଲା। [30] ଆମେରିକୀୟ କମ୍ପାନୀ ମୋଡର୍ନା, ଯୁକ୍ତରାଷ୍ଟ୍ରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ (NIAID) ଏବଂ ବାୟୋମେଟିକାଲ୍ ଆଡଭାନ୍ସଡ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (BARDA)ଦ୍ୱାରା ଏହା ବିକଶିତ ହୋଇଥିଲା | [31] ଏହା ପ୍ରଥମ କୋଭିଡ଼-୧୯ ଟିକା ଥିଲା ଯାହା ମଣିଷମାନଙ୍କଠାରେ ଅଧ୍ୟୟନ କରାଯାଇଥିଲା ।[32]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.