ମେସିନ ଟ୍ରାନ୍ସଲେସନ
From Wikipedia, the free encyclopedia
ମେସିନ ଟ୍ରାନ୍ସଲେସନ ବା ଯାନ୍ତ୍ରିକ ଅନୁବାଦ ହେଉଛି କମ୍ପ୍ୟୁଟେସନାଲ ଲିଙ୍ଗୁଇସ୍ଟିକସର ଏକ ବିଭାଗ ଯେଉଁଠାରେ ସଫ୍ଟୱେରଦ୍ୱାରା ଗୋଟିଏ ଭାଷାରୁ ଆଉ ଅନ୍ଯ ଏକ ଭାଷାକୁ ଅନୁବାଦ କରାଯାଇଥାଏ ।
ସାଧାରଣ କ୍ଷେତ୍ରରେ ମେସିନ ଟ୍ରାନ୍ସଲେସନ କେବଳ ଶବ୍ଦଗୁଡ଼ିକୁ ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାରେ ପ୍ରତିସ୍ଥାପନା କରିଥାଏ । କିନ୍ତୁ କେବଳ ଏତିକିରେ ଅନୁବାଦ ଠିକ ଭାବରେ ହୁଏ ନାହିଁ , କାରଣ ଗନ୍ତବ୍ୟ ଭାଷାର ଶବ୍ଦର ପାଖାପାଖି ଶବ୍ଦଗୁଡ଼ିକୁନେଇ ହେଉଥିବା ସମୂହର ଅର୍ଥକୁ ମଧ୍ୟ ଦେଖିବାକୁ ପଡ଼ିଥାଏ । ଅନୁବାଦ ସମୟରେ ମୂଳ ଏବଂ ଗନ୍ତବ୍ୟ ଭାଷା ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକୁ ଷ୍ଟାଟିଷ୍ଟିକାଲ/ପରିସଂଖ୍ୟାନ ତଥା ନ୍ୟୂରାଲ ମେସିନ ଟ୍ରାନ୍ସଲେସନଦ୍ୱାରା ଅନେକ ମାତ୍ରାରେ କମ କରାଯାଇପାରୁଛି ।[1]