ରକ୍ତରେ ମେଥେମୋଗ୍ଲୋବିନ ସ୍ତର ଅଧିକ ରହେ । From Wikipedia, the free encyclopedia
ମେଥେମୋଗ୍ଲୋବିନେମିଆ ରୋଗ ହେଲେ ରକ୍ତରେ ମେଥେମୋଗ୍ଲୋବିନ ସ୍ତର ଅଧିକ ରହେ । [4] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଣନିଶ୍ୱାସ, ଅଇ, ମାଂସପେଶୀ ସମନ୍ୱୟ ଆଭାବ ଏବଂ ଚର୍ମ ନୀଳ ରଙ୍ଗ (ସ୍ୟାନୋସିସ) ଦେଖାଯାଏ । [2] ରୋଗ ଜଟିଳ ହେଲେ ବାତ ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।[5]
Methemoglobinemia | |
---|---|
Hemoglobin M disease[1] | |
ବିଭାଗ | Toxicology |
ଲକ୍ଷଣ | Headache, dizziness, shortness of breath, nausea, poor muscle coordination, blue-colored skin[2] |
କାରଣ | Benzocaine, nitrates, dapsone, genetics[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood gas[3] |
ସଠିକ ରୋଗ ନିର୍ଣ୍ଣୟ | Argyria, sulfhemoglobinemia, heart failure[3] |
ଚିକିତ୍ସା | Oxygen therapy, methylene blue[3] |
Prognosis | Generally good with treatment[3] |
ପୁନଃପୌନିକ | Relatively uncommon[3] |
କିଛି ଔଷଧ, ରାସାୟନିକ ପଦାର୍ଥ ବା ଖାଦ୍ୟ ଯୋଗୁ ମେଥେମୋଗ୍ଲୋବିନେମିଆ ହୋଇପାରେ କିମ୍ବା ଏହା ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିପାରେ ।[4] ଔଷଧମାନଙ୍କ ମଧ୍ୟରେ ବେଞ୍ଜୋକେନ, ନାଇଟ୍ରେଟସ ବା ଡାପସୋନ ନାମ ଉଲ୍ଲେଖନୀୟ ।[5] ହେମୋଗ୍ଲୋବିନରେ ଥିବା ଲୌହର ଫେରସ ଆକାର [Fe 2+ ] ପରିବର୍ତ୍ତିତ ହୋଇ ଫେରିକ [Fe 3+ ] ଫେରିକ ଆକାର ହୋଇଯାଏ । ଲକ୍ଷଣ ଏବଂ ଅମ୍ଳଜାନ ଥେରାପିରେ ଉନ୍ନତି ନ ହେଉଥିବା ନିମ୍ନ ରକ୍ତ ଅମ୍ଳଜାନ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[3] [3] ରକ୍ତ-ଗ୍ୟାସ ଆନାଲିସିସ କରି ରୋଗ ନିର୍ଣ୍ଣୟ କରାଯାଏ । [3]
ସାଧାରଣତଃ ଅମ୍ଳଜାନ ଥେରାପି ଏବଂ ମେଥିଲିନ ବ୍ଲୁ ସାହାଯ୍ୟରେ ଚିକିତ୍ସା କରାଯାଏ ।[5] ଜୀବସାର ଗ, ବଦଳ ଟ୍ରାନ୍ସଫ୍ୟୁଜନ ଓ ହାଇପରବାରିକ ଅମ୍ଳଜାନ ଆବଶ୍ୟକ ହୋଇପାରେ ।[3] ଚିକିତ୍ସା ସହିତ ଫଳାଫଳ ସାଧାରଣତ ଭଲ ହୁଏ । [3] ମେଥେମୋଗ୍ଲୋବିନେମିଆ ଅପେକ୍ଷାକୃତ ଅସାଧାରଣ ରୋଗ ଓ ଏହା ଅଧିକାଂଶ କ୍ଷେତ୍ରରେ ଜେନେଟିକ୍ ପରିବର୍ତ୍ତନ ଯୋଗୁ ହୋଇଥାଏ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.