ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ From Wikipedia, the free encyclopedia
ମନମୋହନ ମହାପାତ୍ର(୧୯୫୧ - ୧୩ ଜାନୁଆରୀ ୨୦୨୦), ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କଥାଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ।[୨] ତାଙ୍କ ନିର୍ଦ୍ଦେଶିତ ଆଠଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତ୍ରର୍ଗତ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ପୁରସ୍କାର ଲାଭ କରିଥିଲା ।[୩] ୨୦୨୦ ମସିହା ସୁଦ୍ଧା, ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଯିଏକି ଲଗାତାର ଆଠଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୪]
ମନମୋହନ ମହାପାତ୍ର | |
---|---|
ଜନ୍ମ | ମନମୋହନ ମହାପାତ୍ର ୧୦ ନଭେମ୍ବର ୧୯୫୧ |
ମୃତ୍ୟୁ | ୧୩ ଜାନୁଆରୀ ୨୦୨୦ ୬୮) | (ବୟସ
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେ[୧], ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ |
ପ୍ରସିଦ୍ଧି | ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ |
ବୈବାହିକ-ସାଥୀ | ବିଦ୍ୟା ମହାପାତ୍ର |
ସନ୍ତାନ | ଆଶୁତୋଷ, ମନତୋଷ, ଭବତୋଷ |
ପିତାମାତା(s) | ରାଧାକୃଷ୍ଣ ମହାପାତ୍ର, ପ୍ରମିଳା ମହାପାତ୍ର |
କଳା (Art)ରେ ତାଙ୍କର ଅବଦାନ ପାଇଁ ୨୦୨୦ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ମରଣୋତ୍ତର ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ଆଭୂଷିତ କରାଯାଇଥିଲା ।[୫]
ମନମୋହନ, ୧୯୫୧ମସିହା ନଭେମ୍ବର ୧୦ ତାରିଖରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ ।[୬] ପିତାଙ୍କ ନାଁ ଥିଲା ରାଧାକୃଷ୍ଣ ମହାପାତ୍ର ଓ ମାତାଙ୍କ ନାମ ପ୍ରମିଳା । ସେ ବିଜେବି କଲେଜରୁ ସ୍ନାତକ ଶେଷ କରିବା ପରେ ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ନୀରଦବାବୁ ତାଙ୍କୁ ଚଳଚ୍ଚିତ୍ର ସମ୍ବନ୍ଧୀୟ ପୁସ୍ତକ ପଢିବାକୁ କହିଥିଲେ ଓ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇଥିଲେ । ସେଠାରେ ମନମୋହନ ତିନିବର୍ଷିଆ 'ଚଳଚ୍ଚିତ୍ର ନିର୍ମାଣ' ପାଠ୍ୟକ୍ରମରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୭]
୨୦୨୦ ମସିହା ଜାନୁଆରୀ ୧୩ତାରିଖରେ ମନମୋହନଙ୍କ ପରଲୋକ ଘଟିଥିଲା ।[୮]
ମନମୋହନ ୧୯୭୫ ମସିହାରେ ପ୍ରଥମ କରି "ଆଣ୍ଟି-ମେମୋରିସ୍" ନାମକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୯] ୧୯୭୬ ମସିହାରେ ନିର୍ମିତ ଶୀତ ରାତିର ନିର୍ଦ୍ଦେଶନା ତାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ଏବଂ ୧୯୮୨ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଆନ୍ତର୍ଜାତୀକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ କଥାଚିତ୍ର ବ୍ୟତିତ, ସେ ବହୁ ଅନ୍ୟ ବୃତ୍ତଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ତଥା ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ।[୯]
କଥାଚିତ୍ର | ବର୍ଷ | ଭୂମିକା | ପୁରସ୍କାର |
---|---|---|---|
Bits and Pieces | ୧୯୯୬ | ନିର୍ଦ୍ଦେଶକ[୧୦] | |
ମୂହୁର୍ତ୍ତ | ୨୦୧୧ | ନିର୍ଦ୍ଦେଶକ, କାହାଣୀକାର,ସଂଳାପ ଓ ଚିତ୍ରନାଟ୍ୟ | |
ଭିନ୍ନ ସମୟ | ୧୯୯୨ | ନିର୍ଦ୍ଦେଶକ, କାହାଣୀକାର, କଳା ନିର୍ଦ୍ଦେଶକ | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ଅଗ୍ନି ବୀଣା | ୧୯୯୦ | ନିର୍ଦ୍ଦେଶକ | |
ଅନ୍ଧ ଦିଗନ୍ତ | ୧୯୯୦ | ନିର୍ଦ୍ଦେଶକ | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ତଥାପି | ୧୯୮୯ | ନିର୍ଦ୍ଦେଶକ | |
କିଛି ସ୍ମୃତି କିଛି ଅନୁଭୂତି | ୧୯୮୮ | ନିର୍ଦ୍ଦେଶକ | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ନିଶିଥ ସ୍ୱପ୍ନ | ୧୯୮୮ | ନିର୍ଦ୍ଦେଶକ,ପ୍ରଯୋଜକ, କାହାଣୀକାର | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ମଝି ପାହାଚ | ୧୯୮୭ | ନିର୍ଦ୍ଦେଶକ,ପ୍ରଯୋଜକ, କାହାଣୀକାର | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ସବୁ ମାୟାରେ ବାୟା | ୧୯୮୭ | ନିର୍ଦ୍ଦେଶକ,ପ୍ରଯୋଜକ, ଚିତ୍ରନାଟ୍ୟ | |
କୁହୁଡ଼ି | ୧୯୮୬ | ନିର୍ଦ୍ଦେଶକ | |
ତ୍ରିସନ୍ଧ୍ୟା | ୧୯୮୬ | ନିର୍ଦ୍ଦେଶକ | |
କ୍ଳାନ୍ତ ଅପରାହ୍ଣ | ୧୯୮୫ | ନିର୍ଦ୍ଦେଶକ,କାହାଣୀକାର | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
ନୀରବ ଝଡ଼ | ୧୯୮୪ | ନିର୍ଦ୍ଦେଶକ,ପ୍ରଯୋଜକ, ଚିତ୍ରନାଟ୍ୟ | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
Konark: The Sun Temple | ୧୯୮୩ | ନିର୍ଦ୍ଦେଶକ | |
Voices of Silence | ୧୯୮୨ | ନିର୍ଦ୍ଦେଶକ | |
ଶୀତ ରାତି | ୧୯୮୧ | ନିର୍ଦ୍ଦେଶକ | ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର |
Anti-Memoirs | ୧୯୭୫ | ନିର୍ଦ୍ଦେଶକ[୧୧] | |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.