ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ମଦନ ମୋହନ ଦତ୍ତ (୧୩ ଅଗଷ୍ଟ ୧୯୫୭ - ୧୭ ଜୁନ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ମଦନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1]
ମଦନ ମୋହନ ଦତ୍ତ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୧୭ ଜୁନ ୨୦୨୦ | |
ପୂର୍ବ ଅଧିକାରୀ | ଜୀବନ ପ୍ରଦୀପ ଦାଶ |
ପର ଅଧିକାରୀ | ସ୍ୱରୂପ କୁମାର ଦାସ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଗଷ୍ଟ ୧୩, ୧୯୫୭ |
ମୃତ୍ୟୁ | ୧୭ ଜୁନ ୨୦୨୦ ୬୨) | (ବୟସ
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ପ୍ରେମଲତା ଦତ୍ତ |
ସନ୍ତାନ | ମାନସ କୁମାର ଦତ୍ତ (ପୁଅ) |
ବାପା/ବୋଉ | ବୀରେନ ଚନ୍ଦ୍ର ଦତ୍ତ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମଦନ ମୋହଦ ଦତ୍ତ ୧୯୫୭ ମସିହାର ଅଗଷ୍ଟ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୀରେନ ଚନ୍ଦ୍ର ଦତ୍ତ ଓ ପତ୍ନୀଙ୍କ ନାମ ପ୍ରେମଲତା ଦତ୍ତ ।[1]
ମଦନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[1] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[1]
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଦନ ମୋହଦ ଦତ୍ତ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୪,୮୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଏବଂ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[2] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜୁ ଜନତା ଦଳର ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ୧୩,୪୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[2]
୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଦନ ବିଜେପିର ପ୍ରାର୍ଥୀ ଭବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ୩୭,୮୨୪ ଖଣ୍ଡ ଭୋଟ ପାଇଁ ବିଜେଡିର ବିଜୟୀ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କଠାରୁ ୯,୭୯୧ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[2]
ମଦନ ମୋହନ ଦତ୍ତ ୨୦୨୦ ମସିହାର ଜୁନ ମାସ ୧୭ ତାରିଖ ଦିନ ହୃଦଘାତରେ ମୃତ୍ୟବରଣ କରିଥିଲେ ।[3] ସେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।[3] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.