ମଦ
From Wikipedia, the free encyclopedia
ମଦ ଏକ ପ୍ରକାର ନିଶା ଉଦ୍ରେକକାରୀ ପାନୀୟ । ବିଭିନ୍ନ ପ୍ରକାର ଦ୍ରବ୍ୟରୁ ମଦ ପ୍ରସ୍ତୁତ କରାଯାଏ ।
ପ୍ରତିଶବ୍ଦ - ମଦ୍ୟ, ମଦିରା, ସରାପ, ତାଡ଼ି । ଏ ସମସ୍ତ ଦେଶୀୟ ମଦରେ ଗଣାଯାଆନ୍ତି । ଏହା ଛଡ଼ା ବିଭିନ୍ନ ବିଲାତି ମଦ ବା ଭାରତ ବାହାରେ ତିଆରି ହେଉଥିବା ମଦ ମଧ୍ୟ ମିଳେ । ଇଂରାଜୀରେ ଏହା ବିଭରେଜ (Beverage) ବା ଜଳ ଅତିରିକ୍ତ ପାନୀୟ ଶ୍ରେଣୀରେ ଜଣାଶୁଣା । ଏହାକୁ ଇଂରାଜୀରେ ହାର୍ଡ ଡ୍ରିଙ୍କ ମଧ୍ୟ କୁହାଯାଏ, ଏହା ଭିନ୍ନ ଅନ୍ୟ ପାନୀୟମାନଙ୍କୁ ସଫ୍ଟ ଡ୍ରିଙ୍କ କୁହାଯାଏ ଓ ଏହି ସଫ୍ଟ ଡ୍ରିଙ୍କରେ ଆଲ୍କୋହୋଲ୍ ମଧ୍ୟ ସମୁଦାୟ ପରିମାଣର ୦.୫%ରୁ କମ ରଖାଯାଇଥାଏ ।
[2][3][4] ମଦରେ ୩% - ୪୦% ଇଥାନଲ ବା ଇଥାଇଲ୍ ଆଲ୍କହଲ ଥାଏ । ବିଲାତି ମଦ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି: ବିଅର (Beer), ୱାଇନ (Wines) ଓ ସ୍ପିରିଟ (Spirits) । ସାରା ପୃଥିବୀରେ ଅନେକ ଦେଶର ଲୋକମାନେ ଏହାକୁ ପାନ କରିଥାଆନ୍ତି । ଏକ ଶହରୁ ଅଧିକ ଦେଶ ଏହାର ତିଆରି, ବିକ୍ରି ଓ ପାନ କରିବା ଉପରେ ନିୟମ ସୃଷ୍ଟି କରିଛନ୍ତି [5]।
ପ୍ରସ୍ତର ଯୁଗରୁ ମଦ ପାନ କରାଯାଉଛି, ଏହା ଜିଆହୁରେ ଖ୍ରୀଷ୍ଟ ପୂର୍ବ ୭୦୦୦-୬୬୦୦ରେ ବ୍ୟବହାର କରାଯାଉଥିବା ଆବିଷ୍କାର କରାଯାଇଛି । ଏହା ସମସ୍ତ ପ୍ରକାର ଦେଶ, ଜାତି, ଶ୍ରେଣୀ ନିର୍ବିଶେଷରେ ତିଆରି ହେଉଛି ଓ ପାନ କରାଯାଉଛି [6]।
ମଦରୁ ଶକ୍ତି ମିଳେ । ଏଥିରୁ ୬.୯୩ କିଲୋକ୍ୟାଲୋରୀ ଶକ୍ତି ମିଳେ[7] ।