ଏହା ସୌରଜଗତର ଏକ ଅଂଶବିଶେଷ । ଦୂରତା କ୍ରମରେ ସୂର୍ଯ୍ୟଠାରୁ ଏହା ଚତୁର୍ଥ ଗ୍ରହ । ପୃଥିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ । ଏହାର ପୃଷ୍ଠଦେଶ ଲାଲ ରଙ୍ଗର ପଥର ଓ ବାଲିରେ ଗଠିତ । ବାୟୁମଣ୍ଡଳ ପତଳା କାର୍ବନ୍ ଡାଇଅକ୍ସାଇଡ୍(CO2)ରେ ପରିପୁର୍ଣ୍ଣ । ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ୍ ଦେଖାଯାଏ । ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି । ପୃଥିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧି ପ୍ରାୟ ସମାନ । ମଙ୍ଗଳର ଅକ୍ଷ ତାର କକ୍ଷତଳ ସହ ପ୍ରାୟ ୨୩.୯୮° ଢଳି ରହିଛି । ଏଣୁ ପୃଥିବୀ ପରି ମଙ୍ଗଳରେ ବି ଋତୁ ପରିବର୍ତନ ହେଉଥିବ । ଏଠାରେ ଦୁଇଟି ଋତୁ ଦେଖାଯାଏ, ଗ୍ରୀଷ୍ମ ଓ ଶୀତଋତୁ । ମଙ୍ଗଳର ଦୁଇଟି ଉପଗ୍ରହ ଅଛି, ସେଗୁଡିକ ହେଲା- ଫୋବୋସ୍ ଓ ଡେଇମୋସ୍ ।

Quick Facts
ମଙ୍ଗଳ ♂
Thumb
ୟୁଏଇର ସାଟେଲାଇଟ‌ଦ୍ୱାରା ଉଠାଜାଇଥିବା ମଙ୍ଗଳ ଗ୍ରହର ଚିତ୍ର
    Close

    ପ୍ରାକୃତିକ ଇତିହାସ

    ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ସୌରଜଗତର ଗଠନ ସମୟରେ, ସୂର୍ଯ୍ୟକୁ ପରିକ୍ରମା କରୁଥିବା ପ୍ରୋଟୋପ୍ଲାନେଟାରୀ ଡିସ୍କରୁ ବସ୍ତୁଗୁଡ଼ିକର ଏକ ଅନିୟମିତ ପ୍ରକ୍ରିୟାର ପରିଣାମ ସ୍ୱରୂପ ମଙ୍ଗଳ ସୃଷ୍ଟି ହୋଇଥିଲା | ସୌରଜଗତରରେ ମଙ୍ଗଳ ଗ୍ରହର ନିର୍ଧିଷ୍ଟ ସ୍ଥିତି ହେତୁ ଭିନ୍ନ ଭିନ୍ନ ରାସାୟନିକ ବୈଶିଷ୍ଟ ଅଛି |

    ବିଶେଷତା

    ଉପରିଭାଗ ଲାଲ ହୋଇଥିବାରୁ ଏହାକୁ ଲୋହିତ ଗ୍ରହ କୁହାଯାଏ । ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ରଙ୍ଗ ଯୋଗୁଁ ଏହା ଲାଲ୍ ରଙ୍ଗର ଦେଖାଯାଏ। ଏହା ସୂର୍ଯ୍ୟଠାରୁ ୧୪୨ ନିୟୁତ ମାଇଲ ଦୂରରେ ଅବସ୍ଥିତ। ଏହା ପୃଥିବୀ ଆକାରର ଏକ ଷଷ୍ଠାଂଶ ଅଟେ। ଏହାର ଦୁଇଗୋଟି ଉପଗ୍ରହ ରହିଛି। ସେଗୁଡିକ ହେଲା ଡିମୋସ୍ ଓ ଫୋବସ୍ । [1]ମଙ୍ଗଳର ଆବର୍ତ୍ତନ ସମୟ ଓ ୠତୁଚକ୍ର ପୃଥିବୀ ସହ ପାଖା ପାଖି ସମାନ।

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.