ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ
From Wikipedia, the free encyclopedia
ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ, ଭାରତର ଉଚ୍ଚତମ ନ୍ୟାୟିକ ଅନୁଷ୍ଠାନ ଅଟେ ଏବଂ ଭାରତୀୟ ସମ୍ବିଧାନ ଅଧୀନସ୍ଥ ସର୍ବୋଚ୍ଚ ନ୍ୟାୟାଳୟ ଅଟେ । ଏହା ସର୍ବ ବରିଷ୍ଠ ସାମ୍ବିଧାନିକ ନ୍ୟାୟାଳୟ ଅଟେ ଏବଂ ଏହି ନ୍ୟାୟିକ ପୁନରାବଲୋକନର କ୍ଷମତା ରହିଛି । ଭାରତର ମୁଖ୍ୟ ବିଚାରପତି ଏହାର ମୁଖ୍ୟ ଅଟନ୍ତି । ତତ୍ସହିତ ଏଥିରେ ସର୍ବାଧିକ ୩୪ ଜଣ ବିଚାରପତି ଅଛନ୍ତି । ମୁଖ୍ୟ, ଅପିଲୀୟ ତଥା ପରାମର୍ଶିକ ଆଦି ଅଧିକାରକ୍ଷେତ୍ର ମାଧ୍ୟମରେ ଏହାର ବିସ୍ତୃତ କ୍ଷମତା ରହିଛି ।[3] ଏହା ଭାରତରେ ସବୁଠାରୁ ଶକ୍ତିଶାଳୀ ଲୋକାନୁଷ୍ଠାନ ବୋଲି ଧରାଯାଇଅଛି ।[4]
ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ | |
---|---|
Supreme Court of India | |
ସ୍ଥାପିତ | 1 ଅକ୍ଟୋବର 1937; 86 years ago (1937-୧୦-01) (ଭାରତୀୟ ସଙ୍ଘୀୟ ନ୍ୟାୟାଳୟ ରୂପେ) 28 ଜାନୁଆରୀ 1950; 74 years ago (1950-୦୧-28) (ଭାରତୀୟ ସର୍ବୋଚ୍ଚ ନ୍ୟାଯାଳୟ ରୂପେ)[1] |
ବିସ୍ତାର | ଭାରତ |
ସ୍ଥାନ | ତିଳକ ମାର୍ଗ, ନୂଆଦିଲ୍ଲୀ, ଦିଲ୍ଲୀ |
ଭୌଗଳିକ ଦିଗବାରେଣି | 28.622237°N 77.239584°E / 28.622237; 77.239584 |
ସଂରଚନା | ଭାରତୀୟ ସର୍ବୋଚ୍ଚ ନ୍ୟାଯାଳୟର କଲେଜିଅମ |
ଅଧିକାର ପ୍ରାପ୍ତ | ଭାରତୀୟ ସମ୍ବିଧାନ |
ବିଚାରପତି କାର୍ଯ୍ୟକାଳ | ୬୫ ବର୍ଷ ବୟସରେ ବାଧ୍ୟତାମୂଳକ ଅବସର |
ସଦସ୍ଯତା ସଂଖ୍ଯା | ୩୪ (୩୩+୧; ଏବେକାର ସଦସ୍ୟତା)[2] |
Website | www |
यतो धर्मस्ततो जयः॥ (ୟତୋ ଧର୍ମସ୍ତତୋ ଜୟଃ); ଯେଉଁଠାରେ ଧର୍ମ ସେହିଠାରେ ବିଜୟ । | |
ବର୍ତ୍ତମାନ | ଶରଦ ଅରବିନ୍ଦ ବୋବ୍ଡେ |
ନିଯୁକ୍ତି ଦିନ | ୧୮ ନଭେମ୍ବର ୨୦୧୯ |
ଦେଶର ସାମ୍ବିଧାନିକ ନ୍ୟାୟାଳୟ ହୋଇଥିବାରୁ, ଏହା ମୁଖ୍ୟତଃ ସଙ୍ଘର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟାନ୍ୟ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲମାନଙ୍କର ରାୟ ବିରୁଦ୍ଧରେ ଅପିଲ୍ ନିଏ । ଏହା ନାଗରିକମାନଙ୍କର ମୌଳିକ ଅଧିକାରର ରକ୍ଷାକରେ ଏବଂ ବିଭିନ୍ନ ସରକାରୀ ଅଧିକାରୀ ତଥା ଦେଶରେ କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର କିମ୍ବା ଗୋଟିଏ ରାଜ୍ୟ ସରକାର ବନାମ ଅନ୍ୟ ରାଜ୍ୟ ସରକାର ମଧ୍ୟରେ ବିବାଦର ସମାଧାନ କରେ । ଏକ ପରାମର୍ଶଦାତା ହିସାବରେ, ଏହା ଭାରତୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କଦ୍ୱାରା ସୂଚୀତ ବିଭିନ୍ନ ବିଷୟବସ୍ତୁ ଉପରେ ଶୁଣାଣି କରିଥାଏ । ସର୍ବୋଚ୍ଚ ନ୍ୟାଯାଳୟଦ୍ୱାରା ଘୋଷିତ ବିଧି ଓ ନିୟମ ଭାରତରେ ଥିବା ସମସ୍ତ ନ୍ୟାୟାଳୟ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବନ୍ଧନୀୟ ।[5] ସମ୍ବିଧାନ ଧାରା ୧୪୨ ଅନୁସାରେ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଲାଗୁ କରାଇବା ଭାରତର ରାଷ୍ଟ୍ରପତିଙ୍କ ଦାୟିତ୍ୱ ଅଟେ ଏବଂ ନ୍ୟାୟାଳୟକୁ ନ୍ୟାୟ ସ୍ଥାପନ ନିମନ୍ତେ ଆବଶ୍ୟକ ସମସ୍ତ ଅନ୍ତର୍ନିହିତ କ୍ଷମତା ପ୍ରଦାନ କରାଯାଇଅଛି । ସର୍ବୋଚ୍ଚ ନ୍ୟାଯାଳୟ ପୂର୍ବର ବ୍ରିଟିଶ ପ୍ରିଭି ପରିଷଦକୁ ଅପିଲର ସର୍ବୋଚ୍ଚ ନ୍ୟାଯାଳୟ ଭାବେ ବିସ୍ଥାପିତ କଲା ।