![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/3f/Liver_spots%252C_light-skinned_Caucasian_man%252C_age_63.jpg/640px-Liver_spots%252C_light-skinned_Caucasian_man%252C_age_63.jpg&w=640&q=50)
ବୟସ ଦାଗ
ଏହି ରୋଗରେ ଚର୍ମରେ ହାଲୁକା ହଳଦିଆ, ବାଦାମୀ, କଳା ପର୍ଯ୍ୟନ୍ତ ରଙ୍ଗ ହୋଇଥାଏ । / From Wikipedia, the free encyclopedia
ବୟସ ଦାଗ, (ଇଂରାଜୀରେ ଅନ୍ୟ ନାମ solar lentigo, "lentigo senilis", "old age spot", "senile freckle"), ବାର୍ଦ୍ଧକ୍ୟ ସହିତ ଜଡିତ ଚର୍ମର କଳା ଦାଗମାନଙ୍କୁ କୁହାଯାଏ । [3] ସେଗୁଡ଼ିକ ହାଲୁକା ହଳଦିଆ, ବାଦାମୀ, କଳା ପର୍ଯ୍ୟନ୍ତ ରଙ୍ଗ ହୋଇଥାଏ । [3] [6] ସେମାନଙ୍କର ଆକୃତି ପରିବର୍ତ୍ତନଶୀଳ ଏବଂ ଅନେକ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ । [3] ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସୀମା ରେଖା ଥାଏ । [3] ସୂର୍ଯ୍ୟ କିରଣ ଦେହାରେ ବାରମ୍ବାର ପଢ଼ୁଥିଲେ ଏହି ଦାଗ ଦଳ ଭାବରେ ମଧ୍ୟ ଦେଖାଯାଏ । [3]
Age spot | |
---|---|
Liver spot, solar lentigo,[1] lentigo senilis,[1]:686 old age spot,[2] senile freckle[2] | |
![]() Age spots on the left hand of a 63-year-old light-skinned man | |
ବିଭାଗ | Dermatology |
ଲକ୍ଷଣ | Darker areas of skin[3] |
ଅବଧି | Long-term[3] |
କାରଣ | Sun exposure[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on examination[3] |
ସଠିକ ରୋଗ ନିର୍ଣ୍ଣୟ | Melanoma, freckles, seborrheic keratosis, multiple lentigines syndrome[3][4] |
ପ୍ରତିକାର | Sunscreen, avoiding the sun[3] |
ଚିକିତ୍ସା | Cryotherapy, laser therapy[5] |
Prognosis | Good[3] |
ପୁନଃପୌନିକ | Very common[3] |
ଏହାର କାରଣ ହେଉଛି ସୂର୍ଯ୍ୟ କିରଣ | [3] [7] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ପିଗମେଣ୍ଟ ମେଲାନିନର ଜମା ହୋଇଯାଏ । [3] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ। [3] ଅସ୍ପଷ୍ଟ କ୍ଷେତ୍ରରେ ଏକ ବାୟୋପ୍ସି କରାଯାଇପାରେ । [3]
ଏହି ଅବସ୍ଥା ଗୁରୁତର ନୁହେଁ। [3] ଚିକିତ୍ସାରେ କ୍ରାଓଥେରାପି କିମ୍ବା ଲେଜର ଥେରାପି ବ୍ୟବହାର କରାଯାଏ । [5] ପ୍ରଭାବିତ ଅଞ୍ଚଳରେ ୩୦% ଟ୍ରାଇକ୍ଲୋରୋଆସେଟିକ୍ ଏସିଡ୍ ବ୍ୟବହାର ସହାୟକ ହୋଇପାରେ । [6] ହାଇଡ୍ରୋକ୍ଇନୋନ ସାହାଯ୍ୟରେ ଚର୍ମ ଧଳା କରିବାର ପ୍ରୟାସ ଫଳପ୍ରଦ ନୁହେଁ। [3] ଚିକିତ୍ସା ବିନା ଏହା ଏକ ଦୀର୍ଘକାଳୀନ ଅବସ୍ଥା ହୋଇ ରହେ | [3] ପ୍ରତିରୋଧ ନିମନ୍ତେ ସୌର ପରଦା ବ୍ୟବହାର ସୂର୍ଯ୍ୟ କିରଣ ଏଡ଼େଇ ଦିଆଯାଏ । [3]
ଏହି ରୋଗ ଅତି ସାଧାରଣ, ବିଶେଷତଃ ୪୦ ବର୍ଷ ବୟସ ପରେ । [3] ସେମାନେ କକେସିଆନ୍ ଏବଂ ଏସୀୟମାନଙ୍କଠାରେ ଏହି ଦାଗ ଅଧିକ ଦେଖାଯାଏ । [4] ଏହାକୁ ବେଳେବେଳେ "ଯକୃତ ଦାଗ" କୁହାଯାଏ କିନ୍ତୁ ସେମାନଙ୍କର ଯକୃତ ସମସ୍ୟା ସହିତ କୌଣସି ସମ୍ପର୍କ ନାହିଁ । [5]