ବୃକ୍କୀୟ ଜୀବକୋଷ କର୍କଟ ( RCC ) ହେଉଛି ଏକ ପ୍ରକାର ବୃକ୍କ କର୍କଟ ଯାହା ବୃକ୍କରେ ଥିବା ଟ୍ୟୁବୁଲରୁ ଉତ୍ପନ୍ନ ହୁଏ From Wikipedia, the free encyclopedia
ବୃକ୍କୀୟ ଜୀବକୋଷ କର୍କଟ ( RCC ) ହେଉଛି ଏକ ପ୍ରକାର ବୃକ୍କ କର୍କଟ ଯାହା ବୃକ୍କରେ ଥିବା ଟ୍ୟୁବୁଲରୁ ଉତ୍ପନ୍ନ ହୁଏ | [2] ରକ୍ତମେହ, ଉଦର ପାର୍ଶ୍ୱ ଯନ୍ତ୍ରଣା, ଉଦରରେ ପିଣ୍ଡୁଲା ଏବଂ ଓଜନ ହ୍ରାସ ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ । [2] ଏହା ଲସିକା ଗ୍ରନ୍ଥି, ଫୁସଫୁସ, ଏହା ଯକୃତ, ମସ୍ତିଷ୍କ, ଫୁସଫୁସ, ଲସିକା ଗ୍ରନ୍ଥି କିମ୍ବା ହାଡ଼କୁ ବ୍ୟାପିପାରେ। [2] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ କ୍ୟାଲସିୟମ, ଅଧିକ ଲୋହିତ ରକ୍ତ କଣିକା, ଆମିଲଏଡୋସିସ ଓ ଯକୃତର କାର୍ଯ୍ୟହାନୀ ହୋଇପାରେ। [4]
Renal cell carcinoma, renal adenocarcinoma, hypernephroma[1] | |
ବିଭାଗ | Oncology, urology |
---|---|
ଲକ୍ଷଣ | Blood in the urine, flank pain, abdominal mass, weight loss[2] |
ଆକ୍ରାନ୍ତ ସମୟ | 50 to 70 year old[3] |
କାରଣ | Unknown[3] |
ବିପଦ କାରକ | Obesity, smoking, high blood pressure, chronic kidney disease, dialysis, polycystic kidney disease, sickle cell disease, kidney stones[3][2] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging, biopsy[3][2] |
ସଠିକ ରୋଗ ନିର୍ଣ୍ଣୟ | Renal oncocytoma, angiomyolipoma, metastases, lymphoma, abscess, renal infarct[3] |
ଚିକିତ୍ସା | Surgery, radiation therapy, chemotherapy, immunotherapy, targeted therapy, arterial embolization[2] |
Prognosis | Five-year survival 90% to 5% depending on stage[3] |
ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | [3] ମେଦ ବହୁଳତା, ଧୂମପାନ, ଉଚ୍ଚ ରକ୍ତଚାପ, କ୍ରନିକ୍ ବୃକ୍କ ରୋଗ, ଡାଏଲିସିସ, ପଲିସିଷ୍ଟିକ ବୃକ୍କ ରୋଗ, ସିକ୍ଲ ସେଲ୍ ରୋଗ, କେତେକ ରାସାୟନିକ ପଦାର୍ଥର ସଂସ୍ପର୍ଶଏବଂ ବୃକ୍କ ପଥର ରୋଗ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ । [3] [2] ଏହା ଭନ ହିପ୍ପେଲ-ଲୋଣ୍ଡୋ ସିଣ୍ଡ୍ରୋମ ଏବଂ ବିର୍ଟ-ହଗ-ଡ୍ୟୁବ ସିଣ୍ଡ୍ରୋମ ଭଳି ଅନେକ ଜେନେଟିକ୍ ଅବସ୍ଥା ସହିତ ଜଡ଼ିତ ଥାଏ | [3] ସାଧାରଣତଃ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[3] [2]
ଏହି କର୍କଟ ରୋଗର ପର୍ଯ୍ୟାୟ ଉପରେ ଚିକିତ୍ସା ନିର୍ଭର କରେ | [3] ଅସ୍ତ୍ରୋପଚାର କରି ଆଂଶିକ ବା ସମ୍ପୁର୍ଣ୍ଣ ବିଦାୟ କରିବା ହେଉଛି ଚିକିତ୍ସାର ଏକ ମୁଖ୍ୟ ଅଂଗ | [5] [2] ଅନ୍ୟାନ୍ୟ ଚିକିତ୍ସାରେ ବିକିରଣ ଥେରାପି, କେମୋଥେରାପି, ଇମ୍ମ୍ୟୁନୋଥେରାପି, ଟାର୍ଗେଟେଡ ଥେରାପି ବା ଧମନୀ ଏମ୍ବୋଲାଇଜେସନ କରାଯାଏ । [2] ଏହାର ପର୍ଯ୍ୟାୟ ଉପରେ ନିର୍ଭର କରି ପାଞ୍ଚ ବର୍ଷ ବଞ୍ଚିବା ହାର ୯୦%ରୁ ୫% ମଧ୍ୟରେ ବଦଳିଥାଏ | [3]
ସନ ୨୦୧୮ ମସିହାରେ ବିଶ୍ୱରେ ୩୬୩,୦୦୦ରୁ ଅଧିକ ଲୋକ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ୭୪,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। [5] [6] ପୁରୁଷଙ୍କ ଅପେକ୍ଷା ମହିଳଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି । [3] ସର୍ବାଧିକ ସାଧାରଣ ବୟସ ୫୦ରୁ ୭୦ ମଧ୍ୟରେ ଥାଏ ।[3] ଏହା ବୃକ୍କ କର୍କଟର ୯୦% ହୋଇଥାଏ ଓ ୟୁରୋଥେଲିଆଲ କର୍କଟ ଏହାର ପରବର୍ତ୍ତୀ ସର୍ବାଧିକ ସାଧାରଣତ ରୋଗ ହୋଇଥାଏ । [7] [3] ବୃକ୍କ କର୍କଟର ପ୍ରଥମ ବର୍ଣ୍ଣନା ୧୬୧୩ରେ ଡାନିଏଲ ସେନ୍ନେର୍ଟ କରିଥିଲେ ଓ ୧୮୧୦ ମସିହାରେ ମିରିଲ ପ୍ରଥମ ବୃକକ୍ କୋଷ କର୍କଟ ବର୍ଣ୍ଣନା କରିଥିଲେ | [8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.