ଜଣେ ଆମେରିକୀୟ ବ୍ୟବସାୟୀ,ନିବେଶକ ଏବଂ ପ୍ରୋଗ୍ରାମର୍ From Wikipedia, the free encyclopedia
ଉଇଲିୟମ୍ ହେନେରୀ ବିଲ୍ ଗେଟ୍ସ୍ ୩ (ଜନ୍ମ ଅକ୍ଟୋବର୍ ୨୮, ୧୯୫୫) ଜଣେ ଆମେରିକୀୟ ବ୍ୟବସାୟୀ,ନିବେଶକ ଏବଂ ପ୍ରୋଗ୍ରାମର୍ । [1] ୧୯୭୫ ମସିହାରେ ଗେଟ୍ସ୍ ଏବଂ ପଉଲ୍ ଆଲେନ୍ ମାଇକ୍ରୋସଫ୍ଟର ଆବିଷ୍କାର କରିଥିଲେ ଯାହାକି ବିଶ୍ୱର ସର୍ବବୃହତ୍ ପିସି ସଫ୍ଟୱେୟର୍ କମ୍ପାନୀ ଅଟେ । ମାଇକ୍ରୋସଫ୍ଟରେ କାମ କରୁଥିବା ସମୟରେ ସେ ଚେୟାରମ୍ୟାନ୍, ସିଇଓ ଏବଂ ମୁଖ୍ୟ ସଫ୍ଟୱେୟର୍ ଆର୍କିଟେକ୍ଟ୍ ଏବଂ ୨୦୧୪ ମେ ମାସ ପର୍ଯ୍ୟନ୍ତ ସର୍ବବୃହତ୍ ଅଂଶର ଅଧିକାରୀ ଥିଲେ ।[2] [3][4] ଗେଟସ୍ ବିଭିନ୍ନ ପୁସ୍ତକର ଲେଖକ ଏବଂ ଉପଲେଖକ ଅଟନ୍ତି ।
ବିଲ୍ ଗେଟ୍ସ୍ | |
---|---|
ଜନ୍ମ | William Henry Gates III ୨୮ ଅକ୍ଟୋବର ୧୯୫୫ Seattle, Washington, U.S. |
ଜାତୀୟତା | American |
ଶିକ୍ଷାନୁଷ୍ଠାନ | Harvard University (dropped out) |
ବୃତ୍ତି | Technology Advisor of MicrosoftCo-Chair of the Bill & Melinda Gates FoundationCEO of Cascade InvestmentChair of Corbis |
ସକ୍ରିୟ ବର୍ଷ | 1975–present |
Board member of | MicrosoftBerkshire Hathaway |
ବୈବାହିକ-ସାଥୀ |
Melinda Gates (m. ୧୯୯୪) |
ସନ୍ତାନ | 3 |
ପିତାମାତା | William H. Gates, Sr.Mary Maxwell Gates |
ୱେବସାଇଟ | the Gates Notes |
ଦସ୍ତଖତ | |
୧୯୮୭ରେ ଆରମ୍ଭ କରିଥିବା ସମୟରେ ଗେଟ୍ସ୍ଙ୍କ ନାମ ଫୋବର୍ସ ତାଲିକାରେ ସ୍ଥାନ ପାଇଥିଲା । [5] ଏବଂ ୨୦୦୭-୦୮ ମସିହାର ଆର୍ଥିକ ଅଭାବ ସତ୍ତ୍ୱେ ମଧ୍ୟ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିଲେ |[6] ୨୦୦୯ରୁ ୨୦୧୪ ମଧ୍ୟରେ ତାଙ୍କର ଧନ ୪୦ ବିଲିୟନ୍ ଡ଼ଲାରରୁ ଦ୍ୱିଗୁଣିତ ହୋଇ ୮୨ ବିଲିୟନ୍ ଡ଼ଲାରରେ ପରିଣତ ହୋଇଥିଲା |[7] [8] ୨୦୧୩ ଏବଂ ୨୦୧୪ ମଧ୍ୟରେ ତାଙ୍କର ଧନ ୧୫ ବିଲିୟନ୍ ଡ଼ଲାର୍ ବଢିଥିଲା | ଗେଟ୍ସ୍ ଏବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ।[9]
ଗେଟ୍ସ୍ ପର୍ସନାଲ୍ କମ୍ପ୍ୟୁଟର୍ ବିପ୍ଲବରେ ଜଣେ ଜଣାଶୁଣା ଉଦଯୋଗୀ ଅଟନ୍ତି । ସେ ନିଜର ବ୍ୟବସାୟିକ କୌଶଳ ପାଇଁ ସମାଲୋଚିତ ହୋଇଥିଲେ ଯାହାକି ଅଣ-ପ୍ରତିଯୋଗିତାମୂଳକ,ଏକ ମତ ଯାହାକି କିଛି ମୋକଦ୍ଦମାରେ ଅନେକ ଅଦାଲତ ଶୁଣାଣୀରେ ନିର୍ଭୁଲତାର ସହିତ ସମର୍ଥିତ ହୋଇଥିଲା । ପରବର୍ତ୍ତୀ ସମୟରେ ନିଜର କର୍ମଜୀବନରେ ୨୦୦୦ ମସିହାରେ ସ୍ଥାପିତ ହୋଇଥିବା ବିଲ୍ ଏବଂ ମେଲିଣ୍ଡା ଗେଟସ୍ ସଂସ୍ଥା ତରଫରୁ ବହୁ ପରିମାଣର ଟଙ୍କା ବିଭିନ୍ନ ବଦାନ୍ୟ ସଂଗଠନକୁ ଏବଂ ବୈଜ୍ଞାନିକ ଗବେଷଣା କାର୍ଯ୍ୟକ୍ରମକୁ ଦାନକରି ବହୁଗୋଟି ଲୋକହିତକାରୀଙ୍କୁ ପଛରେ ପକାଇ ଦେଇଥିଲେ|
ଗେଟ୍ସ୍ ଜାନୁୟାରୀ ୨୦୦୦ରେ ମାଇକ୍ରୋସଫ୍ଟ ମୁଖ୍ୟ ଅଧିକାରୀ ସ୍ଥାନରେ ପାଦ ଥାପି ଥିଲେ | ସେ ଅଧ୍ୟକ୍ଷ ରୂପେ ରହିଲେ ଏବଂ ନିଜ ପାଇଁ ମୁଖ୍ୟ ସଫ୍ଟୱେୟାର୍ ସ୍ଥପତିର ସ୍ଥାନ ତିଆରି କରିଥିଲେ| [10] ଜୁନ ୨୦୦୬ ମସିହାରେ ସେ ମାଇକ୍ରୋସଫ୍ଟର କାର୍ଯ୍ୟ ସମୟକୁ ପୁରାରୁ ସ୍ୱଳ୍ପ ସମୟ ଏବଂ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ୍ ସଂସ୍ଥାକୁ ପୁରା ସମୟ ଦେବେ ବୋଲି ଘୋଷଣା କଲେ |[11] କ୍ରମଶଃ ସେ ନିଜ କାମକୁ ସମ୍ପୁର୍ଣ ରୁପେରେ ଓଜି, ମୁଖ୍ୟ ସଫ୍ଟୱେୟାର୍ ସ୍ଥପତି ଏବଂ କ୍ରାଇଗ୍ ମୁଣ୍ଡିଂକୁ ମୁଖ୍ୟ ଗବେଷକର ସ୍ଥାନ ପ୍ରଦାନ କଲେ | ପରବର୍ତ୍ତୀ ସେ ସମୟରେ ଓଜି କମ୍ପାନୀ ଛାଡିଦେଇଥିଲେ | ଗେଟ୍ସ୍ ଙ୍କର ପୁରା କାମ କରିଥିବା ଶେଷ ଦିନ ଥିଲା ଜୁନ ୨୭ ୨୦୦୮| ସେ ଫେବୃୟାରୀ ୨୦୧୪ରେ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ପଦକୁ ଫେରି ଅସିଥିଲେ ଏବଂ ନୁତନ ଭାବେ ମୁଖ୍ୟ ଅଧିକାରୀ ସ୍ଥାନ ଗ୍ରହଣ କରିଥିବା ସତ୍ୟ ନାଦେଲାଙ୍କୁ ସହାୟତା କରିବା ପାଇଁ ଏକ ନୁତନ ସ୍ଥାନରେ, ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଭାବେ ରହିଥିଲେ|
ଗେଟ୍ସ୍ ଅକ୍ଟୋବର ୨୮, ୧୯୫୫ରେ ୱାଶିଂଟନ୍ର ସିଟ୍ଟଲ୍ ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ ଉଇଲିୟମ୍ ହେନେରି ଗେଟ୍ସ୍ ଏବଂ ମ୍ୟାରୀ ମ୍ୟାକ୍ସୱେଲ୍ ଗେଟ୍ସଙ୍କ ପୁତ୍ର | ଗେଟ୍ସ୍ ଜନ୍ମରୁ ଇଂରାଜୀ, ଜର୍ମାନ୍, ଏବଂ ଇରୀସ୍, ସ୍କଟ୍ସ-ଇରୀସ୍ର ଅନ୍ତର୍ଭୁକ୍ତ ଥିଲେ । [12][13] ତାଙ୍କର ପିତା ଜଣେ ବିଶିଷ୍ଟ ଆଇନଜୀବୀ ଏବଂ ମାତା ପ୍ରଥମ ରାଜ୍ୟସ୍ତରୀୟ ବ୍ୟାନ୍ ସି ସିଷ୍ଟମ୍ ଏବଂ ୟୁନାଇଟେଡ୍ ୱେ ମଣ୍ଡଳୀର ନିୟନ୍ତ୍ରକ ଥିଲେ | ଗେଟ୍ସ୍ ଙ୍କର ଜେଜେବାପା ଜେ ଡବଲ୍ୟୁ ମ୍ୟାକ୍ସୱେଲ୍ ନ୍ୟାସନାଲ୍ ବ୍ୟାଙ୍କର ସଭାପତି ଥିଲେ । ତାଙ୍କର ଜଣେ ବଡ଼ ଭଉଣୀ କ୍ରୀସ୍ଟି (କ୍ରୀସ୍ଟିନ୍) ଏବଂ ଗୋଟିଏ ସାନ ଭଉଣୀ ଲିବି ଥିଲା । ସେ ତାଙ୍କ ଘରେ ତାଙ୍କ ନାମରେ ଚତୁର୍ଥ ଥିଲେ ଏବଂ ୱିଲିୟମ୍ ଗେଟ୍ସ ୩ କିମ୍ବା "ଟ୍ରେ" ରୁପେ ଜଣା ଥିଲେ କାରଣ ତାଙ୍କ ପିତାଙ୍କର ଶେଷନାମ "୨" ଥିଲା । [14] ତାଙ୍କର ପିତାମାତା ତାଙ୍କ ପାଇଁ ଆଇନଜୀବୀକୁ ନିଜର ଜୀବିକା ଭାବେ ମନସ୍ଥ କରିଥିଲେ | [15] ଗେଟସ୍ ଯେତେବେଳେ ଛୋଟ ଥିଲେ ତାଙ୍କ ପିତାମାତା ନିୟମିତ ଭାବରେ ପ୍ରୋଟେସ୍ଟାନ୍ଟ୍ ଜନମଣ୍ଡଳୀ ଗୀର୍ଜାର ଏକ ଗୀର୍ଜାକୁ ଯାଉଥିଲେ । .[16][17][18] ପରିବାର ପ୍ରତିଯୋଗିତାକୁ ମହତ୍ୱ ଦେଉଥିଲେ ଜଣେ ଅତିଥି କହିଲେ ଯେ ତୁମେ ପ୍ରତିଯୋଗିତା କଣ ପାଇଁ କରୁଛ ଏହା କିଛିବି ଫରକ୍ କରେନି,ଜିତିଲେ ସବୁବେଳେ ତୁମପାଇଁ ପୁରସ୍କାର ଥାଏ ଏବଂ ହାରିଲେ ତୁମ ପାଇଁ ତିରସ୍କାର ଥାଏ । [19]
୧୩ ବର୍ଷ ବୟସରେ ସେ ଲେକସାଇଡ଼ ସ୍କୁଲ୍,ଏକ ବେସରକାରୀ ପ୍ରସ୍ତୁତିମୁଳକ ସ୍କୁଲ୍ରେ ନାମ ଲେଖାଇଲେ । [20] ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲ୍ରେ ଥିବା ମଦର୍ସ୍ କ୍ଲବ୍ ଟେଲି ଟାଇପ୍ ମଡେଲ୍ ୩୩ ଏଏସ୍ଆର୍ ଟର୍ମିନାଲ୍ ଏବଂ ଜେନେରାଲ୍ ଇଲେକ୍ଟ୍ରିକ୍ କମ୍ପ୍ୟୁଟର୍ (ଜିଇ)ର ଏକ କମ୍ପ୍ୟୁଟର୍ ସମୟର ବ୍ଲକ୍ ଲେକ୍ ସାଇଡ୍ ସ୍କୁଲ୍ର ବ୍ୟବହୃତ ଜିନିଷ ସବୁକୁ ତନ୍ନତନ୍ନ କରି ଖୋଜି ବିକ୍ରି କରି ଛାତ୍ରଛାତ୍ରୀମାନଙ୍କ ପାଇଂ କିଣା ଯାଇଥିଲା । ଗେଟ୍ସ ବେସିକ୍ର ଜିଇ ସିଷ୍ଟମ୍ରେ ପ୍ରୋଗ୍ରାମିଂ କରିବାକୁ ଆଗ୍ରହ କଲେ ଏବଂ ନିଜର ଆଗ୍ରହ ପାଇଂ ସେ ଗଣିତ ଶ୍ରେଣୀରୁ ଛୁଟି ନେଉଥିଲେ । ସେ ଏହି ଯନ୍ତ୍ରରେ ନିଜର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମ୍ କରିଥିଲେ ଯାହାକି ବ୍ୟବାହାରକାରୀକୁ କମ୍ପ୍ୟୁଟର୍ ବିପକ୍ଷରେ ଛକି ଶୁନ ଖେଳିବାକୁ ଅନୁମତି ଦେଇଥାଏ । ଗେଟ୍ସ୍ ମେସିନ୍ ଏବଂ ଏହାର ସଫ୍ଟୱେୟର୍ କୋଡ୍ର ସମ୍ପୁର୍ଣ କାର୍ଯ୍ୟଦ୍ୱାରା ବିମୋହିତ ହୋଇଥିଲେ|ସେ ଯେତେବେଳେ ସେହି ମୁହୁର୍ତ୍ତକୁ ମନେପକେଇଲେ ସେ କହିଲେ "ସେହି ମେସିନ୍ ପାଖରେ କିଛି ଥିଲା" । [21] ମଦର୍ସ୍ କ୍ଲବ୍ର ଦାନ ସରିଯିବା ପରେ ସେ ଓ କିଛି ଛାତ୍ର ଡିଇସି ପିଡିପି ମିନିକମ୍ପ୍ୟୁଟର୍ ସିଷ୍ଟମ୍ ଉପରେ ସମୟ ଦେଲେ । ସେହି ସିଷ୍ଟମ୍ ମଧ୍ୟରୁ ଗୋଟିଏ ସିଷ୍ଟମ୍ ଥିଲା ପିଡିପି-୧୦ ଯାହାକି କମ୍ପ୍ୟୁଟର୍ ସେଣ୍ଟର୍ କୋରପୋରେସନ୍ (ସିସିସି)ରୁ ଜଣା ଯାଉଥିଲା ଯାହାକି ୪ ଜଣ ଲେକ୍ ସାଇଡ୍ ଛାତ୍ର – ଗେଟସ୍ , ପଉଲ୍ ଆଲେନ୍, ରିକ୍ ୱିଲାଣ୍ଡ୍ ଏବଂ କେନ୍ଟ୍ ଏଭାନ୍ସଙ୍କୁ – ଦଣ୍ଡ ସ୍ୱରୂପ ବାରଣ କରିଥିଲେ କାରଣ- ଗ୍ରୀଷ୍ମ ପରେ ଅପରେଟିଂଗ୍ ସିଷ୍ଟମ୍ରେ କମ୍ପ୍ୟୁଟର୍ ଫ୍ରି ସମୟରେ ସେହିମାନେ ଭୁଲ୍ କରୁଥିଲେ। [22][23]
ଦଣ୍ଡର ଶେଷ ସମୟରେ ସେହି ଚାରିଜଣ ଛାତ୍ରଙ୍କୁ କମ୍ପ୍ୟୁଟର ସମୟବ ବଦଳରେ ସିସିସିର ସଫ୍ଟୱେୟାରରେ ଭୁଲ ଖୋଜିବା ପାଇଁ ଜଚା ଯାଇଥିଲା।ସିଷ୍ଟମକୁ ଭାୟା ଟେଲିଟାଇପ ବ୍ୟବହାର କରିବା ବଦଳରେ ସେ ସିସିସିର କାର୍ଯ୍ୟାଳୟକୁ ଯାଇ ସିଷ୍ଟମରେ ଚାଲୁଥିବା ବିଭିନ୍ନ ପ୍ରୋଗ୍ରାମ୍ ଯଥା ଫୋରଟ୍ରାନ୍, ଲିସପ୍ ଏବଂ ମେସିନ୍ ଲାଙ୍ଗୁଏଜ୍ ପାଇଁ ସୋର୍ସ୍ କୋଡ୍ ଶିଖିଥିଲେ|୧୯୭୦ ମସିହାରେ କମ୍ପାନୀ ବ୍ୟବସାୟ ବନ୍ଦ କରିବା ପର୍ଯ୍ୟନ୍ତ ସେ ସିସିସିରେ କାର୍ଯ୍ୟରତ ଥିଲେ |ସେହି ବର୍ଷ ଇନ୍ଫରମେସନ୍ ସାଇନ୍ସ ଇନକର୍ପୋରେସନ୍ କମ୍ପ୍ୟୁଟର ସମୟ ଏବଂ ବିଭିନ୍ନ ସୁବିଧା ଦେଇ ଚାରିଜଣ ଲେକ୍ ସାଇଡ୍ ସ୍କୁଲର ଛାତ୍ରଙ୍କୁ କୋବୋଲରେ ପେରୋଲ୍ ପ୍ରୋଗ୍ରାମ୍ ଲେଖିବାକୁ ନେଇଥିଲା|ଯେତେବେଳେ କମ୍ପାନୀର ପରିଚାଳକମାନେ ଗେଟସ୍ଂକର ପ୍ରୋଗ୍ରାମିଂ ଦକ୍ଷତା ବିଷୟରେ ଜାଣିବାକୁ ପାଇଲେ,ଗେଟସ୍ ଶ୍ରେଣୀର ଛାତ୍ରମାନଙ୍କୁ ଅନୁସୁଚିତ କରିବା ପାଇଁ ସ୍କୁଲ ପାଇଁ ଏକ ପ୍ରୋଗ୍ରାମ୍ ଲେଖିଥିଲେ|ସେ କଡ଼କୁ ଏହିପରି ଭାବେ ପରିବର୍ତ୍ତନ କରିଥିଲେ ଯେପରିକି ସେ ନିଜକୁ ଅସମାନୁପାତିକ ଆକର୍ଷଣୀୟ ଝିଅ ମାନଙ୍କ ଶ୍ରେଣୀରେ ରହିବେ।ପରେ ସେ କହିଥିଲେ ଯେ ମତେ ମେସିନଠାରୁ ଅଲଗା କରିବା କଷ୍ଟ ଥିଲା ଯାହା ଦ୍ୱାରକି ମୁଁ ମୋ ସଫଳତାକୁ ସ୍ପଷ୍ଟ ରୂପେ ପ୍ରମାଣ କରିପାରିବି । [24] ଗେଟ୍ସ ଆଲେନଙ୍କ ସହିତ ଇଣ୍ଟେଲ ୮୦୦୮ ପ୍ରୋସେସରରେ ବେସିତ ଟ୍ରାଫିକ କାଉଣ୍ଟର କରିବାକୁ ଏକ ସାହସିକ ଉଦ୍ୟମ,ଟ୍ରାଫ୍-ଓ-ଡାଟା କରିଥିଲେ।୧୯୭୩ର ପ୍ରାରମ୍ଭରେ ବିଲ୍ ଗେଟ୍ସଙ୍କୁ ୟୁଏସ ହାଉସ ଅଫ୍ ରିପ୍ରେଜେଣ୍ଟଟିଭର କଂଗ୍ରେସନାଲ ପେଜରେ ସ୍ଥାନ ପାଇଥିଲେ।
୧୯୭୩ ମସିହାରେ ଗେଟ୍ସ ଲେକ୍ ସାଇଡ ସ୍କୁଲରୁ ସ୍ନାତକ ପ୍ରାପ୍ତ କରିଥିଲେ ଏବଂ ଜାତୀୟ ସ୍ତରୀୟ ଗୁଣୀ ଛାତ୍ର ରୂପେ ବିବେଚିତ ହୋଇଥିଲେ । [25] ସେ ସାଟ୍ [26]ରେ ୧୬୦୦ରୁ ୧୫୯୦ ପ୍ରାପ୍ତ କରିଥିଲେ ଏବଂ ୧୯୭୩ ମସିହାର ବସନ୍ତର ହାର୍ବାର୍ଡ ମହା ବିଦ୍ୟାଳୟରେ ନାମ ଲେଖାଇ ଥିଲେ । [27] ହାବାର୍ଡରେ ଥିବା ସମୟରେ ସେ ଷ୍ଟିଭ ବାଲମରଙ୍କ ସହିତ ଦେଖା ହୋଇଥିଲେ ଯିଏକି ତାଙ୍କୁ ପରବର୍ତ୍ତୀ ସମୟରେ ଗେଟସଙ୍କୁ ମାଇକ୍ରୋସଫ୍ଟର ସି ଇ ଓ ହେବାଜୁ ସହାୟତା କରିଥିଲେ ।[28]
ଦ୍ୱିତୀୟ ବର୍ଷରେ ଥିବା ସମୟରେ ଗେଟସ୍ ତାଙ୍କ ପ୍ରଫେସର ମାନଙ୍କ ମଧ୍ୟରୁ ଜଣେ, ହ୍ୟାରି ଲିୱୀସଙ୍କ କୋମ୍ବିନୋଟ୍ରିକ୍ସ୍ ଶ୍ରେଣୀରେ ଅସମାହିତ ପ୍ରଶ୍ନକ୍ରମ [29]ର ସମାଧାନ ସ୍ୱରୂପ ସେ ପ୍ୟାନ କେକ୍ ସର୍ଟିଂ ପାଇଁ ଆଲଗୋରିଦିମ୍ର ଉଦ୍ଭାବନ କରିଥିଲେ । ଗେଟ୍ସଙ୍କର ସମାଧାନ ୩୦ ବର୍ଷ ମଧ୍ୟରେ ସବୁଠାରୁ ଦୃତ ଭର୍ସନ୍ ଥିଲା;[29][30] ଏହାର ସଫଳତା ମାତ୍ର ୧ ପ୍ରତିଶତରେ ଅଧିକ ଥିଲା ।[29] ତାଙ୍କର ସମାଧାନ ପରବର୍ତ୍ତୀ ସମୟରେ ଆନୁଷ୍ଠାନିକ ଭାବେ ହାର୍ବାର୍ଡର କଂପ୍ୟୁଟର ବୈଜ୍ଞାନିକ କ୍ରିସ୍ଟିଓସ୍ ପାପାଡିମିତ୍ରିଓଉ ସହଯୋଗରେ ସମ୍ବାଦରେ ପରିବେଷିତ ହୋଇଥିଲା । [31]
ଗେଟସ୍ ହାବାର୍ଡ [32]ରେ ପଢ଼ୁଥିବା ସମୟରେ ତାଙ୍କର କିଛି ନିର୍ଦିଷ୍ଟ ପାଠପଢ଼ା ଯୋଜନା ନଥିଲା ଏବଂ ସେ ତାଙ୍କର ଅଧିକାଂଶ ସମୟ ସ୍କୁଲର କଂପ୍ୟୁଟର ସହିତ ବିତାଉଥିଲେ। ଗେଟସ୍ ପଉଲ ଆଲେନଙ୍କ ସହିତ ସଂସ୍ପର୍ଶରେ ରହିଥିଲେ ଏବଂ ସେ ତାଙ୍କ ସହିତ ୧୯୭୪ ମସିହାର ଗ୍ରୀଷ୍ମରେ ହନିୱେଲଠାରେ ଏକତ୍ରିତ ହୋଇଥିଲେ । [33] ଇଣ୍ଟେଲ ୮୦୮୦ ସିପିୟୂ ବେସିତ ଏମଆଇଟିଏସ ଅଲଟେର ୮୦୦ ସିପିୟୁ ଉନ୍ମୋଚିତ ହୋଇଥିଲା ଏବଂ ଗେଟସ୍ ଏବଂ ପଉଲ ଆଲେନ ଏହାକୁ ଏକ ସୁଯୋଗ ରୂପେ ଗ୍ରହଣ କରି ନିଜର ଏକ ସଫ୍ଟୱେୟାର କମ୍ପାନୀ ଆରମ୍ଭ [34] କରିବା ପାଇଁ ଯୋଜନା କଲେ।ଗେଟସ୍ ହାବାର୍ଡରୁ ପାଠପଢ଼ା ଛାଡିଦେଲେ । ସେ ଏହି ବିଷୟରେ ନିଜ ପିତାମାତାଙ୍କ ସହିତ ବିଚାର ବିମର୍ଷ କରିବା ପରେ ସେମାନେ ତାଙ୍କର କମ୍ପାନୀ ଆରମ୍ଭ କରିବାର ପ୍ରବଳ ଇଛା ଦେଖି ତାଙ୍କୁ ସହଯୋଗ କରିଥିଲେ।[32]
୧୯୭୫ ମସିହା ଜାନୁୟାରୀରେ ପପୁଲାର୍ ଇଲେକ୍ଟ୍ରୋନିକ୍ସର ଘଟଣା, ଯାହାକି ଅଲଟେର ୮୮୦୦କୁ ପ୍ରଦର୍ଶିତ କରିଥିଲା ତାହା ପଢ଼ିବା ପରେ ଗେଟ୍ସ ମାଇକ୍ରୋ ଇନ୍ସଟ୍ରୁମେଣ୍ଟେସନ୍ ଆଣ୍ଡ ଟେଲିମେଟ୍ରି ସିଷ୍ଟମ୍ସ(ଏମଆଇଟିଏସ),ନୂତନ ମାଇକ୍ରୋକଂପ୍ୟୁଟରର ନିର୍ମାତାଙ୍କୁ,ସେ ଏବଂ ଅନ୍ୟମାନେ ବେସିକ ଇଣ୍ଟରପ୍ରିଟରରେ ପ୍ଲାଟଫର୍ମ ପାଇଁ କାମ କରୁଥିଲେ ବୋଲି ଜଣାଇବା ପାଇଁ ସମ୍ପର୍କ କରିଥିଲେ।କିନ୍ତୁ ବାସ୍ତବରେ ଗେଟସ୍ ଏବଂ ଆଲେନଙ୍କ ପାଖରେ ଅଲଟେର ନଥିଲା ଏବଂ ସେମାନେ ଏହା ପାଇଁ କୋଡ଼ ମଧ୍ୟ ଲେଖି ନଥିଲେ;ସେମାନେ କେବଳ ଏମଆଇଟିଏସର ଆଗ୍ରହ ଜାଣିବାକୁ ଚାହୁଁଥିଲେ । [35] ଏମାଇଟିଏସର ସଭାପତି Ed Roberts ଏକ ପ୍ରଦର୍ଶନ ପାଇଁ ସେମାନଙ୍କ ସହିତ ଭେଟ ହେବାପାଇଁ ରାଜି ହୋଇଥିଲେ,କିଛି ସପ୍ତାହ ମଧ୍ୟରେ ସେମାନେ ଅଲଟେର ଏମୁଲେଟର୍ ତିଆରି କରିଥିଲେ ଯାହାକି ମିନିକମ୍ପ୍ୟୁଟରରେ ଚାଲିଥିଲା ଏବଂ ତାପରେ ସେମାନେ ବେସିକ୍ ଇଣ୍ଟରପ୍ରିଟରରେ ଚାଲିଥିଲା । Albuquerque ଏମଇଟିର କାର୍ଯ୍ୟାଳୟରେ ହୋଇଥିବା ପ୍ରଦର୍ଶନୀ ସଫଳ ହୋଇଥିଲା ଏବଂ ଯାହାର ଫଳସ୍ୱରୂପ ଅଲଟେର ବେସିକ୍ ବଣ୍ଟନ କରିବା ପାଇଁ ଏମଇଟି ସହିତ ସନ୍ଧି ହୋଇଥିଲା । ପଉଲ ଆଲେନ ଏମାଇଟିରେ ନିଯୁକ୍ତି ହେଲେ [36] ଏବଂ ଗେଟସ୍ 1975ରେ Albuquerque ଆଲେନଙ୍କ ସହିତ କାମ କରିବା ପାଇଁ ଛୁଟି ନେଇଥିଲେ । ସେମାନେ ନିଜର ଭାଗିଦାରୀକୁ ମାଇକ୍ରୋ-ସଫ୍ଟର ନାମ ଦେଲେ ଏବଂ ନିଜର ପ୍ରଥମ କାର୍ଯ୍ୟାଳୟ ଅଲବୁକ୍ୟୁର୍କରେ କରିଥିଲେ । [36] ବର୍ଷେ ମଧ୍ୟରେ ମଝିରେଖାଟି ଖସିଗଲା 1976 ମସିହା ନଭେମ୍ବର 26ରେ ମାଇକ୍ରୋସଫ୍ଟ ଷ୍ଟେଟ ଅଫ୍ ନ୍ୟୁମେକ୍ସିକୋର ସେକ୍ରେଟାରୀ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିଲା । ଗେଟସ୍ ଏହାପରେ ନିଜର ପଢ଼ା ସମ୍ପୂର୍ଣ୍ଣ କରିବା ପାଇଁ ହାବାର୍ଡ ଫେରିନଥିଲେ । [36]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.