From Wikipedia, the free encyclopedia
ବାମନତ୍ୱ କୁହାଯାଏ ଯେତେବେଳେ ଜଣେ ବ୍ୟକ୍ତିର ଉଚ୍ଚତା ଅତି ଛୋଟ ଥାଏ ।[1] ବେଳେବେଳେ ୧୪୭ ସେମି ବା ୪ଫୁଟ ୧୦ ଇଞ୍ଚରୁ କମ ଉଚ୍ଚତା ଭାବରେ ଏହାକୁ ବ୍ୟାଖ୍ୟା କରାଯାଇଥାଏ ।[2] ଏହାର ଦୁଇଟି ମୁଖ୍ୟ ପ୍ରକାର ଅଛି: କ୍ଷୁଦ୍ର ଅଙ୍ଗ ସହିତ ଅଣଆନୁପାତିକ ଖର୍ବତା ଏବଂ ଉଭୟ କ୍ଷୁଦ୍ର ଅଙ୍ଗ ଏବଂ କ୍ଷୁଦ୍ର ଅବୟବ ସହିତ ଆନୁପାତିକ ଖର୍ବତା ।[1] ଏମାନଙ୍କର ବୁଦ୍ଧିମତ୍ତା ଓ ଆୟୁଷ ସାଧାରଣ ଥାଏ ।[2] ଅନ୍ୟାନ୍ୟ ଲକ୍ଷଣ ଏହାର ମୂଳ କାରଣ ଉପରେ ନିର୍ଭର କରିପାରେ । [5]
Dwarfism | |
---|---|
Restricted growth, dwarf, little person (LP), person of short stature | |
ଉଚ୍ଚାରଣ |
|
ବିଭାଗ | Endocrinology, medical genetics |
କାରଣ | Short parents, growth hormone deficiency, genetic disorders[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Height < 147 centimetres (4 ft 10 in)[2] |
ଔଷଧ | Growth hormone therapy[3] |
ଚିକିତ୍ସା | Based on the cause[3] |
Prognosis | Generally normal life expectancy[2] |
ପୁନଃପୌନିକ | ~2.5% (USA)[4] |
ଆନୁପାତିକ ବାମନତ୍ୱ ସବୁଠାରୁ ସାଧାରଣ କାରଣ ହେଉଛି ଛୋଟ ପିତାମାତା; ଯଦିଓ ଏହା ବୃଦ୍ଧି ହରମୋନ୍ ଅଭାବ, ଟର୍ନର ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ ଜେନେଟିକ୍ କାରଣ ହେତୁ ହୋଇପାରେ ।[1] ଅସନ୍ତୁଳିତ ଖର୍ବତା ସାଧାରଣତଃ ଆକଣ୍ଡ୍ରୋପ୍ଲାସିଆ ରୋଗ କାରଣରୁ ହୋଇଥାଏ ।[1] ତିନି ଶହରୁ ଅଧିକ କାରଣ ଯୋଗୁ ବାମନତ୍ୱ ସୃଷ୍ଟି ହୋଇପାରେ । [2] ଜନ୍ମ ପୂର୍ବରୁ, ଜନ୍ମ ସମୟରେ କିମ୍ବା ଜନ୍ମର କିଛି ସମୟ ପରେ ରୋଗ ନିର୍ଣ୍ଣୟ ହୋଇପାରେ । [1]
ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ ।[3] ଗ୍ରୋଥ ବା ଅଭିବୃଦ୍ଧି ହରମୋନ୍ ଅଭାବ ଏବଂ ଅନ୍ୟାନ୍ୟ ଅବସ୍ଥା ଥିବା ବ୍ୟକ୍ତିଙ୍କୁ ଗ୍ରୋଥ ହରମୋନ ଥେରାପି ସହିତ ଚିକିତ୍ସା କରାଯାଇପାରେ ।[3] ଗୋଡ଼ କ୍ଷୁଦ୍ର ଥଲେ ଲମ୍ବା କରିବା ପାଇଁ ଅସ୍ତ୍ରୋପଚାର କରାଯାଇପାରେ, ଯଦିଓ ଏହା ସାଧାରଣତଃ ସୁପାରିଶ କରାଯାଏ ନାହିଁ | [3] [4] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଫିଜିଓଥେରାପି ଏବଂ ବ୍ୟକ୍ତିଗତ ପରିବେଶର ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ । [3] [6] ଆକ୍ରାନ୍ତ ମହିଳାମାନେ ଗର୍ଭବତୀ ହେଲେ ସାଧାରଣତଃ ସିଜରିଆନ ସେକସନ ପ୍ରସବ ଆବଶ୍ୟକ କରନ୍ତି ।[7]
ଯୁକ୍ତରାଷ୍ଟ୍ରର ପ୍ରାୟ ୨.୫ ଲୋକଙ୍କୁ ବାମନତ୍ୱ ପ୍ରଭାବିତ କରିଥାଏ । [4] ଅଧିକାଂଶ ଲୋକ ସେମାନଙ୍କ ନାମର ବ୍ୟବହାରକୁ ପସନ୍ଦ କରନ୍ତି; ଯଦିଓ “ଛୋଟ ବ୍ୟକ୍ତି”, “ଗେଡ଼ା” ପରି ଶବ୍ଦ ବ୍ୟବହାର କରାଯାଇପାରେ । [8] ଐତିହାସିକ ଭାବରେ ଇଂରାଜୀରେ ମିଡଗେଟ ବା "ମିଜେଟ୍" ଶବ୍ଦ ବ୍ୟବହୃତ ହୋଇଥିଲା, ତଥାପି ଏହି ଶବ୍ଦଟି ବର୍ତ୍ତମାନ ଅପମାନଜନକ ଭାବରେ ପରିଗଣିତ ହେଉଛି [9] [7] ପ୍ରଭାବିତମାନେ ଉଚ୍ଚତା ଭେଦଭାବ ଏବଂ ଗାଳିଗୁଲଜର ସମ୍ମୁଖୀନ ହୋଇପାରନ୍ତି । [7] ସମର୍ଥକ ଗୋଷ୍ଠୀ ସେବା ଏବଂ ଉତ୍ସ ପ୍ରଦାନ କରିପାରନ୍ତି ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.