ବରୁଣ
From Wikipedia, the free encyclopedia
ବରୁଣ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ମଧ୍ୟମାକୃତିର ଏଇ ବନ୍ୟ ତରୁଟି ତ୍ରିପର୍ଣ୍ଣ, ଅଳ୍ପକେ ଶିମୁଳୀ ପତ୍ର ପରି।[1] ଫଳ ଗୁଡ଼ିକ କାଗିଜି ଲେମ୍ବୁ ପରି ଗୋଲ ହେଲେ ଟାଣୁଆ । ପାଚିଲେ ମହାକାଳ ଫଳ ପରି ଦିଶେ । ଜଳାଧାରରେ ଏ ଗଛ ଜନ୍ମିଥାଏ । ମାଟି ତଳେ ତଳେ ଜଳଧାରା ଯେଉଁ ବାଟେ ଯାଇଥାଏ, ସେଇ ଧାରେ ଧାରେ ଏ ଗଛ ଜନ୍ମିଥାଏ । ଆଗରୁ ଲୋକେ କୂଅ ଖୋଳିବା ଆଗରୁ ବରୁଣ ଚେରକୁ ଦେଖି ଜଳଧାରାର ସନ୍ଧାନ ପାଉଥିଲେ । କେହି କେହି କହନ୍ତି, ସୌଭାଗ୍ୟଯୁକ୍ତ ସ୍ଥାନରେ ଏ ଗଛ ଜନ୍ମିଥାଏ ।