From Wikipedia, the free encyclopedia
ଫ୍ଲୁଡାରାବିନ (ଇଂରାଜୀ ଭାଷାରେ Fludarabine, ବିକ୍ରୟ ନାମ ଫ୍ଲୁଡାରା) ଏକ କେମୋଥେରାପି ଔଷଧ ଯାହା ଲିଉକେମିଆ ଓ ଲିମ୍ଫୋମା ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କ ମଧ୍ୟରେ କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (chronic lymphocytic leukemia), ନନ୍-ହଜକିନସ ଲିମ୍ଫୋମା (non-Hodgkin's lymphoma), ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia) ଓ ଆକ୍ୟୁଟ ଲୋମ୍ଫୋସାଇଟିକ ଲିଉକେମିଆ (acute lymphocytic leukemia) ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ବା ପାଟିରେ ମଧ୍ୟ ଦିଆଯାଇପାରେ । [1][2]
Clinical data | |
---|---|
Trade names | Fludara, others |
AHFS/Drugs.com | monograph |
MedlinePlus | a692003 |
Pregnancy category |
|
Routes of administration | intravenous, by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 55% |
Protein binding | 19 to 29% |
Elimination half-life | 20 hours |
Excretion | kidney |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.123.703 |
Chemical and physical data | |
Formula | C10H13FN5O7P |
Molar mass | 365.212 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଫ୍ଲୁଡାରାବିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଜ୍ୱର, ରାସ, ଅଣନିଶ୍ୱାସୀ, କାଲୁଆ ଅନୁଭବ, ଦୃଷ୍ଟି ପରିବର୍ତ୍ତନ ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଏନସେଫାଲୋପାଥି (brain dysfunction), ସ୍ୱଳ୍ପ ରକ୍ତ କଣିକା (low blood cell counts) ଓ ନିମୋନିଆ ଇତ୍ୟାଦି ରୋଗମାନ ହୋଇପାରେ । ଗର୍ଭାବସ୍ଥାରେ ଏହା ଗର୍ଭସ୍ଥ ଶିଶୁର କ୍ଷତି କରେ ।[1] ଏହା ପ୍ୟୁରିନ ଆନାଲଗ (purine analog ) ଶ୍ରେଣୀର ଏକ ଔଷଧ ଓ ଡିଏନଏ ସଂଶ୍ଳେଷ (duplication of DNA) କାର୍ଯ୍ୟରେ ବାଧା ସୃଷ୍ଟିକରି କାର୍ଯ୍ୟକ୍ଷମ ହୁଏ ।[1][3]
ଫ୍ଲୁଡାରାବିନ, ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୧ରେ ସ୍ୱୀକୃତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦ମିଗ୍ରା ଭାଏଲର କ୍ରୟ ମୂଲ୍ୟ ପ୍ରାୟ ୫୪.୦୦ ଆମେରିକୀୟ ଡଲାର ।[5] ଇଂଲଣ୍ଡରେ ଏହାର ଏକ ୫୦ ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ପ୍ରାୟ ୧୫୫.୦୦ ପାଉଣ୍ଡ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.