From Wikipedia, the free encyclopedia
ଫାଇମୋସିସ ବା ଚୁଚୁନ୍ଦ୍ରୀ (ଇଂରାଜୀ ଭାଷାରେ Phimosis) ଏକ ରୋଗ ଯେଉଁଥିରେ ମାନବ ଲିଙ୍ଗର ଚର୍ମ ବା ଅଗ୍ରଚ୍ଛଦକୁ (foreskin) ଗ୍ଲାନ୍ସ/ଲିଙ୍ଗମୁଣ୍ଡି (glans) ପଛ ପାଖକୁ ଟାଣି ହୁଏନି । ପରିସ୍ରା କଲାବେଳେ ଅଗ୍ରଚ୍ଛଦ ତଳେ ପରିସ୍ରା ଜମିଯାଇ ବେଲୁନ ଭଳି ଫୁଲିଯାଏ । କିଶୋର ଓ ଯୁବାବସ୍ଥାରେ ଲିଙ୍ଗ ଉଦ୍ଧତ (erection) ହେଲାବେଳେ କଷ୍ଟ ହୁଏ, ଅନ୍ୟଥା କଷ୍ଟ ହୁଏନାହିଁ । ଏହି ବେମାରୀ ଥିଲେ ଲିଙ୍ଗମୁଣ୍ଡି ପ୍ରଦାହ ବା ବାଲାନାଇଟିସ (balanitis) ରୋଗ ହେବା ସଙ୍କଟ ରହେ । [3]
ଅଳ୍ପ ବୟସ୍କ ପିଲାଙ୍କର ଅଗ୍ରଚ୍ଛଦ ପଛକୁ ଟାଣି ନ ହେବା ସାଧାରଣ କଥା । ପ୍ରାୟ ୯୦% କେଶ୍ରେ ୭ ବର୍ଷ ବୟସ ବେଳକୁ ଓ ୯୯% ୧୬ ବର୍ଷ ବୟସ ବେଳକୁ ଏହି ଅସୁବିଧା ସୁଧୁରିଯାଏ ।[4][5] ବାଲାନାଇଟିସ (balanitis) ବା ବାଲାନାଇଟିସ ଜିରୋଟିକା ଓବଲିଟରାନ୍ସ (balanitis xerotica obliterans) ରୋଗ ଥିଲେ ସ୍କାର ହୋଇ ଏହି ରୋଗ ହୋଇପାରେ । ଅଗ୍ରଚ୍ଛଦ ତଳେ ସ୍କାର ଦେଖି ଏହି ରୋଗ ସହଜରେ ନିର୍ଣ୍ଣୟ କରିହୁଏ ।[5]
ଏହି ବେମାରୀ ପ୍ରାୟ ୩ ବର୍ଷ ବେଳକୁ ଭଲ ହୋଇଯାଏ । ଅଳ୍ପ ବୟସ ବେଳେ ଚର୍ମକୁ ପଛକୁ ଟାଣିବାକୁ ଚେଷ୍ଟା ନ କରିବା ଉଚିତ । ଏହି ସମୟ ସୀମା ମଧ୍ୟରେ ଭଲ ନ ହେଲେ ସ୍ଟିରଏଡ କ୍ରିମ (steroid cream) ଲଗେଇଲେ ଟାଇଟ ଚର୍ମ ଢିଲା ହୋଇଯାଏ । ଏହି ଚିକିତ୍ସା ସହିତ ପଛକୁ ଟାଣିଲେ ମଧ୍ୟ ଯଦି ତଥାପି ଭଲ ନ ହେଲା ତା'ହେଲେ ସୁନତ୍ ଅପରେଶନ କରିବାକୁ ସୁପାରିସ କରାଯାଏ । [4] ଟାଇଟ ଚର୍ମ ବେଳେବେଳେ ଗ୍ଲାନ୍ସ ପଛପାଖରେ ଜାମ ହୋଇଗଲେ ତାହାକୁ ପାରାଫାଇମୋସିସ (paraphimosis) କୁହାଯାଏ । [5] ଏହି ଶବ୍ଦଟି Greek ଭାଷାର phimos (φῑμός), ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ମଜଲ୍ ("muzzle") ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.