ଓଡ଼ିଆ କବି From Wikipedia, the free encyclopedia
ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪)[1] ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି ।[2][3] ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[4]
ଫନୀ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଫକୀରପଡ଼ା, ଖୋର୍ଦ୍ଧା ଜିଲ୍ଲା | ୨୫ ଜାନୁଆରୀ ୧୯୪୪
ବୃତ୍ତି | କବି |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ମୃଗୟା ବିଶାଦଯୋଗ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ପୁଷ୍ପା ମହାନ୍ତି |
ସନ୍ତାନ | ପ୍ରୀତମ ଓ ପ୍ରମୀତ |
୧୯୪୪ ମସିହା ଜାନୁୟାରୀ ୨୫ତାରିଖରେ ଖୋର୍ଦ୍ଧା ଜିଲା ଫକୀରପଡ଼ା ଗ୍ରାମରେ ଫନୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ରାୟମଣୀ ମହାନ୍ତି ଓ ପିତାଙ୍କ ନାମ ଭୋଳାନାଥ ମହାନ୍ତି । ପରିବାରରେ ୩ ଜଣ ପିଲାଙ୍କ ମଧ୍ୟରେ ସେ ମଝିଆ ସନ୍ତାନ୍ତ ଥିଲେ । ତାଙ୍କ ପରିବାର ସଂସ୍କୃତି ସମ୍ପନ୍ନ , ଧାର୍ମିକ ଓ ଜଗନ୍ନାଥପ୍ରେମୀ ଥିଲା । ତାଙ୍କ ବାପା ବୃତିରେ ଜଣେ ଶିକ୍ଷକ ଥିଲେ ମଧ୍ୟ ସାହିତ୍ୟ ଅନୁରାଗୀ ଥିଲେ । ସରଗଫୁଲ ନାମରେ ତାଙ୍କର ଏକ ଖଣ୍ଡକାବ୍ୟ ପ୍ରକାଶିତ ହୋଇଥିଲା । ଜେଜେବାପା ଦୟାନିଧୀ ମହାନ୍ତି, ଶାସ୍ତ୍ର ପୁରାଣରେ ଜ୍ଞାନୀ ବ୍ୟକ୍ତି ଥିଲେ । ତାଙ୍କ ଘରେ ସବୁଦିନ ସଂଧ୍ୟାରେ ଆଧ୍ୟାତ୍ମିକ ଚର୍ଚ୍ଚା ଏବଂ ରାମାୟଣ, ମହାଭାରତ, ଗୀତା ,ଭାଗବତ ଆଦି ପାଠ କରାଯାଏ ।
ଗାଁ ସ୍କୁଲରୁ ପଞ୍ଚମ ଶ୍ରେଣୀ ପାସ କରିବା ପରେ, ଚଣାହାଟ ଜନ ମନ୍ଦିର ପାଠ ପଢି଼ଥିଲେ । ସେଠାରେ ସ୍କୁଲ ବାର୍ଷିକୋତ୍ସବରେ ରାଧାମୋହନ ଗଡ଼ନାୟକଙ୍କ ଲିଖିତ କବିତା ଆବୃତ୍ତି କରେ ସେ ଗଡ଼ନାୟକଙ୍କ ଆଶୀର୍ବାଦ ଲାଭ କରିଥିଲେ । ସ୍କୁଲ ପାଠ ପଢୁଥିବା ସମୟରେ ତାଙ୍କ ବାପାଙ୍କର ପରଲୋକ ଘଟିଥିଲା ଓ ତାଙ୍କୁ ମାମୁଘରେ ରହି ପାଠ ପଢ଼ିବାକୁ ପଡି଼ଥିଲା । ୧୯୫୯ ମସିହାରେ ସେ ମାଟ୍ରିକ ପାସ କରିଥିଲେ । ଘରର ଆର୍ଥିକ ଦୂରାବସ୍ଥା ଯୋଗୁ, ତାଙ୍କୁ ୧୬ ବର୍ଷ ବୟସରେ ଟେଲିଗ୍ରାଫ୍ ମେସେଞ୍ଜର ଭାବରେ ଚାକିରି କରିବାକୁ ପଡ଼ିଥିଲା । କିନ୍ତୁ ସେ ଚାକିରୀରେ ଫନୀ ସନ୍ତୁଷ୍ଟ ନଥିଲେ ଓ ଟିଉସନ କରି ନିଜର ଉଚ୍ଚଶିକ୍ଷା ଆରମ୍ଭ କରିଥିଲେ । ସେ ବିଜେବି କଲେଜରୁ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର ଉଚ୍ଚ ଶିକ୍ଷାହାସଲ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଦର୍ଶନ ଶାସ୍ତ୍ରରେ ପିଏଚଡ଼ି ହାସଲ କରିଥିଲେ ।[5]
ଅଧ୍ୟାପନାକୁ ସେ ନିଜର ବୃତ୍ତି ଭାବରେ ବାଛିଥିଲେ ଓ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରିଥିଲେ ।
ଫନୀ ମହାନ୍ତି, ବହୁ କବିତା, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ରଚନା କରିଛନ୍ତି ।[6]
ତାଙ୍କ ପ୍ରମୁଖ ରଚନାଗୁଡ଼ିକ ହେଲା
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.