![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/d/d6/Illu_spleen.jpg/640px-Illu_spleen.jpg&w=640&q=50)
ପ୍ଲୀହା
From Wikipedia, the free encyclopedia
ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗnରୁ[1] ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୂପେ ପରିଚିତ ଅଟେ । ଏହା ଲୋହିତ ରକ୍ତ କଣିକା ଓ ପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ [2]। ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ । ଏହାଦ୍ୱାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ । ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ । ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ୱାରା ବହିଷ୍କୃତ ହୁଏ[3] ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ ।
ଏହାର ଶ୍ୱେତ ଅଭ୍ୟନ୍ତରରେ ଆଣ୍ଟିବଡି ପ୍ରସ୍ତୁତ ହୁଏ । ଜୀବାଣୁ ଓ ରକ୍ତକଣିକାର ବହିଃର୍ଦ୍ଦେଶରେ ଆଣ୍ଟିବଡି କୋଟିଙ୍ଗ ଥିଲେ ପ୍ଲୀହା ସେମାନକୁ ରକ୍ତ ଓ ଲିମ୍ଫ ସଞ୍ଚାଳନରୁ ବାହାର କରିଦିଏ । ୨୦୦୯ ମସିହାର ଗୋଟିଏ ଅନୁଶୀଳନରୁ ଜଣାଯାଏ, ମୂଷା ପ୍ଲୀହାର ଲାଲ ପଲ୍ପରେ ଦେହରେ ଥିବା ସମୁଦାୟ ମୋନୋସାଇଟ ସଂଖ୍ୟାର ଅଧା ଥାଏ [4]। ଏହି ମୋନୋସାଇଟ ଦେହାର କ୍ଷତିଗ୍ରସ୍ତ ସ୍ଥାନମାନଙ୍କୁ ଯାଇ ଡେନ୍ଡ୍ରାଇଟିକ କୋଷ ଓ ମାକ୍ରୋଫେଜରେ ପରିଣତ ହୁଅନ୍ତି ଓ କ୍ଷତ ଶୁଖାନ୍ତି [4][5][6]। ପ୍ଲୀହା ଗୋଟିଏ ବିରାଟ ଲିମ୍ଫ ନୋଡ ଭଳି ଦେହର ମୋନୋନ୍ୟୁକ୍ଲିଆର ଫେଗୋସାଇଟ ସିସ୍ଟମର କର୍ମକ୍ଷେତ୍ର ରୁପେ କାମ କରେ ଓ ଏହାର ଅଭାବରେ ସଂକ୍ରମଣ ହୁଏ [7]।।
ମନୁଷ୍ୟ ଦେହରେ ପ୍ଲୀହା ପେଟର ଉପର ବାମ ପାର୍ଶ୍ୱରେ ଥାଏ, ଏହା ଦେଖିବାକୁ ମାଟିଆ [3][8]।
Spleen | |
---|---|
![]() | |
Spleen | |
![]() | |
Laparoscopic view of a horse's spleen (the purple and grey mottled organ) | |
ଲାଟିନ ଭାଷାରେ | Lien (Greek: Splen) |
Gray's | subject #278 1282 |
ଧମନୀ | Splenic artery |
ଶିରା | Splenic vein |
ସ୍ନାୟୁ | Splenic plexus |
Precursor | Mesenchyme of dorsal mesogastrium |
MeSH | Spleen |
Dorlands/Elsevier | Spleen |