From Wikipedia, the free encyclopedia
ପ୍ରାୟାପିଜ୍ମ (ଇଂରାଜୀ ଭାଷାରେ Priapism) ଏକ ଅବସ୍ଥା ଯେଉଁଥିରେ ବିନା ଉତ୍ତେଜନାରେ ବା ଉତ୍ତେଜନା ଶେଷରେ ପୁରୁଷ ଲିଙ୍ଗ (penis) ଉଦ୍ଧତ (erect) ହୋଇ ରହେ ।[3] ତିନୋଟି କାରଣ ଯୋଗୁ ଏହା ହୋଇପାରେ, ଯଥା:- ରକ୍ତ ଅଭାବ (ischemic ବା low-flow), ଅଧିକ ରକ୍ତ ପ୍ରବାହ (nonischemic ବା high-flow) ଓ ପୁନଃପୌନିକ ରକ୍ତାଭାବ ।[3] ଅଧିକାଂଶ କେଶ୍ ରକ୍ତାଭାବ ଯୋଗୁ ହୁଏ ।[3] ରକ୍ତାଭାବ ପ୍ରାୟାପିଜ୍ମ ହେଲେ କଷ୍ଟ ହୁଏ ଓ ରକ୍ତାଭାବ ନ ହେଲେ କଷ୍ଟ ହୁଏନି ।[3] ରକ୍ତାଭାବ ଅବସ୍ଥାରେ ଲିଙ୍ଗର ଅଧିକାଂଶ ଅଂଶ କଠିନ ହୋଇଯାଏ କିନ୍ତୁ ଲିଙ୍ଗ ମୁଣ୍ଡି (glans penis) କଠିନ ହୁଏନି ।[3] ଅଣରକ୍ତାଭାବ କେଶ୍ରେ ସମୁଦାୟ ଲିଙ୍ଗ କିଛି ପରିମାଣରେ କଠିନ ହୋଇଯାଏ । [3]
ପ୍ରାୟାପିଜ୍ମ | |
---|---|
ଉଚ୍ଚାରଣ | |
ବିଭାଗ | Urology, emergency medicine |
ଲକ୍ଷଣ | Penis remains erect for hours[3] |
କାରଣ | Sickle cell disease, antipsychotics, SSRIs, blood thinners, cocaine, cannabis, trauma[3] |
ଚିକିତ୍ସା | Ischemic: Removal of blood from the corpus cavernosum with a needle[3] Non-ischemic: Cold packs and compression[3] |
ପୁନଃପୌନିକ | 1 in 60,000 males per year[3] |
ସିକ୍ଲ ସେଲ୍ ରୋଗ ଏହାର ଏକ ଅତି ସାଧାରଣ କାରଣ ।[3] ଅନ୍ୟାନ୍ୟ କାରଣମାନ ଯଥାକ୍ରମେ ଆଣ୍ଟିସାଇକୋଟିକ (antipsychotics), ଏସଏସଆରଆଇ (SSRIs), ଆଣ୍ଟିକୋଆଗୁଲାଣ୍ଟ (blood thinners) ଓ କୋକେନ (cocaine) ତଥା ଗଞ୍ଜେଇ (cannabis) ଭଳି କେତେକ ଦ୍ରବ୍ୟ ।[3] ମେରୁଦଣ୍ଡ ଆଘାତ (spinal cord injury) ଓ ଲିଙ୍ଗରେ ଆଘାତ ହେଲେ ଅଣରକ୍ତାଭାବ ପ୍ରାୟାପିଜ୍ମ ହୋଇପାରେ ।[3] ଲିଙ୍ଗରୁ ରକ୍ତ ନିଷ୍କାସନ ନ ହୋଇପାରିଲେ ରକ୍ତାଭାବ ପ୍ରାୟାପିଜ୍ମ ହୋଇପାରେ । [3] ଧମନୀ ସହିତ କର୍ପସ କାଭେର୍ନୋସମ (corpus cavernosum) ସଂଯୁକ୍ତ ହେଲେ ବା ପାରାସିମ୍ପାଥେଟିକ ସ୍ନାୟୁ ମଣ୍ଡଳରେ କିଛି କଟିଗଲେ ଅଧିକ ଧମନୀ (artery) ରକ୍ତ ସରବରାହ ହୁଏ । [3] ଅଲଟ୍ରାସାଉଣ୍ଡ (ultrasound) ବା ଲିଙ୍ଗର ରକ୍ତ ନେଇ ବ୍ଲଡ ଗ୍ୟାସ (blood gas) ଆନାଲିସିସ କରି ରୋଗ ନିର୍ଣ୍ଣୟ କରାଯାଏ । [3]
ଏହି ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ ।[3] ରକ୍ତାଭାବ ଥିଲେ ସ୍ନାୟୁ ଅବରୋଧ କରି ଲିଙ୍ଗର କର୍ପସ କାଭେର୍ନୋସମରୁ ସିରିଞ୍ଜ ସାହାଯ୍ୟରେ ରକ୍ତ କାଢ଼ିନିଆଯାଏ ।[3] ଏହା ଫଳପ୍ରଦ ନହେଲେ କର୍ପସ କାଭେର୍ନୋସମକୁ ଥଣ୍ଡା ନର୍ମାଲ ସାଲାଇନ (normal saline) ସାହାଯ୍ୟରେ ସେଚନ କରାଯାଏ ବା ଫିନାଇଲେଫ୍ରିନ (phenylephrine) ଇଞ୍ଜେକସନ ଦିଆଯାଏ ।[3] ଅଣରକ୍ତାଭାବ ଥିଲେ ଥଣ୍ଡା ପ୍ୟାକ ଦିଆଯାଏ ।[3] ଏହି ସବୁ ଉପାୟ ଯଥେଷ୍ଟ ନହେଲେ ଅପରେଶନ କରାଯାଏ ।[3] ରକ୍ତାଭାବ ପ୍ରାୟାପିଜ୍ମ ହେବାର ୪ ଘଣ୍ଟା ପରେ ସ୍ଥାୟୀ ସ୍କାର ହେବା ଆରମ୍ଭ ହୋଇଯାଏ ୪୮ ଘଣ୍ଟା ପରେ ନିଧାର୍ଯ୍ୟ ଭାବରେ ଏହା ସଂଘଟିତ ହୁଏ । [3][4] ପ୍ରତି ବର୍ଷ ୨୦,୦୦୦ଲୋକରେ ଜଣେରୁ ଆରମ୍ଭ ହୋଇ ୧୦୦,୦୦୦ରେ ଜଣକୁ ଏହି ବେମାରୀ ହୁଏ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.