ଏହି ରୋଗରେ ମୂତ୍ରନଳୀରେ ଏକ ଭାଙ୍ଗ ପଡ଼ି ମୂତ୍ର ଅବରୋଧ ହୋଇଥାଏ । From Wikipedia, the free encyclopedia
ପୋଷ୍ଟିରିଅର ୟୁରେଥ୍ରାଲ ଭଲଭ ( PUV ) ରୋଗରେ ଏକ ନବଜାତ ପୁଅର ମୂତ୍ରନଳୀ ଏକ ତନ୍ତୁ ଭାଙ୍ଗଦ୍ୱାରା ଅବରୋଧ ହୋଇଥାଏ । [3] ଜନ୍ମ ପରେ ଏହାର ଲକ୍ଷଣଗୁଡିକ ମଧ୍ୟରେ ଶିଶୁର ଖାଇବା ଅସୁବିଧା ହୁଏ ଓ ବଞ୍ଚିବା କଷ୍ଟକର ହୁଏ । [1] ଏହା ୟୁରିନାରି ରିଟେନନ, କ୍ରନିକ୍ ବୃକ୍କ ରୋଗ, ଫୁସଫୁସର ଅସମ୍ପୂର୍ଣ୍ଣ ବିକାଶ, ଅନିଚ୍ଛାକୃତ ମୂତ୍ର ତ୍ୟାଗ, କିମ୍ବା ମୂତ୍ରନଳୀ ସଂକ୍ରମଣ ହୋଇପାରେ | [1]
Posterior urethral valve | |
---|---|
Congenital obstructive posterior urethral membrane | |
ବିଭାଗ | Urology |
ଲକ୍ଷଣ | Poor feeding, failure to thrive[1] |
ଆକ୍ରାନ୍ତ ସମୟ | Present at birth[1] |
କାରଣ | Unknown[2] |
ବିପଦ କାରକ | Family history.[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound, voiding cystourethrography[1][2] |
ସଠିକ ରୋଗ ନିର୍ଣ୍ଣୟ | Other causes of oligohydramnios, vesicoureteral reflux, Prune–belly syndrome, ureteric stenosis[1] |
ଚିକିତ୍ସା | Urinary catheter, surgery, management of complications[1] |
Prognosis | Variable[1] |
ପୁନଃପୌନିକ | 1 in 5,000 male births[1] |
କିପରି ଏବଂ କାହିଁକି ଏହି ବ୍ୟାଘାତ ସୃଷ୍ଟି ହୁଏ, ତାହା ଅଜ୍ଞାତ ଅଛି । [4] ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ଥାଏ । [2] ଟିସୁ ଭାଙ୍ଗ ବା ଫୋଲ୍ଡର ଉତ୍ପତ୍ତି ଉପରେ ଆଧାର କରି ସେମାନଙ୍କୁ ତିନୋଟି ପ୍ରକାରରେ ବିଭକ୍ତ କରାଯାଇପାରେ । [5] ଫୋଲ୍ଡର ସମ୍ଭାବ୍ୟ ଉତ୍ପତ୍ତି ବିଷୟ ଅବଶ୍ୟ ୨୦୨୦ମସିହାରେ ବିବାଦୀୟ ଥିଲା । [1] ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ଡ କରି ଓ ଜନ୍ମ ପରେ ଭଏଡିଙ୍ଗ ସିଷ୍ଟୋୟୁରେଥ୍ରୋଗ୍ରାଫି କରି ରୋଗ ନିର୍ଣ୍ଣୟ କରାଯାଏ । [1]
ଜନ୍ମ ପୂର୍ବରୁ ଅସ୍ତ୍ରୋପଚାର କରାଯାଇପାରେ; ତଥାପି, ଫଳାଫଳଗୁଡିକ ମିଶ୍ରିତ ହୋଇପାରେ ।[5] ଜନ୍ମ ପରେ ମୂତ୍ରାଶୟ ଏକ ଫିଡିଂ ଟ୍ୟୁବ ବା ଖାଦ୍ୟନଳୀ ସାହାଯ୍ୟରେ ମୂତ୍ରାଶୟ ନିଷ୍କାସିତ କରାଯାଇପାରେ । [1] ଇଲେକ୍ଟ୍ରୋଲାଇଟ୍ କିମ୍ବା ଶ୍ୱାସକ୍ରିୟାର ସମସ୍ୟାର ସମାଧାନ ପାଇଁ ଅନ୍ୟାନ୍ୟ ପ୍ରୟାସ ଆବଶ୍ୟକ ହୋଇପାରେ । [1] ଟିସୁର ଫୋଲ୍ଡକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଏ ଏବଂ ସମ୍ଭାବ୍ୟ ଭେସିକୋୟୁରେଟେରିକ୍ ରିଫ୍ଲକ୍ସର ଚିକିତ୍ସା ପାଇଁ ମଧ୍ୟ ଅପରେଶନ ଆବଶ୍ୟକ ହୋଇପାରେ । [1]
ପ୍ରାୟ ୫,୦୦୦ ପୁଅ ମଧ୍ୟରୁ ଜଣକର ଏହି ରୋଗ ହୁଏ । [5] ୧୭୧୭ ମସିହାରେ ଜିଓଭାନି ବାଟିସ୍ତା ମର୍ଗାଗ୍ନି ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥଲେ । [1] ହଗ୍ ୟଙ୍ଗ ପ୍ରଥମେ ୧୯୧୯ରେ ଏହାର ଶ୍ରେଣୀକରଣ କରିଥିଲେ । [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.