From Wikipedia, the free encyclopedia
ପୋଭିଡନ-ଆୟୋଡିନ (ଇଂରାଜୀ ଭାଷାରେ Povidone-iodine ବା PVP-I, ଅନ୍ୟ ନାମ ଆୟୋଡୋପୋଭିଡନ/ iodopovidone), ଏକ ଆଣ୍ଟିସେପ୍ଟିକ (antiseptic) ଯାହା ଅପରେଶନ (surgery) ପୂର୍ବରୁ ଓ ପରେ ଚର୍ମ ଡିସଇନଫେକସନ (skin disinfection) ନିମନ୍ତେ ବ୍ୟବହାର କରାଯାଏ । [1][2] ଉଭୟ ରୋଗୀ ଓ ଚିକିତ୍ସକ ନିଜର ଚର୍ମ ଡିସଇନଫେକସନ ନିମନ୍ତେ ବ୍ୟବହାର କରିପାରିବେ । ଛୋଟ ଛୋଟ ଆଘାତରେ (wounds) ମଧ୍ୟ ଏହା ଦିଆଯାଏ । ପାଉଡର ବା ତରଳ ପଦାର୍ଥ ଆକାରରେ ଏହା ବ୍ୟବହାର କରାଯାଇପାରିବ ।[2]
Clinical data | |
---|---|
Trade names | Wokadine, Pyodine, Betadine, others |
Synonyms | polyvidone iodine, iodopovidone |
AHFS/Drugs.com | International Drug Names |
Routes of administration | Topical |
ATC code | |
Legal status | |
Legal status |
|
Identifiers | |
IUPAC name
| |
CAS Number | |
PubChem CID | |
ChemSpider |
|
UNII | |
ChEMBL | |
ECHA InfoCard | 100.110.412 |
Chemical and physical data | |
Formula | (C6H9NO)n•xI |
Molar mass | variable |
(what is this?) (verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଉତ୍ତେଜନା ହୋଇପାରେ । ବଡ଼ ଖଣ୍ଡିଆରେ ଲଗେଇଲେ ବୃକ୍କ ସମସ୍ୟା (kidney problems), ଅଧିକ ରକ୍ତ ସୋଡ଼ିଅମ (high blood sodium) ଓ ମେଟାବୋଲିକ ଏସିଡୋସିସ (metabolic acidosis) ହୋଇପାରେ ।[1] ଲିଥିଅମ ଔଷଧ ନେଉଥିବା ଓ ଗର୍ଭାବସ୍ଥାରେ ଥିବା ମହିଳାମାନେ ଏହା ନେବାକୁ ମନା କରାଯାଏ । ଥାଇରଏଡ ସମସ୍ୟା (thyroid problems) ଥିଲେ ବାରମ୍ଭାର ଏହା ବ୍ୟବହାର କରିବାକୁ ସୁପାରିସ କରାଯାଏନାହିଁ ।[2] ପୋଭିଡନ ଆୟୋଡିନ ଏକ ରାସାୟନିକ ଯୌଗିକ (chemical complex) ପଦାର୍ଥ ଯେଉଁଥିରେ ପୋଭିଡନ (povidone) ଓ ଏଲିମେଣ୍ଟ ଆୟୋଡିନ (iodine) ଥାଏ । ଏଥିରେ ୯%ରୁ ୧୧% ଆୟୋଡିନ ଥାଏ ।[3] ଏହି ପଦାର୍ଥରୁ ଆୟୋଡିନ ନିର୍ଗତ ହୋଇ ଅଣୁଜୀବମାନଙ୍କୁ (microorganisms) ମାରିଦିଏ ।[1]
ସନ ୧୯୫୫ରୁ ପୋଭିଡନ ଆୟୋଡିନର ବିକ୍ରୟ ଆରମ୍ଭ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ବିନା ପ୍ରେସକ୍ରିପସନରେ ମିଳେ ।[6] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟର ୧୦% ଦ୍ରବଣରର ହୋଲସେଲ ମୂଲ୍ୟ ୩.୩୦ରୁ ୧୧.୪୦ ଆମେରିକୀୟ ଡଲାର ।[7] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୧୦.୮୬ ପାଉଣ୍ଡ । ଅନେକ ପ୍ରକାର ନାମରେ ଏହା ବିକ୍ରୟ ହୁଏ ଓ ବିଟାଡିନ ଏହାର ଏକ ନାମ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.