From Wikipedia, the free encyclopedia
ପିତ୍ତକୋଷ ଏକ ପୋଲା ଅଙ୍ଗ ଯେଉଁଥିରେ ପିତ୍ତ ଜମାହୋଇ ରହି ଗାଢ଼ ହେବା ପରେ ଯୁଦ୍ରାନ୍ତ୍ରକୁ ଯାଏ । ମାନବ ଦେହରେ ଏହି ନାସପାତି ଆକାରର ଅଙ୍ଗଟି ଯକୃତ ତଳେ ଥାଏ । ଯକୃତଦ୍ୱାରା ପ୍ରସ୍ତୁତ ହୋଇଥିବା ପିତ୍ତ ଏହା କମନ ହେପାଟିକ ଡକ୍ଟ ମାଧ୍ୟମରେ ଗ୍ରହଣ କରି ଜମା କରି ରଖିବା ପରେ କମନ ବାଇଲ ଡକ୍ଟ ଭିତର ଦେଇ ଡୁଓଡେନମକୁ ଛାଡ଼େ ଯେଉଁଠାରେ ଚର୍ବି (fat) ହଜମ କରିବାରେ ଏହ ସାହାଯ୍ୟ କରେ ।
Gallbladder | |
---|---|
The gallbladder sits beneath the liver. | |
ଲାଟିନ ଭାଷାରେ | Vesica biliaris, vesica fellea |
ବିଭାଗ | Digestive system/ ପରିପାକ ବିଭାଗ |
ଧମନୀ | Cystic artery/ ସିସ୍ଟିକ ଧମନୀ |
ଶିରା | Cystic vein/ ସିସ୍ଟିକ ଶିରା |
ସ୍ନାୟୁ | Celiac ganglia, Vagus nerve/ ସିସ୍ଟିକ ଗାଙ୍ଗ୍ଲିଆ, ଭେଗସ ସ୍ନାୟୁ[1] |
Precursor | Foregut |
ରକ୍ତରେ ଥିବା ହେମୋଗ୍ଲୋବିନ ନଷ୍ଟ ହୋଇଗଲେ କୋଲେଷ୍ଟ୍ରଲ୍ (cholesterol) ବା ବିଲିରୁବିନ ତିଆରି ହୁଏ ଯାହା ମିଳେଇ ନପାରିଲେ ପଥର ହୋଇଯାଏ ଯାହାକୁ ପିତ୍ତାସ୍ମରୀ କୁହାଯାଏ । ପିତ୍ତାସ୍ମରୀ ରୋଗ ହେଲେ ଉଦରର ଡାହାଣ-ଉପର ପାଖରେ ଉଲ୍ଲେଖନୀୟ ଯନ୍ତ୍ରଣା ହୁଏ ଓ ଅଧିକାଂଶ ସମୟରେ ଏହାକୁ କୋଲିସିସ୍ଟେକ୍ଟୋମି (cholecystectomy) ଅପରେଶନ କରି ବାହାର କରିଦିଆଯାଏ । ଏକାଧିକ ପିତ୍ତାସ୍ମରୀ ଏକାଠି ଚିପି ହୋଇ ଜାମ ହୋଇଗଲେ, ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ ହେଲେ ପିତ୍ତକୋଷ ପ୍ରଦାହ ବା କୋଲିସିସ୍ଟାଇଟିସ (Cholecystitis) ହୁଏ ।
ପିତ୍ତକୋଷ ଏକ ପାଉଁସିଆ-ନୀଳ ଫମ୍ପା ଅଙ୍ଗ ଯାହା ଯକୃତର ଏକ ଛୋଟ ଗାତରେ ରହିଥାଏ ।[2] ପୂର୍ଣ୍ଣ ବୟସ୍କ ଲୋକର ପିତ୍ତକୋଷ ଲମ୍ବ ୭-୧୦ ସେମି ଓ ଫୁଲିଗଲେ ପ୍ରସ୍ଥ ୪ ସେମି ହୁଏ ।[3] ଏଥିରେ ୫୦ ମି:ଲି: ପଦାର୍ଥା ଧରେ ।[2]
ଏହା ଏକ ନାସପାତି ଭଳି ଦେଖିବାକୁ ଯାହାର ଅଗ୍ରଭାଗ ସିସ୍ଟିକ ଡକ୍ଟ cystic duct) ଭିତରକୁ ଖୋଲିଯାଏ ।[4] ଏହାର ତିନୋଟି ଭାଗ ଥାଏ ଯଥା ଫଣ୍ଡସ, ବଡି ବା ଦେହ ଓ ନେକ ବା ବେକ । ଫଣ୍ଡସର ଏହ ଗୋଲାକାର ସ୍ଥାନ ଥାଏ ଯାହା ଉଦର କାନ୍ଥ ଦିଗକୁ ମୁହଁ କରିଥାଏ । ଯକୃତର ତଳ ପୃଷ୍ଠର ଗୋଟିଏ ଛୋଟ ଗାତରେ ବଡି ଥାଏ । ନେକ ବା ଦେହଟି କ୍ରମଶଃ ସରୁ ହୋଇ ବିଲିଆରି ଟ୍ରିର ସିସ୍ଟିକ ଡକ୍ଟ ସହିତ ମିଶିଯାଇଥାଏ । କମନ ହେପାଟିକ ଡକ୍ଟ ସହିତ ସିସ୍ଟିକ ଡକ୍ଟ ସଂଯୁକ୍ତ ହୋଇ କମନ ହେପାଟିକ ଡକ୍ଟ ନାମରେ ପରିଚିତ ହୁଏ ।
ସିସ୍ଟିକ ଡକ୍ଟ ଓ କମନ ହେପାଟିକ ଡକ୍ଟ ମଧ୍ୟରେ ଥିବା ସିସ୍ଟିକ ନୋଡକୁ ଲସିକା ବୋହିଯାଏ । ଏହାର ନିମ୍ନ ଭାଗର ଲସିକା ହେପାଟିକ ଲିମ୍ଫ ନୋଡକୁ ଯାଏ । ଅବଶେଷରେ ସମସ୍ତ ଲସିକା ସିଲିଆକ ଲିମ୍ଫ ନୋଡକୁ (celiac lymph nodes) ଡ୍ରେନ ହୁଏ ।
ନିଜ ଅଙ୍ଗରେ ପିତ୍ତ (bile) ବା ଗଲ୍ ଜମାକରି ରଖିବା ପିତ୍ତାଶୟର ମୂଳ କାର୍ଯ୍ୟ ଯାହା ଖାଦ୍ୟରେ ଥିବା ଚର୍ବି ଜାତୀୟ ଅଂଶକୁ ହଜମ କରିବାରେ ସାହାଯ୍ୟ କରେ । ଯକୃତରେ ସୃଷ୍ଟି ହେବା ପରେ କ୍ଷୁଦ୍ର ନଳୀ ମଧରେ ପିତ୍ତ ବୋହିଯାଇ ସିସ୍ଟିକ ଡକ୍ଟ ଓ ତା'ପରେ ବଡ଼ ହେପାଟିକ ଡକ୍ଟରେ ଯାଇ ପିତ୍ତାଶୟରେ ଜମା ହୁଏ । ଯେ କୌଣସି ଏକ ସମୟରେ ସେଥିରେ ପ୍ରାୟ ୩୦ରୁ ୬୦ ମି:ଲି: ପିତ୍ତ ଜମାହୋଇ ରହେ ।
ଚର୍ବିଯୁକ୍ତ ଖାଦ୍ୟ ପାକଅନ୍ତନଳୀ ମଣ୍ଡଳରେ ପ୍ରବେଶ କଲେ ଡୁଓଡେନନ ଓ ଜେଜୁନମ ଭିତରେ ଥିବା ଆଇ କୋଷ ମଧ୍ୟରୁ କୋଲିସିସ୍ଟୋକାଇନିନ ନିର୍ଗତ ହୁଏ । ପିତ୍ତକୋଷରେ କୋଲିସିସ୍ଟିକାଇନିନ ଉତ୍ତେଜନା ସୃଷ୍ଟି କରିବାଦ୍ୱାରା ପିତ୍ତକୋଷ ବାରମ୍ବାର ସଙ୍କୁଚିତ ଓ ପ୍ରସାରିତ ହୋଇ ଏହା ଭିତରେ ଥିବା ପଦାର୍ଥକୁ କମନ ବାଇଲ ଡକ୍ଟ ଭିତର ଦେଇ ଶେଷରେ ଡୁଓଡେନମ ଭିତରକୁ ଛାଡ଼େ । ଆଂଶିକ ହଜମ ହୋଇଥିବା ଚର୍ବିକୁ ପିତ୍ତ ଇମଲସିଫାଇ କରିବାଦ୍ୱାରା ତାହାର ଅବଶୋଷଣ ହୋଇଯାଏ । ପିତ୍ତରେ ଜଳ ଓ ବାଇଲ ଲବଣ ଥାଏ ଓ ଏହା ହେମୋଗ୍ଲୋବିନର ମେଟାବୋଲିଜ୍ମ ଯୋଗୁ ସୃଷ୍ଟି ହେଉଥିବା ବିଲିରୁବିନ ଦେହରର ବିଦାୟ କରିବାରେ ସାହାଯ୍ୟ କରେ । [5]
ଯକୃତରୁ ନିର୍ଗତ ହୋଇଥିବା ପିତ୍ତ, ପିତ୍ତକୋଷରୁ ନିର୍ଗତ ହେଉଥିବା ପିତ୍ତ ସହିତ ସମାନ ନୁହେଁ । ପିତ୍ତକୋଷରେ ଏହା ପୁର୍ବାପେକ୍ଷା ୩ରୁ ୧୦ ଗୁଣ ଗାଢ଼ ହୋଇଯାଏ[6] ଓ ଏହା ଜଳ ସହିତ କିଛି ଇଲେକ୍ଟ୍ରୋଲାଇଟ ବିଦାୟ କରିଦେବା ଯୋଗୁ ସମ୍ଭବ ହୁଏ । ଜଳ ଓ କ୍ଲୋରାଇଡ ଆୟନର ଆକ୍ଟିଭ ଟ୍ରାନ୍ସପୋର୍ଟ ଯୋଗୁ ଏହା ହୁଏ । [7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.