From Wikipedia, the free encyclopedia
ପିଟିରିଆସିସ ରୋଜିଆ (ଇଂରାଜୀ ଭାଷାରେ Pityriasis rosea) ରୋଗ ଏକ ପ୍ରକାର ଚର୍ମ ରାସ (skin rash) ।[2] ପ୍ରଥମେ ଏହା ଗୋଟିସ ପ୍ୟାଚ ଆକାରରେ ବାହାରେ ଲାଲ ଓ କାତି ସମ୍ପନ୍ନ ହୋଇଥାଏ ଯାହାକୁ ହେରାଲ୍ଡ ପ୍ୟାଚ କୁହାଯାଏ । [2] ଏହା ପରେ ଧୀରେ ଧୀରେ ଦିନ ଓ ସପ୍ତାହ ଧରି ସାରା ଶରୀରରେ ରାସ ବ୍ୟପିଯାଏ ।[3] ଏହା ପ୍ରାୟ ୩ମାସ ରହେ ଓ ବିନା ଚିକିତ୍ସାରେ ଭଲ ହୋଇଯାଏ ।[3] ବେଳେ ବେଳେ ଆରମ୍ଭ ହେବା ପୂର୍ବରୁ ଜ୍ୱର ହୋଇପାରେ ବା ଗଲୁ ଥାଇପାରେ । [3]
ପିଟିରିଆସିସ ରୋଜିଆ (Pityriasis rosea) | |
---|---|
ପିଟିରିଆସିସ ରୋଜିଆ ଗିଲବର୍ଟ (Pityriasis rosea Gibert)[1] | |
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology), ସଂକ୍ର।ମକ ରୋଗ (infectious disease) |
ଲକ୍ଷଣ | ଏକକ ଲାଲ ଓ କାତି ସମ୍ପନ୍ନ ସ୍ଥାନ |
ଆକ୍ରାନ୍ତ ସମୟ | ୧୦ରୁ ୩୫ ବର୍ଷ ବୟସ [2] |
ଅବଧି | ୩ମାସରୁ କମ [2] |
କାରଣ | ଅସ୍ପଷ୍ଟ[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ [2] |
ସଠିକ ରୋଗ ନିର୍ଣ୍ଣୟ | ଟିନିଆ କର୍ପୋରିସ (Tinea corporis), ଭାଇରାଲ ରାସ (viral rash), ପିଟିରିଆସିସ ଭର୍ସିକଲର (pityriasis versicolor), ନୁମ୍ମୁଲାର ଏକଜିମା (nummular eczema)[3] |
ଚିକିତ୍ସା | ସାହାଯ୍ୟକାରୀ ଯତ୍ନ (Supportive care)[3][2] |
ପୁନଃପୌନିକ | ୧.୩% [3] |
ଏହାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଶ୍ୱାସ କରାଯାଏ, ଏହାର ହ୍ୟୁମାନ ହର୍ପିସଭାଇରସ ୬ (human herpesvirus 6 ବା HHV6) ବା ହ୍ୟୁମାନ ହର୍ପିସଭାଇରସ ୭ (human herpesvirus 7 ବା HHV7) ସହିତ ସମ୍ପର୍କ ଅଛି ।[3] ଏହା ଛୁଆଁ (contagious) ରୋଗ ନୁହେଁ ।[3] କେତେକ ଔଷଧ ଏହିପରି ରାସ ଉତ୍ପନ୍ନ କରିପାରେ ।[3] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [2]
ନିର୍ଦ୍ଦଷ୍ଟ ଚିକିତ୍ସାର କୌଣସି ପ୍ରମାଣ ନାହିଁ ।[3] ପ୍ରାୟ ୧.୩% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି । [3] ବୟସ ୧୦ରୁ ୩୫ ମଧ୍ୟରେ ରୋଗ ହେବା ଦେଖାଯାଏ ।[2] ସନ ୧୭୯୮ରେ ଏହି ରୋଗ ବିଷୟ ବର୍ଣ୍ଣନା ହୋଇଥିବା ଦେଖାଯାଇଛି । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.