ପଙ୍କଜ ଚରଣ ଦାସ
ଓଡ଼ିଶୀ ନୃତ୍ୟର ନର୍ତ୍ତକ, ପ୍ରବର୍ତ୍ତକ, ଆଦି ଗୁରୁ ଓ ପିତା / From Wikipedia, the free encyclopedia
ପଙ୍କଜ ଚରଣ ଦାସ (୧୭ ମାର୍ଚ୍ଚ ୧୯୨୫[1] – ୧୧ ଜୁନ ୨୦୦୩)[2] ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ଓ ସର୍ବୋପରୀ ଓଡ଼ିଶୀ ନୃତ୍ୟର ପୁନଃନିର୍ମାତା ଥିଲେ । ତେଣୁ ତାଙ୍କୁ ଓଡ଼ିଶୀ ନୃତ୍ୟର ପିତା ଓ ଆଦିଗୁରୁ କୁହାଯାଏ ।
Quick Facts ଆଦିଗୁରୁ ପଙ୍କଜ ଚରଣ ଦାସ, ଜନ୍ମ ...
ଆଦିଗୁରୁ ପଙ୍କଜ ଚରଣ ଦାସ | |
---|---|
ଜନ୍ମ | (1925-03-17)୧୭ ମାର୍ଚ୍ଚ ୧୯୨୫ ପୁରୀ, ଓଡ଼ିଶା |
ମୃତ୍ୟୁ | ୧୧ ଜୁନ ୨୦୦୩(2003-06-11) (ବୟସ ୭୮) ଭୁବନେଶ୍ୱର, ଓଡ଼ିଶା |
ବୃତ୍ତି | ଓଡ଼ିଶୀ ନୃତ୍ୟଶିଳ୍ପୀ |
ସକ୍ରିୟ ବର୍ଷ | ୧୯୩୩-୨୦୦୦ |
ବୈବାହିକ-ସାଥୀ | ସରୋଜିନୀ ଦାସ |
ପିତାମାତା(s) | ଧର୍ମୁ ଚରଣ ଦାସ, କ୍ଷେତ୍ରମଣୀ ଦେବୀ |
ପୁରସ୍କାର | ପଦ୍ମଶ୍ରୀ |
Close
ସେ ପୁନର୍ଜୀବନ ଦାନ କରି ଆଜିର ଓଡ଼ିଶୀ ନୃତ୍ୟର ଭିତ୍ତି ସ୍ଥାପନ କରିଥିଲେ । ସେ ଏହି ନୃତ୍ୟକୁ 'ମନ୍ଦିର ନୃତ୍ୟ'ରୁ ବାହାର କରି ଦୁନିଆ ଆଗରେ ଉପସ୍ଥାପନ କରିଥିଲେ । ସେ ସନ ୧୯୯୨ରେ ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଥିଲେ । ତାଙ୍କ ନୃତ୍ୟରେ ଭକ୍ତି ରସ ପରିପୂର୍ଣ୍ଣ ଥିଲା ଓ ତାଙ୍କର ପ୍ରତି ପଦକ୍ଷେପ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଥିଲା । ମାହାରୀ ନୃତ୍ୟ କଳାକୁ ସେ କଠୋର ଭାବରେ ଅନୁସରଣ କରୁଥିଲେ ।