From Wikipedia, the free encyclopedia
ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରୀ ବିଜେ ନାମରେ ଜଣା । ଗୁଣ୍ଡିଚା ଦିନ ତିନିଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଏ ଯାଇ ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି । ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦୀକୁ ବିଜେ କରନ୍ତି । ଏହା ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ।
ଗହଳ, ଚହଳରେ ଶ୍ରୀଜୀଉମାନେ ପହଣ୍ଡି କରନ୍ତି ନୀଳକନ୍ଦରକୁ । ଆରମ୍ଭ ହୁଏ ଲକ୍ଷ୍ମୀଙ୍କର ଅଭିମାନ । ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ଜଗନ୍ନାଥ ରସଗୋଲା ପରସିବା ବିଧି ରହିଛି । ମାନଭଞ୍ଜନ ପରେ ସିଂହଦ୍ୱାର ଫିଟେ ଏବଂ ଦିଅଁମାନେ ରତ୍ନ ସିଂହାସନକୁ ବିଜେ କରନ୍ତି ଗୋଟି ପହଣ୍ଡିରେ । ମାତ୍ର ରଥାରୂଢ଼ ସମୟରେ ହୋଇଥାଏ ଧାଡ଼ି ପହଣ୍ଡି । ଏହି ପହଣ୍ଡିରେ ଗୋଟିଏ ଦିଅଁ ନିନ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦିଅଁମାନେ ଯାନ୍ତି ସେଇ ଶୈଳୀରେ । ଏହା ମଧ୍ୟ ଏକ ସ୍ୱତନ୍ତ୍ର ବିଧି । ଏହିଭଳି ଏକ ଅଭୂତପୂର୍ବ ଭକ୍ତିପୂର୍ଣ୍ଣ ପରିବେଶରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ବିରାଜମାନ କରନ୍ତି ରତ୍ନ ସିଂହାସନରେ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.