ଭାରତୀୟ କଣ୍ଠଶିଳ୍ପୀ From Wikipedia, the free encyclopedia
ନାଜିଆ ଆଲାମ ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ । ମୁଖ୍ୟତଃ ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇଥାନ୍ତି ।[1] ନାଜିଆ ଆକାଶବାଣୀର ଜଣେ ନିୟମିତ ଗାୟିକା । ସେ ବିଭିନ୍ନ ଓଡ଼ିଆ ଧାରାବାହିକରେ ଗୀତ ମଧ୍ୟ ଗାଇଛନ୍ତି । ଡିଡି ଓଡ଼ିଆରେ ପ୍ରସାରିତ ଦୁହିତା, ବିଧାତାର ଖେଳ, ମୁଁ ତୁମକୁ ଭଲପାଏ ଭଳି ଲୋକପ୍ରିୟ ଧାରାବାହିକରେ ସେ କଣ୍ଠଦାନ କରିଥିଲେ । ଜୀ ଟିଭିଦ୍ୱାରା ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ସାରେଗାମାରେ ସେ ଫାଇନାଲିଷ୍ଟ ଥିଲେ । ସେ ଭଜନ ସମାରୋହ ଓ ମଞ୍ଚରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଛନ୍ତି । ଏକଦା ଭୁବନେଶ୍ୱରରେ ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ମାନ୍ନା ଦେ ତାଙ୍କ ଉପରେ ଟିପ୍ପଣୀ ଦେଇ କହିଥିଲେ କି, "ଆପଣ ସଙ୍ଗୀତ ପ୍ରତି ଅନୁରାଗୀ ଅଟନ୍ତି ଏବଂ ଆପଣଙ୍କର ଲକ୍ଷ୍ୟସ୍ଥଳ ବହୁତ ଆଗକୁ ଅଛି, ଏହାକୁ ଜାରୀ ରଖିବେ ନିଶ୍ଚୟ ।"[2]
ନାଜିଆ ଆଲାମ | |
---|---|
ବୃତ୍ତି | କଣ୍ଠଶିଳ୍ପୀ |
ପିତାମାତା(s) | ସିକନ୍ଦର ଆଲାମ (ବାପା) ନାଇମା ଆଲାମ (ମାଆ) |
ସମ୍ପର୍କୀୟ | ସୋଫିଆ ଆଲାମ (ଭଉଣୀ) |
ପୁରସ୍କାର | କେନ୍ଦ୍ର ନାଟ୍ୟ ସଙ୍ଗୀତ ଅକାଦମୀ ପୁରସ୍କାର |
ନାଜିଆ ଆଲାମ କଣ୍ଠଶିଳ୍ପୀ ଦମ୍ପତ୍ତି ମହମ୍ମଦ ସିକନ୍ଦର ଆଲାମ ଓ ନଇମା ଆଲାମଙ୍କ ସାନ ଝିଅ ।[2] । ତାଙ୍କ ବଡ଼ ଭଉଣୀ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ମୁଖ୍ୟତଃ ଓଡ଼ିଆ ଦୂରଦର୍ଶନ ଧାରାବାହିକ ତଥା କଥାଚିତ୍ରରେ ଅଭିନୟ କରନ୍ତି ।
ନାଜିଆ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ଅଳଙ୍କାର ସମ୍ମାନ ସହ ଉଭୟ ଓଡ଼ିଶୀ ସଙ୍ଗୀତ ଓ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି ।[3]
ନାଜିଆ ଆଲାମ ତାଙ୍କ ମାଆ ନଇମା ଆଲାମଙ୍କଠାରୁ ପ୍ରଥମେ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ ।[3] ସେ ଗୀତଗୋବିନ୍ଦର ଅଷ୍ଟପଦୀ ପରମ୍ପରା ଉପରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ୨୦୦୬ ମସିହାରୁ ସେ ଗୀତଗୋବିନ୍ଦରୁ ଆଧାରିତ ବିଭିନ୍ନ ଗୀତ ଉପରେ ସଙ୍ଗୀତ ପରିବେଷଣ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ଓଡ଼ିଆର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାଷ ପାଣିଙ୍କ ଗୀତଗୋବିନ୍ଦ ଉପରେ ମୁକ୍ତିଲାଭ କରିଥିବା ଆଲବମରେ ନାଜିଆ କଣ୍ଠଦାନ କରିଥିଲେ ।[4]
୨୦୧୭ ମସିହାରେ ଭରଦ୍ୱାଜ ପଣ୍ଡାଙ୍କ ରଚିତ ଏବଂ ପ୍ରକୃତି ମିଶ୍ର ଓ ମୀରା ଦାସ ପ୍ରମୁଖ ଅଭିନୀତ ଆମେ ଭୁବନେଶ୍ୱରିଆ ଶୀର୍ଷକ ଓଡ଼ିଆ ମ୍ୟୁଜିକ ଭିଡ଼ିଓରେ ନାଜିଆ କଣ୍ଠଦାନ କରିଥିଲେ ।[5][5] ୨୦୨୦ ମସିହାରେ ବର୍ଷ ସେ ଏମ୍. ଏସ୍. ଧୋନି - ଦ ଅନ୍ଟୋଲ୍ଡ ଷ୍ଟୋରୀ କଥାଚିତ୍ରରେ ଗୀତ କୌନ୍ ତୁଝେ ଓ ଓଡ଼ିଆ ଗୀତ ଫ୍ୟୁଜନ୍ କରି ଏକ କଭର୍ ଗୀତ ପ୍ରସ୍ତୁତ କରିଥିଲେ ।[4]
ନାଜିଆ ୨୦୧୦ ମସିହାରେ ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାରର "ଓସ୍ତାଦ ବିସମିଲ୍ଲା ଖାଁ ଯୁବ ପ୍ରତିଭା ପୁରସ୍କାର" ପାଇଥିଲେ ।[6] ଏହି ପୁରସ୍କାର ୨୦୧୦ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶୀ ସଙ୍ଗୀତକୁ ପ୍ରଦାନ କରାଯାଇଥିଲା ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.