From Wikipedia, the free encyclopedia
ନାଗରା ଏକ ମଧ୍ୟ ପୂର୍ବ ବାଦ୍ୟଯନ୍ତ୍ର । ଏହାର ଗୋଲ ପଛ ଓ ସମାନ ମୁଣ୍ଡି ଥାଏ । ଏହା ସାଧାରଣତଃ ଯୋଡ଼ା ବଜାଯାଏ । ଏଥିପାଇଁ ଏହାକୁ ଯୋଡ଼ିନାଗରା ମଧ୍ୟ କୁହାଯାଏ । ଏହା ବାକିସ୍ଥାନରେ ଏକ ଝିଲ୍ଲିବାଜା କେଟଲି ବାଜା ପ୍ରକାରର ହୋଇଥିଲେ ହେଁ କେବଳ ଓଡ଼ିଶାରେ ଏକ ଗୋଲାକାର ।[୧][୨] ଓଡ଼ିଶାରେ ବିଭିନ୍ନ ପାରମ୍ପାରିକ ଲୋକନୃତ୍ୟ ଛଉ, ପାଇକ ଓ ନାଗା ନାଟରେ ଧୁମସା, ଢୋଲ, ପଖଉଜ ଆଦି ସହ ନାଗରା ମଧ୍ୟ ବାଜିଥାଏ ।[୩]
ଆରବୀ ନକ୍କରା (naqqāra, نقاره), ବା نقارات ନକ୍କରତ naqqarat, ନଗ୍ଗାରା naqqarah, ନଗ୍ଗାରେ naqqåre, ନକ୍କାରେ nakkare, ନଗ୍ଗୋରା nagora ଆଦି ଆରବୀ ଶବ୍ଦ ନକ୍କର naqrରୁ ଆନୀତ । ଏହାର ଅର୍ଥ "ବଜାଇବା" ।
ଏହି ବାଦ୍ୟ ଇଉରୋପରେ ଆହରିତ ହୋଇ କ୍ରୁସେଡ଼ ସମୟରେ ବଜାଯାଉଥିଲା । ସେ ସମୟରୁ ଏହା ନାକାଇର naccaire ବା ନାକେର naker ନାମରେ ନାମିତ ।
ନାଗରା ଗୋଲ ଭାଗଟି ପୋଡ଼ାମାଟିରେ ତିଆରି । ସମାନ ପଟଟିରେ ଶୁଖିଲା ଚମଡ଼ାକୁ ରିମରେ ବାନ୍ଧି ଢମା ପରି ଥିବା ଅଂଶର ପଛପଟେ ଟାଣ କରି ବନ୍ଧାଯାଇଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.