ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ନନ୍ଦିନୀ ଦେବୀ (ଜନ୍ମ: ୧ ଜାନୁଆରୀ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ନନ୍ଦିନୀ ଦେବୀ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।[1] ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ନନ୍ଦିନୀ ଦେବୀ ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[2] ଏହି ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ତଥା ସେହି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ୮,୨୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।[3]
ନନ୍ଦିନୀ ଦେବୀ | |
---|---|
ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ରମେଶ ଚନ୍ଦ୍ର ଜେନା |
ନିର୍ବାଚନ ମଣ୍ଡଳୀ | ସାନଖେମୁଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୭୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | କିଶୋର ଚନ୍ଦ୍ର ସିଂହ ଦେଓ |
ସନ୍ତାନ | ଗୀତାଞ୍ଜଳୀ ଦେବୀ (ଝିଅ) |
ସମ୍ପର୍କୀୟ | ଅନନ୍ତ ନାରାୟଣ ସିଂହଦେଓ (ଶ୍ୱଶୁର) ଶାନ୍ତି ଦେବୀ (ଶାଶୁ) |
ବୃତ୍ତି | ରାଜନୀତିଜ୍ଞ |
ନନ୍ଦିନୀ ଦେବୀ ୧୯୭୬ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜବାଟୀର ରାଣୀ । ନନ୍ଦିନୀ ଦେବୀଙ୍କର ଧରାକୋଟର ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କୁ ବିବାହ କରିଥିଲେ ।[4][5] ତାଙ୍କ ପତି ରାଜା କିଶୋର ଚନ୍ଦ୍ର ଥିଲେ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଓ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ନନ୍ଦିନୀ ଦେବୀଙ୍କର ଶାଶୂ ଶାନ୍ତି ଦେବୀ ଓ ଶ୍ୱଶୁର ଅନନ୍ତ ନାରାୟଣ ସିଂହଦେଓ ମଧ୍ୟ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ଶାଶୁ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥି ଭାବରେ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ଶ୍ୱଶୁର ଅନନ୍ତ ନାରାୟଣ ସିଂହଦେଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ପ୍ରତିନିଧି ଭାବରେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୯୫ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପୁଣିଥରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ନନ୍ଦିନୀ ଦେବୀଙ୍କ ଝିଅ ଗୀତାଞ୍ଜଳୀ ଦେବୀ ତାଙ୍କ ବାପାଙ୍କ କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ଧରାକୋଟ ରାଜବାଟୀର ରାଜା ଭାବରେ କାର୍ଯ୍ୟ କରୁଛନ୍ତି ।[4] ସେ ୨୧ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ ।[4] ଧରାକୋଟ ପଞ୍ଚାୟତ ସମିତି ସଭ୍ୟା ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।[4]
ନନ୍ଦିନୀ ଦେବୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଛନ୍ତି ।[6] ୨୦୧୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୨୦୦୯ରେ ଗଠନ କରାଯାଇଥିବା ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜତନା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[7] ଏହି ନିର୍ବାଚନରେ ସମୁଦାୟ ୬୬.୮୪ ପ୍ରତିଶତ ମଦାନ ହୋଇଥିଲା ।[8] ମତଦାନ କରାଯାଇଥିବା ସମୁଦାୟ ୧,୩୧,୧୬୪ ଖଣ୍ଡ ଭୋଟରୁ ସେ ୬୧,୭୭୩ ଖଣ୍ଡ ଭୋଟ ପାଇଥିଲେ[9] ଓ ୧ମ ସ୍ଥାନରେ ରହି ବିଜୟୀ ହୋଇଥିଲେ ।[10] ଏହି ନିର୍ବାଚନରେ ୨ୟ ସ୍ଥାନରେ ଥିଲେ ସେହି ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ତଥା ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ଯିଏକି ସମୁଦାୟ ୫୩,୫୫୧ ଖଣ୍ଡ ଭୋଟ ପାଇଥିଲେ ।[11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.