ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ
ଏକ ଶ୍ରେଣୀର ଔଷଧ ଯାହା ଯନ୍ତ୍ରଣା, ଜ୍ୱର ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | / From Wikipedia, the free encyclopedia
ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ବା ଏନଏସଏଆଇଡି (ଇଂରାଜୀ ଭାଷାରେ NSAIDs ) ଏକ ଶ୍ରେଣୀର ଔଷଧ ଯାହା ଯନ୍ତ୍ରଣା, ଜ୍ୱର ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [4] [5] ହୃଦଘାତ କିମ୍ବା ଷ୍ଟ୍ରୋକ୍ ପ୍ରତିଷେଧ ପାଇଁ ଆସ୍ପିରିନ୍ ମଧ୍ୟ ବ୍ୟବହୃତ ହୋଇପାରେ | [6] ସେଗୁଡିକ ପାଟି ବାଟେ ବା ଇଞ୍ଜେକ୍ସନ ଆକାରରେ ଦିଆଯାଏ, ଚର୍ମରେ ପ୍ରୟୋଗ କରାଯାଇପାରେ କିମ୍ବା ଏକ ସପୋଜିଟୋରି ଭାବରେ ବ୍ୟବହୃତ ହୋଇପାରେ | [3] ପାରାସେଟାମୋଲ (ଏସିଟାମିନୋଫେନ) ସହିତ ମଧ୍ୟ ସେହି ଔଷଧ ଗୁଡ଼ିକ ବ୍ୟବହୃତ ହୋଇପାରେ | [2] ଯେଉଁମାନଙ୍କର ପେଟ ସମସ୍ୟା ଥାଏ, ସେମାନଙ୍କୁ ପ୍ରୋଟୋନ ପମ୍ପ ଇନହିବିଟର ଔଷଧ ସହିତ ଦିଆଯାଇପାରେ | [2]
ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ | |
---|---|
Drug class | |
Class identifiers | |
Pronunciation | /ˈɛnsɛd/ EN-sed |
Synonyms | Cyclooxygenase inhibitor,[1] cyclooxygenase enzyme inhibitor,[1] nonsteroidal anti-inflammatory agents/analgesics (NSAIAs), nonsteroidal anti-inflammatory medicines (NSAIMs) |
Use | Pain, fever, inflammation[2][3] |
Biological target | COX-1 and COX-2[2] |
Clinical data | |
Drugs.com | Drug Classes |
In Wikidata |
ପାର୍ଶ୍ୱ ପ୍ରତିକ୍ରିୟାରେ ପାକସ୍ଥଳୀ ଘାଆ, ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ବୃକ୍କ ରୋଗ ହୋଇପାରେ | [3] [7] [8] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଜ୍ମା ଆକ୍ରମଣ ଏବଂ ହାଇଭ୍ସ ହୋଇପାରେ। [9] ଗର୍ଭଧାରଣର ଶେଷ ୩ ମାସ ମଧ୍ୟରେ ସେଗୁଡିକ ଦିଆଯିବା ଉଚିତ୍ ନୁହେଁ | [9] ଏହା ଅଣ-ସିଲେକ୍ଟିଭ୍ ଏବଂ କକ୍ସ-୨ ସିଲେକ୍ଟିଭ ନାମକ ଦୁଇଟି ପ୍ରକାରରେ ମିଳେ | [3] କକ୍ସ-୨ ସିଲେକ୍ଟିଭ୍ ଏଜେଣ୍ଟ ଯୋଗୁ ପେଟରେ ଉତ୍ତେଜନା କମ୍ ହୁଏ କିନ୍ତୁ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ | [2] ସେଗୁଡ଼ିକ ସାଇକ୍ଲୋଅକ୍ସିଜେନେଜ ଏନଜାଇମର (କକ୍ସ - ୧ କିମ୍ବା କକ୍ସ - ୨) କାର୍ଯ୍ୟକଳାପକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି | [2]
ଏହା ୧୮୯୯ ମସିହାରେ ପ୍ରଥମେ ଆସ୍ପିରିନ୍ ନାମରେ ବ୍ୟବସାୟିକ ବ୍ୟବହାରରେ ଆସିଥିଲା, ଯଦିଓ ଏହା ପୂର୍ବରୁ ଉଇଲୋ ଛାଲି ଆକାରରେ ବ୍ୟବହୃତ ହୋଇଥିଲା | [10] ଏହା ପରେ ୧୯୬୦ ଦଶକରେ ଆଇବୁପ୍ରୋଫେନ୍ ଏବଂ ୧୯୭୦ ଦଶକରେ ନାପ୍ରୋକ୍ସେନ୍ ଔଷଧ ଭାବରେ ବ୍ୟବହାରରେ ଆସିଲା । [11] ଜେନେରିକ ଔଷଧ ଭାବରେ ଅନେକ ରକମର ଏହି ଔଷଧ ଉପଲବ୍ଧ ଏବଂ ମହଙ୍ଗା ନୁହେଁ | [2] କିଛି ଔଷଧ ପ୍ରେସକ୍ରିପସନ ଆକାରରେ କିଣାଯାଇପାରିବ | [2] ପାରାସେଟାମୋଲକୁ ଏକ ଏନଏସଏଆଇଡି ଭାବରେ ବିବେଚନା କରାଯାଏ ନାହିଁ | [12]