ନଟୁ
From Wikipedia, the free encyclopedia
ନଟୁ, ଭାରତ ଓ ପାକିସ୍ଥାନର ଏକ ପାରମ୍ପାରିକ ଖେଳ ।[1]ଏହି ଖେଳ ବିଶେଷ କରି ଗ୍ରାମାଞ୍ଚଳରେ ଖେଳାଯାଏ । କନ୍ନଡ ଓ ତାମିଲ ଭାଷାରେ ଏହାକୁ 'ବମ୍ବରମ'[2] ତଥା ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ 'ଲଟ୍ଟୁ' କୁହାଯାଏ । [3]ନଟୁ କାଠରେ ତିଆରି ହୋଇଥାଏ । ଏହାର ଉପର ଅଂଶ ପେଟୁଆ ଓ ନିମ୍ନଭାଗ କ୍ରମଶ ଗୋଜିଆ ହୋଇଆସିଥାଏ । ଏହାର ଠିକ ମଝିରେ ଲମ୍ବ ପଟରେ ଏକ ଲୁହା କଣ୍ଟା ଭେଦକରାଯାଇଥାଏ । ଏହି କଣ୍ଟା ସାହାଯ୍ୟରେ ନଟୁ ଘୁରିଥାଏ । ନଟୁର ନିମ୍ନାର୍ଧକୁ ଏକ ସୂତାଦ୍ୱାରା ଗୁଡାଇ, ଭୂଇଁ ଉପରକୁ ଛାଟି ଦେଇ, ସୂତାଟିକୁ ନିଜ ଆଡକୁ ଟାଣିଆଣିଲେ ନଟୁଟି ବହୁ ସମୟ ପର୍ଯ୍ୟନ୍ତ ଭୂଇଁରେ ଘୁରିବୁଲେ । ଏହି ଘୁରି ବୁଲୁଥିବା ସମୟରେ, ସୂତା ସାହାଯ୍ୟରେ ନଟୁଟିକୁ ଉଠାଇ ଆଣି ହାତ ପାପୁଲି ଉପରେ ମଧ୍ୟ ଘୁରାଯାଇପାରେ । [4]