ଧୂଆଁଧାର ଜଳପ୍ରପାତ
ମଧ୍ୟ ପ୍ରଦେଶର ଜଳପ୍ରପାତ From Wikipedia, the free encyclopedia
ମଧ୍ୟ ପ୍ରଦେଶର ଜଳପ୍ରପାତ From Wikipedia, the free encyclopedia
ଧୂଆଁଧାର ଜଳପ୍ରପାତ ମଧ୍ୟ ପ୍ରଦେଶ ରାଜ୍ୟ ଅନ୍ତର୍ଗତ ଜବଲପୁର ଜିଲ୍ଲାରେ ଅବସ୍ଥିତ ।[1]
ଅବସ୍ଥାନ | ଜବଲପୁର ଜିଲ୍ଲା, ମଧ୍ୟ ପ୍ରଦେଶ |
---|---|
ଦିଗବାରେଣି | 23.125°N 79.813°E |
ଉଚ୍ଚତା | ୩୦ ମିଟର୍ (୯୮ ଫୁଟ୍) |
ଝରଣା | ନର୍ମଦା ନଦୀ |
“ଧୂଆଁ” ଓ “ଧାର” – ଏହି ଦୁଇ ଶବ୍ଦକୁ ମିଶାଇ ଜଳପ୍ରପାତର ନାମ ରଖାଯାଇଛି । ଜଳପ୍ରପାତର ଜଳଧାରା ପ୍ରସ୍ତର ଶଯ୍ୟାରେ ପିଟି ହେବା ଫଳରେ ଯେଉଁ ପାଣି ଛିଟିକା ସୃଷ୍ଟି ହୁଏ ତାହା ଏକ ଧୂଆଁର ଧାରାର ଭ୍ରମ ସୃଷ୍ଟି କରେ ବୋଲି ସେପରି ନାମକରଣ କରାଯାଇଛି । ସାଧାରଣତଃ ବ୍ୟବହାରିକ ଭାଷାରେ “ଭୀଷଣ” ଶବ୍ଦକୁ ଦର୍ଶାଇବା ପାଇଁ “ଧୂଆଁଧାର” ଶବ୍ଦ ବ୍ୟବହୃତ ହୋଇଥାଏ ।
ଭେଡ଼ାଘାଟ ଦେଇ ପ୍ରବାହିତ ନର୍ମଦା ନଦୀ ଶଯ୍ୟାସ୍ଥିଚ ଧୂଆଁଧାର ଜଳପ୍ରପାତର ଉଚ୍ଚତା ପ୍ରାୟ ୩୦ ମିଟର୍ । ଭେଡ଼ାଘାଟଠାରେ ଥିବା ମାର୍ବଲ୍ ପ୍ରସ୍ତର ଶଯ୍ୟା ଦେଇ ନର୍ମଦା ନଦୀ ଗତି କରେ ଓ ଏକ ସ୍ଥାନରେ ଅଣ-ଓସାରିଆ ଭାବେ ଗତି କରି ଜଳପ୍ରପାତରେ ପରିଣତ ହୁଏ । ଲମ୍ଫ ପ୍ରଦାନ କଲାବେଳେ ବହୁ ପରିମାଣର ଜଳରାଶି ପ୍ରସ୍ତର ଶଯ୍ୟାରେ ପିଟି ହେବାରୁ ଧୂମ୍ରର ଭ୍ରମ ସୃଷ୍ଟି ହୁଏ ଓ ଏହାର ଗର୍ଜ୍ଜନ ବହୁ ଦୂରରୁ ଶୁଣାଯାଇଥାଏ ।
ଶରତ ପୂର୍ଣ୍ଣିମା ଦିନ ନର୍ମଦା ମହୋତ୍ସବ ପାଳିତ ହୋଇଥାଏ ଓ ଧୂଆଁଧାର ଜଳପ୍ରପାତ ବୁଲିଯିବା ପାଇଁ ଏହା ପ୍ରକୃଷ୍ଟ ସମୟ । ଜହ୍ନ ଆଲୋକ ମାର୍ବଲ୍ ପଥର ଉପରେ ପଡ଼ି ରୂପା ପରି ଝଲସି ଉଠେ ଓ ଅପୂର୍ବ ଶୋଭା ସୃଷ୍ଟି କରେ । ଧୂଆଁଧାର ଜଳପ୍ରପାତ ଦେଖିବା ସହିତ ଭେଡ଼ାଘାଟର ପ୍ରସ୍ତରଘେରା ଉପତ୍ୟକାରେ ନୌକାବିହାରର ମଧ୍ୟ ଆନନ୍ଦ ଉପଭୋଗ କରିହେବ । ସୂର୍ଯ୍ୟାସ୍ତ ସମୟରେ ମାର୍ବଲ୍ ଉପରେ ସୂର୍ଯ୍ୟ କିରଣ ପଡ଼ି ସେଗୁଡ଼ିକ ହଳଦିଆ ରଙ୍ଗର ଆଭା ସୃଷ୍ଟି କରନ୍ତି ।[2]
ନର୍ମଦା ନଦୀର ପୂର୍ବ ତଟରୁ ଓ ପଶ୍ଚିମ ତଟରୁ ଧୂଆଁଧାର ଜଳପ୍ରପାତ ପାଖରେ ପହଞ୍ଚିହେବ । ଭେଡ଼ାଘାଟରୁ ଧୂଆଁଧାର ଜଳପ୍ରପାତ ପାଖରେ ପହଞ୍ଚିବା ପାଇଁ ଏକ କେବଲ୍ କାର୍ ସେବା ମଧ୍ୟ ରହିଛି । ଭେଡ଼ାଘାଟର ପ୍ରବେଶ ଦ୍ୱାର ନିକଟରେ ଏହି କେବଲ୍ କାର୍ ସେବା ଉପଲବ୍ଧ । ଏହି ସେବା ପୂର୍ବ ତଟରୁ ଆରମ୍ଭ ହୋଇ ନଦୀ ଅତିକ୍ରମ କରି ନଦୀର ପଶ୍ଚିମ ତଟରେ ଶେଷ ହୁଏ । ୮୫ ଟଙ୍କା ଭାରତୀୟ ମୁଦ୍ରା ବିନିମୟରେ ଏହି ସେବା ଉପଭୋଗ କରିହେବ । ଦ୍ୱିପ୍ରହର ୧:୩୦ରୁ ୨:୦୦ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବିରତି ଥିବାରୁ ଏହି ସମୟରେ କେବଲ୍ କାର୍ ସେବା ବନ୍ଦ ରହେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.