From Wikipedia, the free encyclopedia
ତୀର୍ଯ୍ୟକ ଦୃଷ୍ଟି ବା ଟେରା ଦୋଷ (ଇଂରାଜୀ ଭାଷାରେ ସ୍ଟ୍ରାବିସମସ/Strabismus, ବା crossed eyes) ଏକ ଦୃଷ୍ଟି ଦୋଷ ଯେଉଁଥିରେ ଗୋଟିଏ ବସ୍ତୁ ଉପରେ ଦୃଷ୍ଟିପାତ କଲେ ଦୁଇ ଆଖି ସଠିକ ଭାବରେ ସମରେଖଣ (alignment) ହୋଇପାରେ ନାହିଁ ।[1] କେନ୍ଦ୍ରୀଭୁତ କରୁଥିବା ତୀର୍ଯ୍ୟକ ଆଖିର ପରିବର୍ତ୍ତନ ମଧ୍ୟ ହୁଏ । ଏହି ଦୋଷ ସାମୟିକ ବା ସ୍ଥାୟୀ ହୋଇପାରେ । ପିଲାଦିନେ ବହୁତ ଦିନ ଧରି ରହିବା ଫଳରେ କ୍ଷୀଣ ଦୃଷ୍ଟି (amblyopia) ହୁଏ ଓ ଆଖିର ଗଭୀରତା ଜ୍ଞାନ (depth perception) ରହେନି । ବଡ଼ ମଣିଷଙ୍କର ଦୈତ ଦୃଷ୍ଟି (double vision) ରହିପାରେ ।[2]
ମାଂସପେଶୀ ଶଥିଳ ଥିଲେ, ଦୂରଦୃଷ୍ଟି (farsightedness) ଥିଲେ, ମସ୍ତିଷ୍କ ସମସ୍ୟା, ଆଘାତ ବା ସଂକ୍ରମଣ ଥିଲେ ତୀର୍ଯ୍ୟକ ଦୃଷ୍ଟି ହୁଏ । ଏହି ରୋଗ ସଙ୍କଟ କାରକମାନଙ୍କ ନାମ: ଅବଧୀପୂର୍ବ ପ୍ରସବ (premature birth), ସେରେବ୍ରାଲ ପାଲ୍ସି (cerebral palsy) ଓ ରୋଗର ପାରିବାରିକ ଇତିହାସ । ଦୁଇ ପ୍ରକାର ତୀର୍ଯ୍ୟକ ଦୃଷ୍ଟି ଦେଖାଯାଏ ଯଥା:- ଏସୋଟ୍ରୋପିଆ (esotropia) ଯେଉଁଥିରେ ଚକ୍ଷୁ ଦୃଷ୍ଟି ପରଷ୍ପରକୁ ଛେଦ କରେ, ଏକ୍ସୋଟ୍ରୋପିଆ (exotropia) ଯେଉଁଥିରେ ଦୃଷ୍ଟି ପରଷ୍ପରଠାରୁ ଦୂରେଇ ଯାଏ ଓ ହାଇପରଟ୍ରୋପିଆ (hypertropia) ଯେଉଁଥିରେ ଲମ୍ବ ଭାବରେ ସମରେଖିକ ନ ଥାଏ । ଆଉ ଦୁଇ ପ୍ରକାର ଶ୍ରେଣୀଭୁକ୍ତ ମଧ୍ୟ କରାଯାଏ: କମିଟାଣ୍ଟ, ଯେଉଁଥରେ ସବୁଦିଗରେ ସମସ୍ୟା ଥାଏ ଓ ଇନକମିଟାଣ୍ଟ, ଯେଉଁଥିରେ ଦିଗ ଅନୁସାରେ ଥାଏ । ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ - ଆଖି ଭିତରୁ ପ୍ରତିଫଳିତ ରଶ୍ମୀ ପୁତ୍ତଳୀର (pupil) ମଧ୍ୟ ସ୍ଥଳରେ ନ ଆସିଲେ ନିର୍ଣ୍ଣୟ କରାଯାଏ । ଖପୁରୀୟ ସ୍ନାୟୁ (cranial nerve palsy) ବେମାରୀ ଥିଲେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ ।[2]
ଶ୍ରେଣୀ ଓ କାରଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ । ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ । କେତେକ ରୋଗୀ ଶୀଘ୍ର ଅପରେଶନ କଲେ ଉପକାର ପାଆନ୍ତି । ପ୍ରାୟ ୨% ପିଲାଙ୍କର ଏହି ରୋଗ ଥାଏ ।[2] ଗ୍ରୀକ ଭାଷାର strabismós ଶବ୍ଦରୁ ଏହି ସ୍ଟ୍ରାବିସମସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଟେରାଭାବରେ ଅନେଇବା ।[3] ଏହାର ଅନ୍ୟ ଇଂରାଜୀ ପ୍ରତିଶବ୍ଦ: "squint", "wall-eye" ଓ "cast of the eye".[4][5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.