![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/70/Tretinoin_structure.svg/langor-640px-Tretinoin_structure.svg.png&w=640&q=50)
ଟ୍ରେଟିନଏନ
From Wikipedia, the free encyclopedia
ଟ୍ରେଟିନଏନ (ଇଂରାଜୀ ଭାଷାରେ Tretinoin, ଅନ୍ୟ ନାମ ଅଲ-ଟ୍ରାନ୍ସ ରେଟିନଇକ ଏସିଡ/all-trans retinoic acid ବା ATRA),ଏକ ଔଷଧ ଯାହା ବ୍ରଣ (acne) ଓ ଆକ୍ୟୁଟ ପ୍ରୋମାୟେଲୋସାଇଟିକ ଲିଉକେମିଆ (acute promyelocytic leukemia) ରୋଗମାନଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ ।[1][2][3] ବ୍ରଣ ନିମନ୍ତେ ଏହା କ୍ରିମ ବା ମଲମ ଆକାରରେ ଚମରେ ଲଗାଯାଏ ।[3] ଲିଉକେମିଆ ରୋଗରେ ୩ ମାସ ପର୍ଯ୍ୟନ୍ତ ପାଟିରେ ଦିଆଯାଏ । [1]
![]() | |
Clinical data | |
---|---|
Pronunciation | See pronunciation note |
Trade names | Vesanoid, Avita, Renova, Retin-a, others |
AHFS/Drugs.com | monograph |
MedlinePlus | a682437 |
data |
|
Pregnancy category |
|
Routes of administration | topical, by mouth |
ATC code | |
Legal status | |
Legal status |
|
Pharmacokinetic data | |
Protein binding | > 95% |
Elimination half-life | 0.5-2 hours |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.005.573 ![]() |
Chemical and physical data | |
Formula | C20H28O2 |
Molar mass | 300.4412 g/mol |
3D model (JSmol) | |
Melting point | 180 °C (356 °F) |
SMILES
| |
InChI
| |
(verify) |
ଟ୍ରେଟିନଏନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସୀ (shortness of breath), ମୁଣ୍ଡବଥା, କାଲୁଆ ଅନୁଭବ, ଅବସାଦ, ଶୁଷ୍କ ଚର୍ମ, ଗଲୁ, କେଶହାନୀ, ବାନ୍ତି, ପେଶୀ ଯନ୍ତ୍ରଣା ଓ ଦୃଷ୍ଟି ପରିବର୍ତ୍ତନ । ପ୍ରତିକ୍ରିୟା ସାଂଘାତିକ ହେଲେ ଅଧିକ ଶ୍ୱେତ ରକ୍ତ କଣିକା (high white blood cell counts) ଓ ରକ୍ତ ଜମାଟ (blood clots) ହୋଇପାରେ ।[1] କ୍ରିମ ଆକାରରେ ବ୍ୟବହାର କଲେ ଚମ ଲାଲ ହୋଇପାରେ, ଚମରୁ ଚୋପା ଛାଡ଼ିବା ଓ ସୂର୍ଯ୍ୟକିରଣ ସମ୍ବେଦନଶୀଳତା ଆଦି ଦେଖାଯାଏ ।[3] ଗର୍ଭାବସ୍ଥାରେ ଶିଶୁର ହାନୀ ହେବା ଜଣାଯାଏ ।[1] ଏହ ରେଟିନଏଡ (retinoid) ଶ୍ରେଣୀର ଏକ ଔଷଧ । [2]
ସନ ୧୯୫୭ରେ ଟ୍ରେଟିନଏନ ପେଟେଣ୍ଟ ହେବା ପରେ ସନ ୧୯୬୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଟ୍ରେଟିନଏନ ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[6] ଇଂଲଣ୍ଡରେ ଟ୍ରେଟିନଏନ ଓ ଏରିଥ୍ରୋମାଇସିନ ମିଶ୍ରଣ ୨୫ ମିଲିର ମୂଲ୍ୟ ପ୍ରାୟ ୭.୦୫ ପାଉଣ୍ଡ ଓ ୧୦ମି:ଗ୍ରା: ବଟିକାର ମୂଲ୍ୟ ୧.୬୧ ପାଉଣ୍ଡ ।[3]