ଟେଟ୍ରାକେନ (ଇଂରାଜୀ ଭାଷାରେ Tetracaine, ଅନ୍ୟ ନାମ ଆମେଥୋକେନ/amethocaine) ଏକ ସ୍ଥାନୀୟ ନିଶ୍ଚେତକ (local anesthetic) ଯାହା ଆଖି, ନାକ ଓ ଗଳାରେ ବ୍ୟବ‌ହାର କରାଯାଏ । [1] ଶିରାଭ୍ୟନ୍ତର (intravenous) ନିଶ୍ଚେତକ ଦେବା ପୂର୍ବରୁ ମଧ୍ୟ ଏହା ଦିଆଯାଇପାରେ ।[2] ଏହା ଏକ ତରଳ ପଦାର୍ଥ ଆକାରରେ ଲଗାଯାଏ । ଆଖିରେ ପ୍ରୟୋଗ କଲେ ୩୦ ସେକେଣ୍ଡ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇ ୧୫ ମିନିଟ ପର୍ଯ୍ୟନ୍ତ ରହେ ।[1]

Quick Facts Clinical data, Trade names ...
ଟେଟ୍ରାକେନ
Thumb
Clinical data
Trade namesPontocaine, Ametop, Dicaine, others
AHFS/Drugs.commonograph
MedlinePlusa682640
Routes of
administration
topical
ATC code
Legal status
Legal status
  • ℞ (Prescription only)
Pharmacokinetic data
Protein binding75.6
Identifiers
IUPAC name
  • 2-(dimethylamino)ethyl 4-(butylamino)benzoate
CAS Number
PubChem CID
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.002.106 Edit this at Wikidata
Chemical and physical data
FormulaC15H24N2O2
Molar mass264.363 g/mol
3D model (JSmol)
SMILES
  • O=C(OCCN(C)C)c1ccc(NCCCC)cc1
InChI
  • InChI=1S/C15H24N2O2/c1-4-5-10-16-14-8-6-13(7-9-14)15(18)19-12-11-17(2)3/h6-9,16H,4-5,10-12H2,1-3H3 checkY
  • Key:GKCBAIGFKIBETG-UHFFFAOYSA-N checkY
  (verify)
Close

ଟେଟ୍ରାକେନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ତାହା ଲଗାଯିବା ସ୍ଥାନରେ ଅଳ୍ପ ସମୟ ନିମନ୍ତେ ଜ୍ୱାଳା ଅନୁଭବ ହୁଏ ।[1] ଆଲର୍ଜି (Allergic reactions) କ୍ୱଚିତ ହୋଇପାରେ ।[3] ଦୀର୍ଘ କାଳ ଧରି ଆଖିରେ ଦେଲେ ଆରୋଗ୍ୟ ଧୀର ହୋଇଯାଏ । ଗର୍ଭାବସ୍ଥାରେ ଶିଶୁ ଉପରେ ପ୍ରଭାବ ଅଜ୍ଞାତ ଅଛି ।[1] ଏହା ଇସ୍ଟର-ଟାଇପ ସ୍ଥାନିୟ ନିଶ୍ଚେତକ (ester-type local anesthetic) ଶ୍ରେଣୀରେ ଏକ ଓଷଧ । [3] ଏହା ସ୍ନାୟୁ ତରଙ୍ଗକୁ (nerve impulses) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[1]

ସନ ୧୯୩୦ରେ ପେଟେଣ୍ଟ ହେବାପରେ ସନ ୧୯୪୧ରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୧.୩୪ରୁ ୧.୬୩ ଆମେରିକୀୟ ଡଲାର ।[6] ଇଂଲଣ୍ଡରେ ଏହାର ମୂଲ୍ୟ ୦.୪୯ ପାଉଣ୍ଡ ।[2]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.