From Wikipedia, the free encyclopedia
ଟମାଟୋ ଚଟଣୀ ଏକ ପ୍ରକାର ଚଟଣୀ । ଏଥିରେ ଟମାଟୋକୁ ମୂଖ୍ୟ ଉପାଦାନ ରୁପରେ ବ୍ୟବହାର କରାଯାଏ । ଟମାଟୋ କଟା, ଟମାଟୋ ଚକଟା ସହିତ ଅନ୍ୟ ଉପାଦାନ ଯଥା ପିଆଜ, ଅଦା , ରସୁଣ, ଚିନି, ଲୁଣ, ଲଙ୍କା,ଭିନେଗାର ଏବଂ ଅନ୍ୟାନ୍ୟ ମସଲା ବ୍ୟବହାର କରାଯାଏ । ଏହା ନାଲି କିମ୍ବା ସବୁଗ ଟମାଟୋରୁ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏହାକୁ ତିଆରି ହେବା ପରେ ତୁରନ୍ତ ତାଜା ଭାବରେ ଖାଇପାରିବା କିମ୍ବା କୌଣସି ବୋତଲ କିମ୍ବା ପାତ୍ରରେ ରଖି ପରେ ମଧ୍ୟ ଖାଇପାରିବା । ଟମାଟୋ ଚଟଣୀର ସ୍ୱାଦ ଭଲ ହୋଇଥାଏ ଯେହେତୁ ଏହାକୁ ଏକ ପାତ୍ରେରେ ରଖାଯାଏ ଏବଂ ପାତ୍ରେ ରହିବା ପରେ ସେଥିରେ ସମସ୍ତ ଉପାଦାନ ପରସ୍ପର ସହିତ ଭଲ ଭାବରେ ମିଶି ଏକ ନୂତନ ସ୍ୱାଦ ହୋଇଥାଏ ।[1][2]
ପ୍ରକାର | ଜଳଖିଆ |
---|---|
ମୂଳ ସ୍ଥାନ | ଭାରତୀୟ ଉପମହାଦ୍ୱୀପ |
ଅଞ୍ଚଳ ବା ରାଜ୍ୟ | ଭାରତ |
ପରଷିବା ଉତ୍ତାପ | ଗରମ କିମ୍ବା ଥଣ୍ଡା |
ମୁଖ୍ୟ ଉପାଦାନ | ଟମାଟୋ |
ଟମାଟୋ ଚଟଣୀର ବ୍ୟବହାର ଅସଂଖ୍ୟ ଖାଦ୍ୟପଦାର୍ଥ ଓ ବ୍ୟଞ୍ଜନ ଯଥା; କବାବ, ସ୍ୟାଣ୍ଡୱିଚ, ବର୍ଗର ଓ ମାଂସ ସହିତ ଖିଆଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.