ଏହା ଶରୀରରେ ଜୀବସାର କ ବା ଭିଟାମିନ୍ ଏ ର ଅଭାବ ଯୋଗୁ ହୋଇଥାଏ । From Wikipedia, the free encyclopedia
ଜୀବସାର କ ଅଭାବ ( VAD ) ହେଉଛି ଶରୀରରେ ଜୀବସାର କ ବା ଭିଟାମିନ୍ ଏର ଅଭାବ । [2] ଅନ୍ଧାର କଣା ବା ରାତିରେ ଅଳ୍ପ ଦୃଷ୍ଟି ଶକ୍ତି ହେବା ହେଉଛି ଏହାର ପ୍ରଥମ ଲକ୍ଷଣ । [1] ଏହା ଅଧିକ ଗୁରୁତର ହେଲେ ଶୁଖିଲା ଆଖି, କର୍ଣ୍ଣିଆଲ୍ ଅଲସର ଏବଂ ଦୃଷ୍ଟିହାନୀ ହୋଇପାରେ। [2] ଏହା ଫଳରେ ମିଳିମିଳା ଏବଂ ଫୋଲିକୁଲାର ହାଇପରକେରାଟୋସିସ୍ ଭଳି ଭୟଙ୍କର ସଂକ୍ରମଣର ଆଶଙ୍କା ରହିପାରେ। [2]
Hypovitaminosis A | |
ବିଭାଗ | Pediatrics, ophthalmology |
---|---|
ଲକ୍ଷଣ | Night blindness, dry eyes, corneal ulcers[1][2] |
କାରଣ | Lack of vitamin A in the diet[2] |
ବିପଦ କାରକ | High rate of infections, inflammatory bowel disease, bariatric surgery[1][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood retinol < 0.7 μmol/L (20 μg/dL)[1] |
ସଠିକ ରୋଗ ନିର୍ଣ୍ଣୟ | Retinitis pigmentosa, cataracts, near-sightedness[3] |
ଚିକିତ୍ସା | Vitamin A supplementation[3] |
ପୁନଃପୌନିକ | Developing countries: Common[1] Developed countries: Rare[1] |
ଖାଦ୍ୟରେ ଜୀବସାର କ ବା ଭିଟାମିନ୍ ଏର ଅଭାବ ହେତୁ ଏହା ହୁଏ; ଯାହା ସାଧାରଣତଃ ପଶୁଜାତ ଖାଦ୍ୟ, ଫଳ କିମ୍ବା ପନିପରିବାରୁ ଆସିଥାଏ । [2] ତରଳ ଝାଡ଼ା, ପ୍ରଦାହଜନକ ଅନ୍ତନଳୀ ରୋଗ ଏବଂ ବାରିଆଟ୍ରିକ୍ ଅସ୍ତ୍ରୋପଚାର ଓ ଅଧିକ ସଂକ୍ରମଣ ପରେ ଏହି ଅଭାବ ହୋଇପାରେ । [1] [3] ଏହାର ଦୁଇଟି ଖାଦ୍ୟ ଆକାର ଅଛି: ରେଟିନୋଲ୍ ଏବଂ କାରୋଟିନଏଡ୍ ।[2] ରକ୍ତ ରେଟିନୋଲ୍ ସ୍ତର ୦.୭ ମାଇକ୍ରୋମୋଲ/ଲି (୨୦ μଗ୍ରା/ ଡେଲି)ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ଓ ୦.୩୫ μmol / L (୧୦ମାଗ୍ରା/ଡେଲି)ରୁ କମ୍ ଥିଲେ ଗମ୍ଭୀର ରୋଗକୁ ସୂଚାଇଥାଏ । [1]
ପ୍ରାରମ୍ଭିକ ଚିକିତ୍ସାରେ ୨୦୦,୦୦୦ ଆନ୍ତର୍ଜାତୀୟ ୟୁନିଟ୍ (IU) ଭିଟାମିନ୍ ଏ ଦିନକୁ ଥରେ ଭାବରେ ଦୁଇ ଦିନ ପାଇଁ ଦିଆଯାଏ । [2] ପ୍ରତି ଦୁଇ ସପ୍ତାହରେ ଅଧିକ ମାତ୍ରା ଦିଆଯାଇପାରେ । [3] ୨୦୨୦ ମସିହାରେ ୬ମାସରୁ ୫ବର୍ଷ ବୟସ୍କ ପିଲାଙ୍କ ମଧ୍ୟରୁ ୪୦% ବିପଦ ଥିବା ପିଲାମାନେ ଦୁଇଟି ମାତ୍ରାର ଭିଟାମିନ୍ ଏ ଗ୍ରହଣ କରିଥିଲେ, ଯାହାଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ୧୨ରୁ ୨୪% କମିଯାଇଥିଲା। [4]
ଏହି ରୋଗ ସାଧାରଣତଃ ବିକାଶଶୀଳ ଦେଶମାନଙ୍କରେ ଅଧିକ ହେବା ଦେଖାଯାଏ ବିଶେଷତଃ ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହା ବିରଳ ଅଟେ ।[1] ୫ ବର୍ଷ ବୟସର କମ ୧୯୦ ନିୟୁତ ଶିଶୁ ଏବଂ ୧୯ ନିୟୁତ ଗର୍ଭବତୀ ମହିଳା ପ୍ରଭାବିତ ହେଉଥିବା ଆକଳନ କରାଯାଇଛି। [2] ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୨୫୦,୦୦୦-୫୦୦,୦୦୦ ପିଲା ପ୍ରତିବର୍ଷ ଅନ୍ଧ ହୋଇଯାଆନ୍ତି, ଯାହା ପିଲାଦିନର ଦୃଷ୍ଟିହୀନତାର ମୁଖ୍ୟ କାରଣ ହୋଇଥାଏ । [2] [1] ଯେଉଁମାନେ ଅନ୍ଧ ହୋଇଯାଆନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ପିଲା ବର୍ଷେ ମଧ୍ୟରେ ମରିଯାଆନ୍ତି ।[2] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ ଏହା ସାଧାରଣତଃ ଦେଖାଯାଏ ଏବଂ ଉଭୟ ମା ଏବଂ ଶିଶୁ ପାଇଁ ଖରାପ ଫଳାଫଳ ଦେଇଥାଏ । [2] [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.