From Wikipedia, the free encyclopedia
19°31′21.2″N 84°48′44.1″E ଜଉଗଡ଼, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରୁ ଦଶ କିଲୋମିଟର ଦୂର "ମାଳତୀ ପର୍ବତ"ର ଅଂଶବିଶେଷ ।[୧] ଦୁର୍ଗାର କାନ୍ଥ ଜଉ ବା ଲାଖରେ ନିର୍ମାଣ କରାଯାଇଥିବାରୁ, ଏହା ଖୁବ ପିଚ୍ଛିଳ । ଏଥିଯୋଗୁ ଦୁର୍ଗାର ଅନ୍ୟନାମ "ଜଉ ଦୁର୍ଗା" ବା "ଲାଖ ଦୁର୍ଗା" । ଆୟତାକାର ଏହି ଦୁର୍ଗାରେ ରହିଛି ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲିପି ।[୨] ତିରିଶ ଫୁଟ ଲମ୍ବା ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରାନାଇଟ ପଥରରେ ଏହି ଶିଳାଲିପିଗୁଡ଼ିକ ଲେଖାଯାଇଛି ।[୩] ଏଠାରେ ମୋର୍ଯ୍ୟ ଯୁଗର କିଛି ମୁଦ୍ରା ଆବିଷ୍କୃତ ହୋଇଛି । ଜଉଗଡ଼କୁ ଋଷିକୁଲ୍ୟା ନଦୀ ସଭ୍ୟତାର ମୂକସାଖୀ ବୋଲି କୁହାଯାଏ । [୪]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.