ବାଲେଶ୍ୱର ଜିଲ୍ଲାର ଏକ ସହର From Wikipedia, the free encyclopedia
ଚାନ୍ଦିପୁର(English: Chandipur) ବା ଚାନ୍ଦିପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ବେଳାଭୂମି । ଏହା ବଙ୍ଗୋପସାଗର ନିକଟରେ ଓ ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ୱରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ ଅଶ୍ୱଖୁରାକୃତି କଙ୍କଡା ବା ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ । ନିକଟରେ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି ।
ଚାନ୍ଦିପୁର | |
— ସହର — | |
ଦିଗବାରେଣି | 21.47°N 87.02°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ବାଲେଶ୍ୱର |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା |
• 3 metres (9.8 ft) |
ଚାନ୍ଦିପୁରଠାରେ ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।
ଚାନ୍ଦିପୁର 21.47°N 87.02°Eଠାରେ ଅବସ୍ଥିତ ।[1] ଏହାର ହାରାହାରି ଉଚ୍ଚତା ୩ ମିଟର (୧୦ ଫୁଟ) ।
ଚାନ୍ଦିପୁର ବେଳାଭୂମିଠାରେ ଭାରତୀୟ ପଦାତିକ ସେନାର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ (ଆଇଟି ଆର) ଅଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀ ଓ ବ୍ରହ୍ମୋସ ଆଦି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି ।
ଚାନ୍ଦିପୁରକୁ ବାଲେଶ୍ୱରରୁ ସଡ଼କ ପଥରେ ଯାଇହେବ । ବାଲେଶ୍ୱର ସଡ଼କ ପଥରେ ୫ ନମ୍ବର ଜାତୀୟ ରାଜପଥ ଓ ରେଳପଥଦ୍ୱାରା ଭୁବନେଶ୍ୱର ଓ କଲିକତା ସହ ସଂଯୁକ୍ତ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.