ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬[3] - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ ।[4] ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।

Quick Facts ପଦ୍ମଶ୍ରୀ ଗୋପାଳ ଛୋଟରାୟ, ଜନ୍ମ ଓ ଜନ୍ମସ୍ଥାନ ...
ପଦ୍ମଶ୍ରୀ

ଗୋପାଳ ଛୋଟରାୟ
Thumb
ଜନ୍ମ ଓ ଜନ୍ମସ୍ଥାନ(1916-04-20)୨୦ ଅପ୍ରେଲ ୧୯୧୬
ପୁରୁଣାଗଡ଼, ଜଗତସିଂହପୁର[1]
ମୃତ୍ୟୁ୨୨ ଜାନୁଆରୀ ୨୦୦୩(2003-01-22) (ବୟସ ୮୬) [2]
ଭୁବନେଶ୍ୱର
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ
ସାହିତ୍ୟ କୃତିହାସ୍ୟରସର ନାଟକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ସନ୍ତାନଦେବଦାସ ଛୋଟରାୟ, କସ୍ତୁରୀ
Close

ସାହିତ୍ୟ ସର୍ଜନା

ନାଟକ

  • ଶ୍ରୀଗଣେଷ
  • ମହିଷମର୍ଦ୍ଦିନୀ
  • ଜନ୍ମାଷ୍ଟମୀ
  • ଶ୍ରୀଜଗନ୍ନାଥ
  • କପଟପାଶା
  • ଘରବରା ଦେଖା
  • ନ ପାହୁ ରାତି ନ ମରୁ ପତି
  • ଶ୍ରୀମତୀ ସମାର୍ଜନୀ
  • ଶ୍ରୀହରିଙ୍କ ସଂସାର
  • ପୂରାପୂରୀ ପାରିବାରିକ
  • ବିଭ୍ରାଟ
  • ଡାକ୍ତର ବାବୁ

ଏକାଙ୍କିକା

  • ସହଧର୍ମିଣୀ (୧୯୪୧)
  • ପଞ୍ଚନାଟିକା (୧୯୯୩)
  • ନ ପାହୁ ରାତି (୧୯୭୧)
  • କପଟପଶା (୧୯୮୯)
  • ହାସ୍ୟରସର ନାଟକ (୧୯୮୧)
  • ବାବୁ ଚନ୍ଦ୍ରମଣି (୧୯୯୨)
  • ସେଇ ଫୁଲ [5]
  • ଚନ୍ଦ୍ରମୁଖୀ(୧୯୯୩)

ଓଡ଼ିଆ କଥାଚିତ୍ରରେ ସଂଳାପ/କାହାଣୀ

ଆତ୍ମଚରିତ

  • ପଥିକ[6]

ଅନ୍ୟାନ୍ୟ

  • ଫେରିଆ [7]
  • ଭରସା(୧୯୫୩)
  • ପରକଲମ(୧୯୫୪) [8]
  • ଶଙ୍ଖା ସିନ୍ଦୁର(୧୯୫୫)
  • ଅର୍ଦ୍ଧାଙ୍ଗିନୀ(୧୯୫୬)
  • ନଷ୍ଟ ଉର୍ବଶୀ('ନଷ୍ଟ ଉର୍ବଶୀ'ର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଂଛନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ଼ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାହିଁ କାହାଣୀର ଉପଜୀବ୍ୟ । ନାଟ୍ୟକାର ନାଟକକୁ ତିନୋଟି ଅଙ୍କରେ ବିଭକ୍ତ କରିଛନ୍ତି । ପ୍ରଥମ ଅଙ୍କ ୫ଟି ଦୃଶ୍ୟ, ୨ୟ ଅଙ୍କ ୭ଟି ଦୃଶ୍ୟ, ୩ୟ ଅଙ୍କ ୧୧ଟି ଦୃଶ୍ୟ ସମ୍ବଳିତ ।)

ପଦ ଓ ସମ୍ମାନ

ପଦ

  • ଆକାଶବାଣୀ, କଟକରେ ଅନେକ ବହୁକାଳ ଧରି ଅନେକ ନାଟକ ରଚନା କରିଯାଇ ଅଛନ୍ତି
  • ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟ ପାଇଁ କାହାଣୀ ରଚନା ଯାହା ଭିତରୁ ୮ଟି ହିନ୍ଦୀ, ଇଂରାଜୀତେଲୁଗୁରେ ଅନୁବାଦ କରାଯାଇଅଛି ।

ପୁରସ୍କାର ଓ ସମ୍ମାନ

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.