୨୦୧୫ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ଗପ ହେଲେ ବି ସତ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନର ୨ୟ ଚଳଚ୍ଚିତ୍ର ଥିଲା ଗପ ହେଲେ ବି ସତ । ପୂର୍ବରୁ ୧୯୭୬ ମସିହାରେ ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ ଶୀର୍ଷକରେ ନିର୍ମାଣ ହୋଇଥିଲା । ଏହି ଚଳଚ୍ଚିତ୍ରରେ ନାୟକ ସାଜିଥିଲେ ଅନୁଭବ ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବର୍ଷା । ପ୍ରେମ ଆନନ୍ଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଉଦିତ ନାରାୟଣ କଣ୍ଠଦାନ କରିଥିଲେ ।[1]
ଗପ ହେଲେ ବି ସତ | |
---|---|
ନିର୍ଦ୍ଦେଶକ | ମୂରଲି କ୍ରିଷ୍ଣା |
ପ୍ରଯୋଜକ | ଜାଗି ମଙ୍ଗଦ ପଣ୍ଡା |
ସଂଳାପ | ନିର୍ମଳ ନାୟକ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଭୂମିକା ଦାଶ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
ଆକାଶ(ଅନୁଭବ) ଗୋଟିଏ ସଫ୍ଟୱାର କମ୍ପାନୀର ମାଲିକ । ସ୍କୁଲର ପୁରୁଣା ଛାତ୍ରମାନଙ୍କରେ ଭେଟ ହେବାପାଇଁ ସେ ଗାଁକୁ ଆସିଥିଲା । ସେଠାରେ ତା'ର ସମସ୍ତ ପୁରୁଣା ସାଙ୍ଗମାନଙ୍କ ସହ ଦେଖାହେଲା । କେବଳ ବର୍ଷା(ବର୍ଷା ପ୍ରିୟଦର୍ଶିନୀ) ସହ ତା'ର ଦେଖା ହୋଇପାରିଲାନି । ବର୍ଷା ହେଉଛି ତା'ର ପିଲାଦିନରୁ ବଡ଼ ହେବା ଯାଏ ସାଙ୍ଗ ତଥା ତା'ର ପ୍ରେମ ଯାହାଠାରୁ ସେ ଅନେକ ଦିନ ତଳୁ ଅଲଗା ହୋଇଯାଇଥିଲା ।
ସ୍କୁଲରେ ପଢ଼ିବା ବେଳେ ଆକାଶ ଭଲ ପାଠ ପଢ଼ୁନଥିଲା । ମାତ୍ର ବର୍ଷା ତା' ଜୀବନରେ ଆସିବା ପରେ ତାକୁ ଭଲ ପାଠ ପଢ଼ି ଜୀବନରେ କିଛି ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲା । ଧିରେ ଧିରେ ସେମାନଙ୍କର ବନ୍ଧୁତ୍ୱ ଭଲ ପାଇବାରେ ବଦଳିଯାଇଥିଲା । ମାତ୍ର ବର୍ଷା କୌଣସି କାରଣରୁ ତା'ର ଗାଆଁକୁ ଚାଲିଯାଇଥିଲା ଯେ ଆଉ ଫେରି ନଥିଲା ।
ଏହା ପରେ ଆକାଶ ମଧ୍ୟ ବାଙ୍ଗାଲୋରରେ ନିଜର କାମରେ ଲାଗିଯାଇଥିଲା । ବର୍ଷାର କଥା ମୂଳେ ମୂଳେ ସେ ସବୁବେଳେ ଚାଲୁଥିଲା ଏବଂ ଜୀବନରେ ବଡ଼ ମଣିଷଟିଏ ହୋଇସାରିଥିଲା । ହେଲେ ତା' ପାଖରେ ବର୍ଷା ନ ଥିଲା । ସ୍କୁଲର ବନ୍ଧୁମିଳନ ସମାରୋହରେ ସେ ବର୍ଷାକୁ ଭେଟିବାର ଆଶା ନେଇ ଆସିଥିଲା ହେଲେ ସେଠାକୁ ସେ ନ ଆସିବାରୁ, ଆକାଶ ତାକୁ ଖୋଜି ଖୋଜି ଯାଇ ତା'ର ଘରେ ପହଞ୍ଚିଲା ଏବଂ ସେଠାରେ ଜାଣିଲା କି ବର୍ଷା ଗୋଟିଏ ଦୁର୍ଘଟଣାରେ ତା'ର ଗୋଟିଏ ଗୋଡ଼ ସହ ନିଜ ମାଆକୁ ହରାଇଥିଲା । ଏହା ପରେ ଆକାଶ ବର୍ଷା ସହ ଏକ ନୂଆ ଜୀବନ ଆରମ୍ଭ କଲା ।
ପ୍ରେମ ଆନନ୍ଦ[5] ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ଜୟନ୍ତ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ ଏହି ଚଳଚ୍ଚିତ୍ରରରେ କଣ୍ଠଦାନ କରିଥିଲେ । ଟାଇଟେଲ ଗୀତଟି ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗାଇଥିଲେ ।[6] ଅନ୍ୟାନ୍ୟ କଣ୍ଠଶିଳ୍ପୀମାନେ ହେଲେଟି ସୌରୀ, କୁମାର ବାପି, ସସ୍ମିତା ଏବଂ ହ୍ୟୁମାନ ସାଗର ।[7]
ଗୀତ | ରଚନା | କଣ୍ଠଦାନ |
---|---|---|
ଗପ ହେଲେ ବି ସତ | ଉଦିତ ନାରାୟଣ, ଇରା ମହାନ୍ତି | |
ତୋତେ ଗାଇଦେଲେ ତୁ ଗୀତ ହେଇଯାଉ | ||
ବର୍ଷା ବର୍ଷା | ||
ପ୍ରେମ ଚଢ଼େଇର | ଇରା ମହାନ୍ତି | |
ପ୍ରେମ ଚଢ଼େଇର(ପୁରୁଷ) | ||
ପ୍ରେମ ଚଢ଼େଇର | ସ୍ମିତା ମହାନ୍ତି | |
ଗୋଟେ ଶୁଆ ଗୋଟେ ସାରୀ | ||
ହାୟେରେ ମିତ | ||
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.