![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/13/Gangadhar_Meher.png/640px-Gangadhar_Meher.png&w=640&q=50)
ଗଙ୍ଗାଧର ମେହେର
ଓଡ଼ିଆ ଭାଷାର ସ୍ୱଭାବ କବି / From Wikipedia, the free encyclopedia
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି[2] ଓ ସ୍ୱଭାବ କବି ଭାବେ ପରିଚିତ ।[3] ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ - " ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା, ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା।" କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠୀ ଥାଏ।
Quick Facts ସ୍ୱଭାବ କବି ଗଙ୍ଗାଧର ମେହେର, ଜନ୍ମ ଓ ଜନ୍ମସ୍ଥାନ ...
ସ୍ୱଭାବ କବି ଗଙ୍ଗାଧର ମେହେର | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | (1862-08-09)୯ ଅଗଷ୍ଟ ୧୮୬୨
ବରପାଲି, ବରଗଡ଼ ଜିଲ୍ଲା |
ମୃତ୍ୟୁ | ୪ ଅପ୍ରେଲ ୧୯୨୪(1924-04-04) (ବୟସ ୬୧) (ଚୈତ୍ର ଅମାବାସ୍ୟା) |
ବୃତ୍ତି | କଚେରୀ ମୋହରିର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ୫ମ[1] |
ଶୈଳୀ | କବି |
ବିଷୟ | ଆଧୁନିକ କାବ୍ୟ କବିତା |
ସାହିତ୍ୟ କୃତି | ତପସ୍ୱିନୀ, କୀଚକ ବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ (କବିତା ସଂକଳନ),ମହିମା, ଅଯୋଧ୍ୟା ଦୃଶ୍ୟ ଇତ୍ୟାଦି |
ଜୀବନସାଥୀ | ଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ) |
ସନ୍ତାନ | ଅର୍ଜୁନ ମେହେର (୧୨ ବର୍ଷରେ ଦେହାବସାନ), ଭଗବାନ ମେହେର (କବି-ପୁତ୍ର ନାମରେ ଖ୍ୟାତ), ବାସୁମତି ମେହେର, ଲକ୍ଷ୍ମୀ ମେହେର |
ୱେବସାଇଟ | |
gangadharmeher.org |
Close